ଯୁବବର୍ଗଙ୍କୁ ବ୍ୟାପକ ଭାବେ ସମାଜସେବା ଓ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: "ରକ୍ତଦାନ କରି ଗୋଟିଏ ଜୀବନ ବଞ୍ଚାଇବାର ଅନୁଭବ ଆମର ଉଚ୍ଚ ମାନବୀୟ ମୂଲ୍ୟବୋଧର ପରିଚୟ ପ୍ରଦାନ କରିଥାଏ। ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ରକ୍ତର କୌଣସି ବିକଳ୍ପ ନାହିଁ ଏବଂ ଏହା କୌଣସି କାରଖାନାରେ ତିଆରି ହୋଇପାରିବ ନାହିଁ," ବୋଲି 'ସେବା ସଂକଳ୍ପ ଅଭିଯାନ' ଅବସରରେ ୟୁନିଟ-୩

ଚାଲାଣ କରୁଥିଲେ, ଧରାପଡ଼ିଗଲେ ୪ଜଣ, ୫୫ଟି ଜୀବନ୍ତ କଇଁଛ ଉଦ୍ଧାର

ମାଲକାନଗିରି : ବେଆଇନ ଭାବେ ବନ୍ୟଜନ୍ତୁ ଚାଲାଣ ହେଉଥିବା ନେଇ ମିଳିଥିବା ବିଶ୍ୱସନୀୟ ସୂଚନା ଆଧାରରେ ମାଲକାନଗିରି ବନ ବିଭାଗ ଓ ମୋଟୁ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ୫୫ଟି ଜୀବନ୍ତ କଇଁଛ ଉଦ୍ଧାର କରାଯାଇଛି। ଏହି ଘଟଣାରେ ୪ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି।ସୂଚନା

ବଢ଼ୁଛି ନଦୀରେ ଡେଇଁ ଜୀବନ ହାରିବା ଘଟଣା, ୫ ବର୍ଷରେ ୪୬ ମୃତ

କଟକ : ଗତ ୫ ବର୍ଷ ମଧ୍ୟରେ କଟକ ଓ ଭୁବନେଶ୍ବର ଅଗ୍ନିଶମ ସର୍କଲ୍‌ରେ ନଦୀ ଓ ଜଳାଶୟରେ ଡେଇଁ ଜୀବନ ହାରିବା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଅଗ୍ନିଶମ ବିଭାଗର ପରିସଂଖ୍ୟାନରୁ ମିଳିଥିବା ତଥ୍ୟାନୁସାରେ, କଟକ ଅଗ୍ନିଶମ ବିଭାଗ ଅଧୀନରେ ୯ଜଣ ଜଳାଶୟରେ ଡେଇଁ ଆତ୍ମହତ୍ୟା କରିଥିବା

ବନ୍ଧୁକ ଦେଖାଇ ଭିଡିଓ କରି ଯୁବକ ଗିରଫ: ୨ ବନ୍ଧୁକ ଜବତ

ନୟାଗଡ଼ : ବନ୍ଧୁକ ଦେଖାଇ ସୋସିଆଲ ମିଡିଆରେ ବିଭିନ୍ନ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି।ଯୁବକ ଜଣକ ନୟାଗଡ଼ ହାଉସିଂବୋର୍ଡ ନିବାସୀ ଶିକ୍ଷକ ବିଭୂତି ଭୂଷଣ ଜେନାଙ୍କ ପୁଅ ମୋର୍ଯ୍ୟମଣି ଜୈତ୍ରଦେବ ଜେନା । ତାଙ୍କ ନିକଟରୁ ଦୁଇଟି ବନ୍ଧୁକ ଜବତ କରାଯାଇଛି।

ବିଶ୍ୱକର୍ମା ପୂଜା ପାଳିତ : ଠିକାଦାର, ଶ୍ରମିକ, ଦିନମଜୁରିଆ ଓ ବସ୍‌ କର୍ମଚାରୀଙ୍କ ଉତ୍ସାହପୂର୍ଣ୍ଣ ସାମିଲ

