ସାହିତ୍ୟ ଅକାଦେମି ପକ୍ଷରୁ ଘୋଷଣା ହେଲା ବାଲ୍ ସାହିତ୍ୟ ପୁରସ୍କାର

add-all

ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦୨୩ ବର୍ଷ ପାଇଁ ଆଜି ସାହିତ୍ୟ ଅକାଦେମି ପକ୍ଷରୁ ବାଲ୍ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି | ଚଳିତବର୍ଷ ୨୨ଟି ଭାଷାରେ ପ୍ରକାଶିତ ଶିଶୁସାହିତ୍ୟ ସମ୍ବଳିତ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି | ଓଡ଼ିଆ ଭାଷାରେ ପ୍ରକାଶିତ ଯୁଗଳ କିଶୋର ଷଡ଼ଙ୍ଗୀଙ୍କ ଲିଖିତ  ‘ଜେଜେଙ୍କ ଗପ ଗଣ୍ଠିଲି'(କ୍ଷୁଦ୍ର ଗଳ୍ପ)କୁ ବାଲ୍ ସାହିତ୍ୟ ପୁରସ୍କାର ମିଳିବ ବୋଲି ଅକାଦେମି ପକ୍ଷରୁ ଘୋଷଣା କରାଯାଇଛି | ଲେଖକ ଯୁଗଳ କିଶୋର ଷଡ଼ଙ୍ଗୀଙ୍କୁ ପୁରସ୍କାର ବାବଦକୁ ଏକ ତାମ୍ରଫଳକ ସାଙ୍ଗକୁ ୫୦ ହଜାର ଟଙ୍କାର ଅର୍ଥରାଶି ଦିଆଯିବ।

ଉଲ୍ଲେଖ ଥାଉ କି ଚଳିତବର୍ଷ ଓଡ଼ିଆ ସମେତ ହିନ୍ଦୀ, ବଙ୍ଗଳା, ଅସମୀୟା, ଇଂରାଜୀ, ଗୁଜୁରାଟୀ, କନ୍ନଡ଼, କୋଙ୍କଣୀ, ମୈଥିଳି, ମାଲାୟାଲାମ, ମରାଠୀ, ନେପାଳୀ, ପଂଜାବୀ, ରାଜସ୍ଥାନୀ, ସଂସ୍କୃତ, ସାନ୍ତାଳୀ, ତାମିଲ, ତେଲୁଗୁ, ଉର୍ଦ୍ଦୁ, ବୋଡୋ, ଡୋଗ୍ରୀ ଭଳି ଭାଷାରେ ଲିଖିତ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି | ୨୦୨୨ରେ ନରେନ୍ଦ୍ର ପ୍ରସାଦ ଦାସ, ୨୦୨୧ରେ ଦିଗରାଜ ବ୍ରହ୍ମା, ୨୦୨୦ରେ ରାମଚନ୍ଦ୍ର ନାୟକ, ୨୦୧୯ରେ ବୀରେନ୍ଦ୍ର କୁମାର ସାମନ୍ତରାୟ, ୨୦୧୮ରେ ବୀରେନ୍ଦ୍ର ମହାନ୍ତି ପ୍ରମୁଖଙ୍କ ଓଡ଼ିଆ ଶିଶୁ ସାହିତ୍ୟିକଙ୍କୁ ବାଲ୍ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଛି।

ad-week
Leave A Reply

Your email address will not be published.