ଛୁଟି ନମିଳିବାରୁ ଚାକିରୀରୁ ଇସ୍ତଫା ଦେଇଦେଲେ ଡେପୁଟି କଲେକ୍ଟର

add-all

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛତରପୁର ଜିଲ୍ଲା ଲବକୁଶନଗରରେ ବସବାସ କରୁଥିବା ଜଣେ ମହିଳା ଡେପୁଟି କଲେକ୍ଟରଙ୍କୁ ଛୁଟି ନମିଳିବାରୁ ସେ ଚାକିରିରୁ ଇସ୍ତଫା ଦେଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ଏସଡିଏମ୍ ପଦରେ ନିୟୋଜିତ ଥିବ‌େ ନିଶା ବାଙ୍ଗରେ ବେତୁଲ ଜିଲ୍ଲାର ଆମଲାରେ ଜୁନ ୨୫ରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ସର୍ବ ଧର୍ମ ଶାନ୍ତି ସମ୍ମିଳନୀରେ ଭାଗ ନେବା ସହିତ ଘରର ଗୃହପ୍ରବେଶରେ ସାମିଲ ହେବାକୁ ଚାହୁଁଥିଲେ। ଏଥିପାଇଁ ସେ ଛୁଟି ଆବେଦନ କରିଥିଲେ। କିନ୍ତୁ ତାଙ୍କୁ ଏହି ସମ୍ମିଳନୀରେ ଭାଗ ନେବା ପାଇଁ ଛୁଟି ମିଳିଲା ନାହିଁ।
ନିଶା ସାଧାରଣ ପ୍ରଶାସନ ବିଭାଗକୁ ପଠାଇଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି,‘ ମୋର କର୍ତ୍ତବ୍ୟରେ ମୁଁ କେବେ ହେଳା କରିନାହିଁ। ଅନେକ ଦିନ ହେବ ମୁଁ ଛୁଟି ନେଇ ନାହିଁ। ମୋର ବି ତ କିଛି ବ୍ୟକ୍ତିଗତ କାମ ଅଛି। ମୁଁ ଘରର ଗୃହପ୍ର‌ବେଶ ସହିତ ଅନ୍ତର୍ଜାତୀୟ ସର୍ବ ଧର୍ମ ଶାନ୍ତି ସମ୍ମିଳନୀରେ ଭାଗ ନେବାକୁ ଚାହୁଁଥିଲି। ଏଥିସହିତ ବିଶ୍ୱ ଶାନ୍ତିଦୂତ ତଥାଗତ ବୁଦ୍ଧଙ୍କ ଅସ୍ଥିକୁ ଦର୍ଶନ କରିବାର ଥିଲା କିନ୍ତୁ ମୋତେ ଛୁଟି ମିଳିଲା ନାହିଁ। ଏହା ମୋର ଧାର୍ମିକ ଭାବନାକୁ ଆଘାତ ପହଞ୍ଚିଛି। ତେଣୁ ବହୁତ ବୁଝି ବିଚାରି ମୁଁ ଏହି ଇସ୍ତଫା ଦେଉଛି।’
ନିଶା ଆମଲାରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚ ହେଉଛି। ଏବିଷୟରେ ନିଶାଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ,‘ମୁଁ ଏଦିଗରେ ଚିନ୍ତା କରି‌ବି। ଏଯାବତ କିଛି ସ୍ପଷ୍ଟ ହୋଇନାହିଁ।

ad-week
Leave A Reply

Your email address will not be published.