ତାଳଧ୍ୱଜ ରଥ ଟଣା ବେଳେ ଠେଲାପେଲା

add-all

ପୁରୀ : ପୁରୀରେ ତାଳଧ୍ୱଜ ରଥ ଟଣା ବେଳେ ଠେଲାପେଲା। ପ୍ରାୟ ୨୫ ଜଣ ଲୋକ ଠେଲା ପେଲାରେ ପଡ଼ି ଯିବା ପରେ ସେମାନଙ୍କ ଉପରେ ଚଢ଼ିଗଲେ ଲୋକେ। ଲୋକେ ଦଳି ଦେବାରୁ ବହୁ ଲୋକ ଆହତ ହୋଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମରିଚିକୋଟ ଛକରେ  ଏହି ଅଘଟଣ ଘଟିଛି।

ଠେଲାପେଲାରେ ବହୁ ସଂଖ୍ୟକ ମହିଳା ଓ ବରିଷ୍ଠ ନାଗରିକ ପଡ଼ି ଯିବା ପରେ ଉପସ୍ଥିତ ସୁରକ୍ଷା କର୍ମୀ ଭିଡ଼କୁ ପ୍ରତିହତ କରି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମୃଦ ଲାଠି ଚାଳନା କରି ପଡ଼ି ଯାଇଥିବା ଲୋକଙ୍କୁ ଉଠାଇ ଆଶୁ ଚିକିତ୍ସା କେନ୍ଦ୍ରକୁ ନିଆଯିବା ପରେ ସେଠାରୁ ପ୍ରାୟ ୫ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସମସ୍ତଙ୍କର ଚିକିତ୍ସା ଚାଲିଛି। ସେମାନଙ୍କ ଭିତରେ ଜଣେ ବିଦେଶୀ ଭକ୍ତ ମଧ୍ୟ ଅଛନ୍ତି।

ad-week
Leave A Reply

Your email address will not be published.