୩ ଜଟିଳ ମାଂସପେଶୀ ରୋଗୀଙ୍କ ଚିକିତ୍ସା ପାଇଁ ୩୦ ଲକ୍ଷ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

add-all

ବାଲେଶ୍ୱର : ବାଲେଶ୍ୱରର ତିନି ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ। ଜଟିଳ ମାଂସପେଶୀ ରୋଗର ଚିକିତ୍ସା ପାଇଁ ଟଙ୍କା ମଞ୍ଜୁର କରିଛନ୍ତି। ବାଲେଶ୍ୱର ଜିଲ୍ଲାର ତିନିଜଣ ରୋଗୀ ତଥା ଖନ୍ତାପଡ଼ାର କିରଣ କୁମାର ମଲ୍ଲିକ, ଖନ୍ତାପଡ଼ାର ସୁରଜ କୁମାର ମଲ୍ଲିକ ଓ ସିମୁଳିଆର ବିଦ୍ୟାଂଶୁ ଦୀକ୍ଷିତ, ଜଟିଳ ମାଂସପେଶୀ ରୋଗ Duchenne Muscular Dystrophy ପୀଡିତ ଅଛନ୍ତି।

ସେମାନଙ୍କ ଉତ୍ତମ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୩୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ତିନି ଜଣ ରୋଗୀଙ୍କୁ ପ୍ରତ୍ୟେକ ଏକକାଳୀନ ୧୦ଲକ୍ଷ ଟଙ୍କା ଲେଖାଏ ସହାୟତା ମଞ୍ଜୁର କରାଯାଇଛି। ସୂଚନାଯୋଗ୍ୟ ଯେ, DMD ରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟବବହୁଳ ଅଟେ।

ad-week
Leave A Reply

Your email address will not be published.