ଝଲସିବ ଶ୍ରୀମନ୍ଦିର ସିଂହଦ୍ୱାର, ଆରମ୍ଭ ହୋଇଛି ରୁପା ଛାଉଣୀ ପ୍ରକ୍ରିୟା

add-all

ପୁରୀ: ଝଲସିବ ଶ୍ରୀମନ୍ଦିର ସିଂହଦ୍ୱାର। ଆରମ୍ଭ ହୋଇଛି ରୁପା ଛାଉଣୀ ପ୍ରକ୍ରିୟା । ମୁମ୍ବାଇରୁ ଦୁଇ ଅଭିଜ୍ଞ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ଷ୍ଟିଲ ଫ୍ରେମ୍‌ ଆସି ପହଞ୍ଚିଛି। ୫୦୦ କେଜି ଓଜନର ଷ୍ଟିଲ ଫ୍ରେମ୍‌ ସିଂହଦ୍ୱାରରେ ଲଗାଯିବ। ଗତକାଲି ରାତିରେ ଅବିକଳ ସିଂହଦ୍ୱାର ଲଗାଯାଇଛି।

ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ନହେବା ପାଇଁ ଲଗାଯାଇଛି ଏହି ଅସ୍ଥାୟୀ ଅବିକଳ ସିଂହଦ୍ୱାର। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତି ନବଦିନାତ୍ମକ ଯାତ୍ରାରେ ବାହାରିବା ପରେ କାମ ଆରମ୍ଭ ହୋଇଛି। ଷ୍ଟିଲ ଫ୍ରେମ ଉପରେ ବର୍ମାଟିକ କାଠରେ ପ୍ରସ୍ତୁତ ଫ୍ରେମ ଲଗାଯାଇ ରୂପା ଛାଉଣୀ କରାଯିବ।

ବାହୁଡା଼ ଯାତ୍ରା ପୂର୍ବରୁ ସିଂହଦ୍ୱାର ରୂପା ଛାଉଣୀ କାର୍ଯ୍ଯ ଶେଷ କରିବା ନେଇ ଲକ୍ଷ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ସାତପାହଚ, ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର, ବେହରଣ ଦ୍ୱାର ଓ ଭୋଗମଣ୍ଡପ ଦ୍ୱାରକୁ ରୂପା ଦ୍ୱାର କରାଯାଇଛି।

ad-week
Leave A Reply

Your email address will not be published.