ଜିଏସଟି ଠକେଇ ଅଭିଯୋଗରେ ମାର୍ବଲ ଦୋକାନରେ ରେଡ୍‌

add-all

ଝାରସୁଗୁଡା: ମାର୍ବଲ ଦୋକାନରେ ଚଢଉ । ଜିଏସଟି ଠକେଇ ଅଭିଯୋଗରେ ଚଢଉ ହୋଇଛି । ଝାରସୁଗୁଡା ଜିଏସଟି ବିଭାଗର ଅତିରିକ୍ତ କମିଶନରଙ୍କ ନେତୃତ୍ୱରେ ଏକ ୧୫ଜଣିଆ ଟିମ୍‌ ସୁନ୍ଦରଗଡ ପତ୍ରାପାଲ୍ଲି ବାଇପାସରେ ଥିବା ଦାଶ ଟାଇଲ୍ସ ଏଣ୍ଡ ମାର୍ବଲ ଦୋକାନରେ ଚଢଉ କରିଛନ୍ତି । ଟାଇଲ୍ସ, ମାର୍ବଲ ସମେତ ଗୃହ ନିର୍ମାଣ ଉପକରଣ ବିକ୍ରୟ କରୁଥିବା ଏହି ଦୋକାନ ନାମରେ ବ୍ୟାପକ ଟିକସ ଫାଙ୍କି ଅଭିଯୋଗ ରହିଥିଲା।

ସୂଚନା ଅନୁଯାୟୀ ଦିନ ୧୧ଟାରୁ ଝାରସୁଗୁଡ଼ା ବାଣିଜ୍ୟକର ବିଭାଗର ଉପ ଆୟୁକ୍ତ ସତୀଶ ରଞ୍ଜନ ଜାଲଙ୍କ ନେତୃତ୍ବରେ ୧୫ ଜଣିଆ ଟିମ ମାଲିକ ଦେବାଶିଷ ଦାଶଙ୍କ ଉପସ୍ଥିତିରେ ଏକକାଳୀନ ଚଢଉ କରିଥିଲେ। ସନ୍ଧ୍ୟା ସାଢ଼େ ୭ଟା ଚଢ଼ଉ କରି ବହୁ କାଗଜପତ୍ର ଜବତ କରି ଟିମ୍ ଫେରି ଯାଇଛନ୍ତି। ଯାଞ୍ଚ ପରେ କେତେ ଟଙ୍କାର ଟିକସ ଫାଙ୍କି ହୋଇଛି, ତାହା ଜଣାପଡ଼ିବ ବୋଲି ବାଣିଜ୍ୟକର ବିଭାଗର ଅତିରିକ୍ତ ଆୟୁକ୍ତ ସତୀଶ ରଞ୍ଜନ ଜାଲ କହିଛନ୍ତି। ଜିଏସଟି ଟିମର ଚଢ଼ଉ ପରେ ସହରର ଅନେକ ଦୋକାନରେ ତାଲା ପଡ଼ିଥିବା ଦେଖାଯାଇଥିଲା।

ad-week
Leave A Reply

Your email address will not be published.