ବାହାନଗା ଟ୍ରେନ୍‌ ଦୁର୍ଘଟଣା: ରେଲୱେ ସୋର ସେକ୍ସନ ସିଗ୍‌ନାଲ ଜେଇଙ୍କ ଘର ସିଲ୍

add-all

ବାଲେଶ୍ବର/ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ରେଲୱେ ସୋର ସେକ୍ସନ ସିଗ୍‌ନାଲ ଜେଇ ଅମିର ଖାନ୍‌ଙ୍କ ଭଡ଼ା ଘର ସିଲ୍ କରାଯାଇଛି। ସୋରଠାରେ ଜେଇଙ୍କ ଏହି ଭଡ଼ା ଘର ରହିଛି। ଜିଆରପି ପୁଲିସ ଉପସ୍ଥିତିରେ ଘରକୁ ସିବିଆଇ ପକ୍ଷରୁ ସିଲ୍‌ କରାଯାଇଛି। ଦୁର୍ଘଟଣା ପରେ  କିଛି ଦିନ ହେଲା ସିଗ୍‌ନାଲ ଜେଇ ଓ ତାଙ୍କ ପରିବାର ଘରେ ଅନୁପସ୍ଥିତ ଥିଲେ। ଏବେ ଜିଆରପି ପୁଲିସ ଘରକୁ ଜଗି ବସିଛି।

ପ୍ରାଥମିକ ତଦନ୍ତ କରି ସିବିଆଇ ଟିମ୍‌ ଗତ ୧୬ ତାରିଖରେ ବାହାନଗାରୁ ଚାଲି ଯାଇଥିବା ବେଳେ ପୁଣି ଆଜି ଫେରିଛନ୍ତି। ପୂର୍ବରୁ ସିଗ୍‌ନାଲ ଜେଇଙ୍କୁ ସିବିଆଇ ପଚରାଉଚରା କରିଥିଲା। ଷ୍ଟେସନମାଷ୍ଟର ଏସ୍‌ପି ମହାନ୍ତିଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ହେଲେ ଘରେ ସିଗ୍‌ନାଲ ଜେଇ ନ ଥିବା ବେଳେ ସିବିଆଇ’ର ଦୁଇ ଜଣିଆ ଟିମ୍‌ ଜିଆରପି ପୁଲିସ ଉପସ୍ଥିତିରେ ତାଙ୍କ ଭଡ଼ା ଘରକୁ ସିଲ୍‌ କରିବା ଅଲୋଚନାର ବିଷୟ ହୋଇଛି। ସିଗ୍‌ନାଲ ଜେଇ ଏବେ କେଉଁଠି ଅଛନ୍ତି ସେନେଇ ମଧ୍ୟ ଜଣାପଡ଼ିନି। ଏବାବଦରେ ରେଲୱେ ପକ୍ଷରୁ ମଧ୍ୟ କିଛି ବି ସ୍ପଷ୍ଟ ଭାବେ କୁହାଯାଇନାହିଁ।

ad-week
Leave A Reply

Your email address will not be published.