ମୁକେଶ ନୀତାଙ୍କ ସହ ହ୍ବାଇଟ୍ ହାଉସରେ ସୁନ୍ଦର-ଅଞ୍ଜଳି, ସଫଳ ଭାରତୀୟଙ୍କୁ ଆପ୍ୟାୟିତ କଲେ ବାଇଡେନ୍

add-all

ୱାସିଂଟନ୍‌: ଗୁରୁବାର ରାତିରେ ହ୍ବାଇଟ୍‌ ହାଉସ୍‌ରେ ଆୟୋଜିତ ‘ଷ୍ଟେଟ୍‌ ଡିନର୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ରାତ୍ରି ଭୋଜନ କରିଥିଲେ। ଏହି ଅବସରରେ, ସମବେତ ୪୦୦ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇଥିବା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ସମେତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଫାଉଟଣ୍ଡସନର ପ୍ରତିଷ୍ଠାତ୍ରୀ ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ ଶାଢ଼ି ପିନ୍ଧି ଯୋଗ ଦେଇଥିବା ଦେଖାଯାଇଛି। ଜଣାପଡ଼ିଛି। ତାଙ୍କ ସହ ଆଲଫାବେଟ ସିଇଓ ସୁନ୍ଦର ପିଚାଇ ଏବଂ ତାଙ୍କ ପତ୍ନୀ ଅଞ୍ଜଳି ପିଚାଇ ମଧ୍ୟ ସାମିଲ ହୋଇଥିବା ଭାଇରାଲ ଫଟୋରେ ଦେଖିବାକୁ ମିଳିଛି।
ତେବେ ‘ଷ୍ଟେଟ୍‌ ଡିନର୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଓ ରାଷ୍ଟ୍ରପତି ବାଇଡେନ୍‌ କିଛି କ୍ଷଣ ମଜାମଉଜ କରିବା ସହିତ ‘ସୁରାପାତ୍ର’ (ମଦ ଗ୍ଲାସ୍‌) ଉଠାଇ ପରସ୍ପରକୁ ‘ଚିୟର୍ସ’ କରିବା ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଉଭୟ ନେତା ମଦ୍ୟପାନ କରୁ ନ ଥିବାରୁ ସେମାନଙ୍କ ପାଇଁ ‘ନିଶା’ ବା ‘ଆଲ୍‌କ୍‌ହଲ୍‌’ ମିଶି ନ ଥିବା ମଦ ବରାଦ କରାଯାଇଥିଲା। ଏହି ମଦ ବା ‘ୱାଇନ୍‌’ (ପଟେଲ୍‌ ରେଡ୍‌ ବ୍ଲେଣ୍ଡ୍‌ ୨୦୧୯) ଆସିଥିଲା ନାପା ଉପତ୍ୟକାରେ ରାଜ୍‌ ପଟେଲ୍‌ଙ୍କ ମାଲିକାନାରେ ଥିବା ମଦଭାଟି ବା ‘ୱାଇନେରି’ରୁ।
ଆମେରିକୀୟ ପ୍ରଥା ଅନୁସାରେ, ଭୋଜି ଶେଷରେ ସୁସ୍ବାସ୍ଥ୍ୟ, ସୁଖ-ସମୃଦ୍ଧି କାମନା କରି ପିଇବା ଆଗରୁ ପରସ୍ପରର ମଦ ଗ୍ଲାସ୍‌କୁ ଛୁଆଇଁ ‘ଚିୟର୍ସ’ ବା ‘ଟୋଷ୍ଟ୍‌ ରେଜିଙ୍ଗ୍‌’ କରିବାର ବିଧି ଅଛି।

ad-week
Leave A Reply

Your email address will not be published.