ବାଲିଗୁଡ଼ା : ଧର୍ମ, ପରମ୍ପରା ଓ କର୍ମର ସମନ୍ୱୟର ପବିତ୍ର ପର୍ବ ବିଶ୍ୱକର୍ମା ପୂଜା ଅବସରରେ ବାଲିଗୁଡ଼ା ତଥା ଆଖପାଖ ଅଞ୍ଚଳର ବିଭିନ୍ନ ଶିଳ୍ପାନୁଷ୍ଠାନ, ଗ୍ୟାରେଜ୍‌, ନିର୍ମାଣ ସଂସ୍ଥା, ଯାନବାହନ ଚଳାଚଳ କ୍ଷେତ୍ର ଓ ବିଭିନ୍ନ କାର୍ଯ୍ୟସ୍ଥଳରେ ଧୁମ୍‌ଧାମରେ ବିଶ୍ୱକର୍ମା ପୂଜା ପାଳିତ

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ଯାତ୍ରୀବାହୀ ବସ୍‌ରେ ଚାଲାଣ ହେଉଥିବା ୬୩ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୁଲିସ। ଏହି ଘଟଣାରେ ବସ୍‌ର ଡ୍ରାଇଭର, ହେଲ୍ପର ଓ କଣ୍ଡକ୍ଟରଙ୍କୁ ପୁଲିସ ଗିରଫ କରିଛି।

କୋଟପାଡ଼ଠାରେ ବରିଷ୍ଠ ଦେୱାନୀ ଅଦାଲତ ପ୍ରତିଷ୍ଠା ନିମନ୍ତେ ହାଇକୋର୍ଟ ବିଚାରପତିଙ୍କୁ ଓକିଲ ସଂଘର ସ୍ମାରକପତ୍ର

କୋଟପାଡ଼ : କୋଟପାଡ଼ଠାରେ ଏକ ବରିଷ୍ଠ ଦେୱାନୀ ଅଦାଲତ (ସିନିୟର ସିଭିଲ୍ ଜଜ୍ କୋର୍ଟ) ପ୍ରତିଷ୍ଠା ଦାବି ନେଇ କୋଟପାଡ଼ ଓକିଲ ସଂଘର ଏକ ପ୍ରତିନିଧି ଦଳ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ତଥା କୋରାପୁଟ ଜିଲ୍ଲା ପୋର୍ଟଫୋଲିଓ ଜଜ୍ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସଙ୍କୁ ତାଙ୍କ

କୃଷକ ସଶକ୍ତିକରଣ ଦିଗରେ ନୂଆ ପଦକ୍ଷେପ: ପିଠାଭୂଇଁରେ ‘ଜୟ ମାଁ ଲକ୍ଷ୍ମୀ କୃଷକ ସଂଗଠନ’ର କାର୍ଯ୍ୟାଳୟ ଉଦ୍‌ଘାଟିତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ପିଠାଭୂଇଁ ଗ୍ରାମରେ ଚାଷୀମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ଉନ୍ନତି ପାଇଁ ‘ଜୟ ମାଁ ଲକ୍ଷ୍ମୀ କୃଷକ ସଂଗଠନ’ର ନୂତନ କାର୍ଯ୍ୟାଳୟ ଆଜି ଶୁଭାରମ୍ଭ ହୋଇଯାଇଛି। ଗ୍ରାମର ଗୌନ୍ତିଆ ପରିବାରର ମୁଖ୍ୟ ସୁନାଫୁଲ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ

ସମ୍ବଲପୁରକୁ ନୂଆଁଖାଇ ଭେଟି: ୧୩୩.୪୭ କୋଟିର ପ୍ରକଳ୍ପ ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ

ଭୁବନେଶ୍ୱର/ସମ୍ବଲପୁର: ଆଜି (ବୁଧବାର) ନୂଆଁଖାଇ ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶା ବିଶେଷତଃ ସମ୍ବଲପୁରକୁ ୯୬୦ କୋଟି ଟଙ୍କାର ୫୦ଟି ବିକାଶମୂଳକ ପ୍ରକଳ୍ପର ଭେଟି ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତ ଅବସରରେ ୧୩୩.୪୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ,

ବାତ୍ୟା ନେଇ ଏଯାଏଁ କୌଣସି ଆକଳନ ହୋଇନି: ଆଇଏମଡି ଡିଜି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଏଯାଏଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୌଣସି ଆକଳନ କରାଯାଇନାହିଁ। କେବଳ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରାଯାଇଥିବା ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି। ଆଇଏମଡି ଡିଜିଙ୍କ ସୂଚନା ଅନୁସାରେ, ୧୯ ତାରିଖ ବେଳକୁ ପୂର୍ବ