ବିଜେଡି ନେତାଙ୍କୁ କାର୍ ମଡ଼ାଇ ହତ୍ୟା

add-all

ବ୍ରହ୍ମପୁର: ବିଜେଡି ନେତାଙ୍କୁ କାର୍ ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ‌ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ବାରି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପୂର୍ବତନ ସରପଞ୍ଚ ତଥା ଯୁବ ବିଜେଡି ନେତା ଲଳିତ ମୋହନ ମହାପାତ୍ର।

ଗତକାଲି ମୋହନ ବୁଲେଟରେ ଗାଁକୁ ଯାଉଥିବା ବେଳେ ସେହି ଗାଁର ଯୁବକ କାର ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି l ଦୁର୍ଘଟଣା ଘଟାଇଥିବା କାର ଚାଳକ ଫେରାର ହୋଇଯାଇଥିବା ବେଳେ ଗୁରୁତର ଅବସ୍ଥାରେ ମୋହନଙ୍କୁ ଦିଗପହଣ୍ଡି ମେଡିକାଲକୁ ଅଣାଯିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ l ପୋଲିସର ତଦନ୍ତ ଜାରି ରଖିଛି। ଘଟଣା କୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି ।

ad-week
Leave A Reply

Your email address will not be published.