‘୨୨ ନୁହେଁ, ୨୩ରେ କଳାହାଣ୍ଡି ଆସିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା’

add-all

ଭୁବନେଶ୍ବର : ଆସନ୍ତା ୨୨ ନୁହେଁ, ୨୩ ତାରିଖରେ କଳାହାଣ୍ଡି ଆସିବେ BJP ଅଧ୍ୟକ୍ଷ ଜେପି ନଡ୍ଡା। ଅନିବାର୍ଯ୍ୟ କାରଣବଶତଃ ନଡ୍ଡାଙ୍କ ଗସ୍ତ ଦିନଟିଏ ଘୁଞ୍ଚାଇ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା।
ଶ୍ରୀ ପଣ୍ଡା କହିଛନ୍ତି, ଆସନ୍ତା ୨୩ ତାରିଖ ଦିନ ୧୧ଟାରେ ଜେପି ନଡ୍ଡାଙ୍କ ସଭା ହେବ। ଭବାନୀପାଟଣା ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ସାଧାରଣ ସଭା ଅନୁଷ୍ଠିତ ହେବ। ସାଧାରଣ ସଭା ସରିବା ପରେ ସର୍କିଟ ହାଉସରେ ବରିଷ୍ଠ ନାଗରିକଙ୍କୁ ଭେଟିବେ ସଭାପତି ଜେପି ନଡ୍ଡା। ପରେ ଟାଉନ ହଲ୍‌ରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନଡ୍ଡା ଭେଟିବେ ବୋଲି ବସନ୍ତ ପଣ୍ଡା କହିଛନ୍ତି।
କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ସାରା ଭାରତରେ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଜାରି ରହିଛି। ଏହି ୯ ବର୍ଷ ମଧ୍ୟରେ ସାରା ଦେଶରେ ଜାରି ରହିଥିବା ମୋଦି ସରକାରଙ୍କ ବିଭିନ୍ନ ଯୋଜନାର ସଫଳତାକୁ ବିଜେପି ଲୋକଙ୍କ ପାଖରେ ପହଁଚାଉଛି। ସେଥିପାଇଁ କଳାହାଣ୍ଡି ଆସୁଛନ୍ତି BJP ଅଧ୍ୟକ୍ଷ ଜେପି ନଡ୍ଡା।

ad-week
Leave A Reply

Your email address will not be published.