ଏଲନ ମସ୍କଙ୍କୁ ଭେଟିବେ ମୋଦି

add-all

ନୂଆଦିଲ୍ଲୀ : ଐତିହାସିକ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ବିଶ୍ୱର ୧ନଂ ଧନୀ ତଥା ଟେସଲା ଓ ଟ୍ୱିଟର ମାଲିକ ଏଲନ ମସ୍କଙ୍କୁ ଭେଟିବେ। ମସ୍କ ଟ୍ୱିଟର କିଣିବା ପରେ ମୋଦି ତାଙ୍କୁ ପ୍ରଥମଥର ଭେଟିବାକୁ ଯାଉଛନ୍ତି।
୨୦୧୫ରେ ମୋଦି ଓ ମସ୍କଙ୍କ ଭେଟଘାଟ କାର୍ଲିଫର୍ଣ୍ଣିଆରେ ହୋଇଥିଲା। ମୋଦି ସେତେବେଳେ ଟେସଲା ମୋଟର ଫ୍ୟାକ୍ଟ୍ରୀକୁ ବୁଲିବାକୁ ଯାଇଥିବା ବେଳେ ମସ୍କଙ୍କ ସହ କଥା ହୋଇଥିଲେ। ଏହି ସମୟରେ ମସ୍କ ଟ୍ୱିଟର କିଣି ନଥିଲେ।
ଟେସଲା ଏବେ ଭାରତରେ ତା’ର ଫ୍ୟାକ୍ଟ୍ରୀ ଖୋଲିବାକୁ ଯୋଜନା କରୁଛି। ଏଥିପାଇଁ କମ୍ପାନୀ ସ୍ଥାନ ଖୋଜିବାରେ ଲାଗିଛି। ଏସବୁ ଭିତରେ ମସ୍କ ଓ ମୋଦିଙ୍କ ଭେଟଘାଟ ହେବାକୁ ଯାଉଛି।
ୱାଲ ଷ୍ଟ୍ରିଟ ଜର୍ଣ୍ଣାଲକୁ ସାକ୍ଷାତ ଦେବା ବେଳେ ମସ୍କଙ୍କୁ ପଚରା ଯାଇଥିଲା ଯେ କ’ଣ ତାଙ୍କ କମ୍ପାନୀ ଭାରତୀୟ ବଜାରରେ ପ୍ରବେଶ ପାଇଁ ଇଚ୍ଛୁକ? ଏହାର ଉତ୍ତରରେ ସେ ନିଶ୍ଚିତ ବୋଲି କହିଥିଲେ। ଏଥିସହ ଚଳିତ ବର୍ଷ ଶେଷ ସୁଦ୍ଧା କମ୍ପାନୀ ଭାରତର କେଉଁ ସ୍ଥାନରେ ଖୋଲିବ, ସେକଥା ସମସ୍ତଙ୍କୁ ଜଣାଇ ଦିଆଯିବ ବୋଲି ମସ୍କ କହିଥିଲେ।
ଆଜି ନ୍ୟୁୟର୍କରେ ପହଞ୍ଚିବା ପରେ ମୋଦି ୧୨ରୁ ଅଧିକ ବଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିବେ। ଏମାନଙ୍କ ମଧ୍ୟରେ ନୋବେଲ ବିଜେତା, ଅର୍ଥନୀତିଜ୍ଞ, କଳାକାର, ବୈଜ୍ଞାନିକ, ମେଧାବୀ, ଉଦ୍ୟୋଗୀ, ଶିକ୍ଷାବିତ ଓ ସ୍ୱାସ୍ଥ୍ୟ କ୍ଷେତ୍ରର ବିଶେଷଜ୍ଞମାନେ ରହିଛନ୍ତି।
ମସ୍କଙ୍କ ବ୍ୟତୀତ ମୋଦି ଲେଖକ ତଥା ଆଷ୍ଟ୍ରୋଫିଜିକଷ୍ଟ ନେଲ ଡେ ଗ୍ରାସେ ଟାୟସନ, ଅର୍ଥନୀତିଜ୍ଞ ପଲ ରୋମେର, ଷ୍ଟାଟିସିଆନ ନିକୋଲାସ ନସିମ ତାଲେବ ଓ ନିବେଶକାରୀ ରୟ ଡାଲିଓଙ୍କୁ ମଧ୍ୟ ଭେଟିବେ।

ad-week
Leave A Reply

Your email address will not be published.