କେନ୍ଦୁଝର ବଡଦାଣ୍ଡରେ ଗଡ଼ିଲା ବଳଦେବଜୀଉଙ୍କ ରଥ

add-all

କେନ୍ଦୁଝର: କେନ୍ଦୁଝର ବଡଦାଣ୍ଡରେ ଗଡ଼ିଲା ବଳଦେବଜୀୟୁଙ୍କର ବିଶ୍ଵର ସର୍ବ ବୃହତ ରଥ। କେନ୍ଦୁଝର ସହରର ପୁରୁଣା ବଜାର ଠାରେ ଜଗତର ନାଥ ଜଗନ୍ନାଥଙ୍କର ରଥଯାତ୍ରା ପାଳିତ ହୋଇଛି। ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରୁ ବଡ଼ ଠାକୁର ବଳଭଦ୍ର, ଦେବୀ ଶୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥ ଚାରି ପଟେ ତିନି ଥର ପରିକ୍ରମା କରିବା ପରେ ୪ଟା ସମୟରେ ରଥାରୁଢ଼ ହୋଇଥିଲେ ।

କେନ୍ଦୁଝରର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ଛେରା ପହଁରା କରିବା ପରେ ଅପରାହ୍ନ ୫ଟା ୩୦ ମିନିଟରେ ରଥଟଣା ଆରମ୍ଭ ହୋଇଥିଲା। ଲୋକାରଣ୍ୟ ହୋଇଥିଲା କେନ୍ଦୁଝର ବଡ଼ଦାଣ୍ଡ। ବିଶ୍ୱର ସର୍ବ ବୃହତ ରଥକୁ ଟାଣିବା ନେଇ ୫୦ ହଜାରରୁ ଅଧିକ ଭକ୍ତଙ୍କର ସମାବେଶ ହୋଇଥିଲା। ମହିଳାମାନେ ରଥ ଟାଣିବା ପାଇଁ ସ୍ୱତନ୍ତ୍ର ରଥ ଦଉଡ଼ିର ବ୍ୟବସ୍ଥା କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ad-week
Leave A Reply

Your email address will not be published.