କଣ୍ଠଶିଳ୍ପୀ ସୌରିନ ଭଟ୍ଟ ମାମଲା: କୋଲକାତାରୁ ଖାଲି ହାତରେ ଫେରିଲା କମିସନରେଟ୍ ପୁଲିସ

add-all

କଟକ: ଜଣାଶୁଣା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ କୋଲକାତାସ୍ଥିତ ଘରୁ ଖାଲି ହାତରେ ଫେରିଛି କମିସନରେଟ୍ ପୁଲିସ। ଗତ ବୁଧବାର ରାତିରେ ପୁଲିସ ଚଢ଼ଉ କରିଥିଲା। କିନ୍ତୁ ଘରେ ନ ଥିଲେ ସୌରିନ। ତାଙ୍କ ପରିବାର ଲୋକେ କହିଛନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ ଏବେ ଦିଲ୍ଲୀରେ। ଏଣେ ସେମାନେ ପୀଡ଼ିତା ସୌରିନଙ୍କୁ ବ୍ଲାକମେଲ୍ କରୁଥିବାର ପାଲଟା ଅଭିଯୋଗ ଆଣିଛନ୍ତି। ଜଣେ ମହିଳା ଏସ୍‌ଆଇଙ୍କ ନେତୃ୍ତ୍ବରେ ୫ ଜଣିଆ ଟିମ୍ ଏହି ଚଢ଼ଉରେ ସାମିଲ ହୋଇଥିଲେ। ଏହି ଚଢ଼ଉରେ କଲିକତା ପୁଲିସର ଏକ ସ୍ବତନ୍ତ୍ର ଟିମ୍ ବି ସହଯୋଗ କରିଥିଲେ। ସୌରିନଙ୍କୁ ହାଜର ହେବାପାଇଁ କୁହାଯାଇଥିବା ବେଳେ ସେ ନ ଆସିବାରୁ ପୁଲିସ ଏଭଳି ପଦକ୍ଷେପ ନେଇଥିଲା।

ସୂଚନାଯୋଗ୍ୟ, କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। କଟକ ଜଗତପୁରର ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଦୀର୍ଘ ୮ ବର୍ଷ କାଳ କଟକ ଓ ମୁମ୍ବାଇରେ ଦୁଷ୍କର୍ମ କରି ଆସୁଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ନଗ୍ନ ଫଟୋ ଓ ଭିଡିଓ ଦେଖାଇ ତାଙ୍କୁ ସେ ଯୌନ ଶୋଷଣ କରୁଥିଲେ। ପୀଡ଼ିତା ବିରୋଧ କଲେ ତାଙ୍କୁ ଅମାନୁଷିକ ଭାବେ ମାଡ଼ ମାରୁଥିଲେ। ଗଲା ଏପ୍ରିଲ ମାସରେ ସେ ଯୁବତୀ ଜଣଙ୍କୁ ମହନଦୀରେ ଠେଲି ମାରିଦେବାକୁ ବି ଉଦ୍ୟମ କରିଥିଲେ। ଏଭଳି ସଂଗିନ ଅଭିଯୋଗ ନେଇ ପୀଡ଼ିତା ଜଣକ ସୋମବାର ମହିଳା ଥାନାରେ ଫେରାଦ ହୋଇଛନ୍ତି। ପୁଲିସ ମାମଲା ରୁଜୁ କରି ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଇଛି। ଅନ୍ୟପଟେ ଗିରଫ ଭୟରେ ସୌରିନ୍ ଫେରାର ଥିବା କୁହାଯାଉଛି।

