ଅଯୋଧ୍ୟା ରାମ ମନ୍ଦିର: ମକର ସଂକ୍ରାନ୍ତିରେ ହେବ ପ୍ରାଣ ପ୍ରତିଷ୍ଠା

add-all

ଅଯୋଧ୍ୟା : ମକର ସଂକ୍ରାନ୍ତି ଅବସରରେ ଅର୍ଥାତ ଆସନ୍ତା ବର୍ଷ ଜାନୁୟାରୀ ୧୪ ତାରିଖରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ହେବ ପ୍ରାଣ ପ୍ରତିଷ୍ଠା। ଏହି ଉତ୍ସବ ୧୦ ଦିନ ପର୍ଯ୍ୟନ୍ତ ଖୁବ୍‌ ଜାକଜମକରେ ପାଳନ ହେବ ।
ଏହା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଥିବାରୁ ଏଥିରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରୀତ କରାଯିବ ବୋଲି ମନ୍ଦିର ନିର୍ମାଣ ସମିତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ସ୍ଥାନର ସାଧୁସନ୍ଥ ଯୋଗ ଦେବେ । ଏହି କାର୍ଯ୍ୟକ୍ରମର ପ୍ରଚାର, ପ୍ରସାର ଦେଶ ସମେତ ବିଦେଶରେ କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହେବ ବୋଲି ନୃପେନ୍ଦ୍ର ମିଶ୍ରା କହିଛନ୍ତି।
ଏଥିସହ ସେ କହିଛନ୍ତି, ରାମ ମନ୍ଦିରର ଆୟୂଷ ପ୍ରାୟ ପାଖାପାଖି ହଜାରେ ବର୍ଷ ପର୍ଯ୍ୟନ୍ତ ରହିବ । ଏହା ସବୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ । ମନ୍ଦିର ତଳେ ମଧ୍ୟ ବହୁ କାରୁକାର୍ଯ୍ୟପୂର୍ଣ୍ଣ ନିର୍ମାଣ କାମ ହୋଇଛି, ଯାହାକି ରାମ କଥା ପ୍ରଦର୍ଶୀତ କରିବ ।
ସୂଚନାଯୋଗ୍ୟ, ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ୩ ମହଲା ବିଶିଷ୍ଟ ରାମ ମନ୍ଦିରର ଗ୍ରାଉଣ୍ତ ଫ୍ଲୋର କାମ ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ଶେଷ ହେବ। ମନ୍ଦିରର ୩ ପାର୍ଶ୍ୱରେ ଦ୍ୱାର ରହିବ ତଥା ତାହାର ଶିଖର ସୁନାରେ ନିର୍ମିତ ହେବ ବୋଲି ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ରାମ ମନ୍ଦିରର ଲମ୍ବା ୩୮୦ ଫୁଟ, ଚଉଡ଼ା ୨୫୦ ଫୁଟ, ଉଚ୍ଚତା ୧୬୧ ଫୁଟ ଓ ମନ୍ଦିରରେ ୩୯୨ଟି ପିଲାର ରହିବ। ସାଗୁଆନ କାଠରେ ମନ୍ଦିରର ୪୬ଟି ଦ୍ୱାର ନିର୍ମାଣ କରାଯିବ। ଗର୍ଭଗୃହର କବାଟରେ ସ୍ୱର୍ଣ୍ଣ ଲେପ ରହିବ।
ଏହି ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଆସନ୍ତା ବର୍ଷ ଜାନୁଆରୀରେ ହେବ ବୋଲି କୁହାଯାଇଥିଲେ ବି ଏହାର ତାରିଖ ଘୋଷଣା କରାଯାଇ ନ ଥିଲା। ଏବେ ତାରିଖ ଘୋଷଣା କରାଯିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି।

ad-week
Leave A Reply

Your email address will not be published.