ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ହତ୍ୟା ଧମକ

add-all

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା କରିବେ ବୋଲି ଜଣେ ବ୍ୟକ୍ତି ଆଜି ଦିଲ୍ଲୀ ପୁଲିସର ‘ଆଉଟର୍‌ ଡିଷ୍ଟ୍ରିକ୍ଟ୍‌’ ପୁଲିସକୁ ଦୁଇଟି ‘ପିସିଆର୍‌’ କଲ୍‌ କରିଥିବା କଥା ‘ଇଣ୍ଡିଆ ଟିଭି’ ରିପୋର୍ଟ କରିଛି।
ଅନୁସନ୍ଧାନ କରି ଫୋନ୍‌ କରିଥିବା ବ୍ୟକ୍ତିଙ୍କୁ ଠାବ କରିବା ଲାଗି ପୁଲିସ ଟିମ୍‌ ମୁତୟନ କରାଯାଇଥିବା କଥା ଦିଲ୍ଲୀ ପୁଲିସ କହିଛି।
ପୁଲିସ କହିବା ଅନୁସାରେ, ୧୦ କୋଟି ଟଙ୍କା ନ ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା କରିବେ ପୂର୍ବାହ୍ନ ୧୦.୩୦ରେ ଆସିଥିବା ‘ପିସିଆର୍‌’ କଲ୍‌ରେ ଫୋନ୍‌ କରିଥିବା ବ୍ୟକ୍ତି ଧମକ ଦେଇଥିଲେ। ନାଙ୍ଗଲୋଇ ଅଞ୍ଚଳରୁ ଉକ୍ତ କଲ୍‌ ଆସିଥିବା ଜଣାପଡୁଛି। ପୁଣି, ପୂର୍ବାହ୍ନ ୧୦.୪୫ରେ ଉକ୍ତ ବ୍ୟକ୍ତି ଫୋନ୍‌ କଲେ ଯେ, ୨ କୋଟି ଟଙ୍କା ନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ହତ୍ୟା କରିବେ। ପଶ୍ଚିମ ବିହାର (ପୂର୍ବ) ଅଞ୍ଚଳରୁ ଏହି କଲ୍‌ ଆସିଥିଲା। ଦୁଇଟିଯାକ ଧମକ ମୋବାଇଲ୍‌ ଫୋନ୍‌ରୁ ଦିଆଯାଇଛି।
ତୁରନ୍ତ ପୁଲିସ ତତ୍ପର ହୋଇଉଠି ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଜଣାପଡ଼ିଲା ଫୋନ୍‌ କରିଥିବା ବ୍ୟକ୍ତିଜଣକ ହେଉଛନ୍ତି ମାଧିପୁରର ସୁଧୀର ଶର୍ମା ନାମରେ ଜଣେ ବଢ଼େଇ। ପୁଲିସ ତାଙ୍କ ଘରେ ପହଞ୍ଚିଲା ବେଳେକୁ ସେ ନ ଥିଲେ, ଥିଲା ତାଙ୍କ ୧୦ ବର୍ଷିୟ ପୁଅ ଅଙ୍କିତ। ଅଧିକ ତଦନ୍ତରୁ ଜଣାଗଲା ଯେ, ସୁଧୀର ଜଣେ ପୁରୁଣା ମଦ୍ୟପ। ତାଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି ବୋଲି ପୁଲିସ କହିଛି।

ad-week
Leave A Reply

Your email address will not be published.