କଲିକତାର ଆଗ ଧାଡ଼ିର କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ ସିଡିଏ ସେକ୍ଟର ୬ରେ ୨୦୧୫ ମସିହାରେ ଏକ ଘର ଭଡ଼ା ନେଇ ରହୁଥିଲେ। ସିଡିଏର ଏକ ମନୋରଞ୍ଜନ ଚ୍ୟାନେଲ ସହିତ ସେ ଜଡ଼ିତ ଥିଲେ। ଏଠାରେ ଗୀତ ରେକର୍ଡ କରିବା ସହିତ ଉକ୍ତ ଚ୍ୟାନେଲର ବିଚାରକ ଭାବେ କାମ କରୁଥିଲା। ସେହି ସମୟରେ ଜଗତପୁର ସାଇ ବିହାରରେ ରହୁଥିବା ଆଠଗଡ଼ର ଜଣେ ଯୁବତୀ କଲେଜ ଛକରେ ଥିବା ଏକ ଜାତୀୟକରଣ ବ୍ୟାଙ୍କରେ ଚାକିରି କରିଥିଲେ। ସେଠାରେ ସୌରିନ୍‌ ପୀଡ଼ିତାଙ୍କ ସହିତ ପରିଚିତ ହୋଇଥିଲା। ସୌରିନ ଏହି ପୀଡ଼ିତାଙ୍କୁ ତାଙ୍କ ଭଡ଼ା ଘରକୁ ନେଇ ଶାରୀରିକ ସମ୍ପର୍କ ରଖିଥିଲେ। ପୀଡ଼ିତାଙ୍କୁ ସେ ବିବାହର ପ୍ରତିଶ୍ରୁତି ଦେଇଥିଲା। ୨୦୧୬ରେ ଯୁବତୀ ଜଣକ ଉକ୍ତ ବ୍ୟାଙ୍କ ଛାଡ଼ି ମୁମ୍ବାଇରେ ଥିବା ଏକ ଘରୋଇ ବ୍ୟାଙ୍କରେ ଚାକିରି କରିଥିଲେ। ସେଠାରେ ଉଭୟ ଲିଭ୍-ଇନ୍ ରିଲେସନସିପ୍‌ରେ ରହିଥିଲେ। ସୌରିନ ପୂର୍ବରୁ ବିବାହିତ ଓ ତାଙ୍କର ପିଲା ବି ଥିବା ଜଣାପଡ଼ିଥିଲା। ତା ପରେ ଯୁବତୀ ଜଣକ ସୌରିନଙ୍କ ନିକଟରୁ ଦୂରେଇବାକୁ ଚାହିଁଥିଲେ। ସୌରିନ ଯୁବତୀଙ୍କ ନଗ୍ନ ଫଟୋ ଓ ଭିଡ଼ିଓ ଦେଖାଇ ବ୍ଲାକମେଲ୍ କରିବା ଆରମ୍ଭ କରିଥିଲେ। ଯୌନ ଶୋଷଣ ସହିତ ପୀଡ଼ିତାଙ୍କ ନିକଟରୁ ୯ ଲକ୍ଷ ଟଙ୍କା ବିଭିନ୍ନ ପର୍ଯ୍ୟାୟରେ ବି ସେ ନେଇଥିଲେ। ତାଙ୍କୁ ମୁମ୍ବାଇରେ ସୌରିନ ନିୟମିତ ମାଡ଼ ବି ମାରୁଥିଲେ। ଗଲା ଏପ୍ରିଲ ୧୫ ତାରିଖରେ ସୌରିନ କଟକ କୌଣସି କାମରେ ଆସିଥିଲେ। ଜଗତପୁର ମହାନଦୀ ଓଭରବ୍ରିଜ ଉପରକୁ ଯୁବତୀଙ୍କୁ ଡାକିଥିଲେ। ମହାନଦୀକୁ ଠେଲି ମାରିଦେବାକୁ ସେଦିନ ସୌରିନ ଉଦ୍ୟମ କରିଥିଲେ।

ପୀଡ଼ିତାଙ୍କ ମା ଏ ସମ୍ପର୍କରେ ସୌରିନର ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଥିଲେ। ସୌରିନର ଏଭଳି ଅନେକ ଯୁବତୀଙ୍କ ସହିତ ସମ୍ପର୍କ ଥିବା ପରିବାର ଲୋକେ କହିବା ସହିତ ନିଜର ଅସହାୟତା ପ୍ରକାଶ କରିଥିଲେ। ମହିଳା ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି। ପୁଲିସ ଦଫା ୩୭୬, ୪୯୩, ୪୧୭, ୩୨୩, ୩୪୧, ୫୦୬ରେ ଏକ ମାମଲା (କେସ୍ ନଂ ୭୮) ରୁଜୁ ହୋଇଛି।

ad-week
Leave A Reply

Your email address will not be published.