ସବୁଠି ବାଜୁଛି ପ୍ରିୟ ଷୋହଳ ଭରଣୀ ବାଦ୍ୟ, ଦୁଲୁକୁଛି ମା’ ଦୁର୍ଗାଙ୍କର ପୂଜା ମଣ୍ଡପରୁ ଶକ୍ତି ପୀଠ

ବଲାଙ୍ଗିର: ଚାଲିଛି ମା’ଙ୍କ ନବଦିନାତ୍ମକ ପୂଜା । ବଲାଙ୍ଗିର ଏକ ମନ୍ତ୍ର ଯନ୍ତ୍ର ତନ୍ତ୍ରର ପୀଠ ହୋଇଥିବାରୁ ଏଠି ଶକ୍ତି ଉପାସନା ସ୍ଵତନ୍ତ୍ର । ଆଉ ଏହି ନବଦିନାତ୍ମକ ପୂଜାରେ ସ୍ଵତନ୍ତ୍ରତା ହେଉଛି ଷୋହଲ ଭରଣୀ ବାଦ୍ୟ । ଏବେ ଷୋହଳ ଭରଣୀ ବାଦ୍ୟରେ ଦୁଲୁକୁଛି ପୂଜା ମଣ୍ଡପରୁ ଶକ୍ତି ପୀଠ

ହାତୀ ଦେହରେ ଗୁଳି ବାଜିନି, ସଂଘର୍ଷରୁ ଆହତ ହୋଇଛି ; କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କ ସୂଚନା

ବାଂଶପାଳ : ହାତୀ ଦେହରେ ଗୁଳି ବାଜିନି । ହାତୀଙ୍କ ମଧ୍ୟରେ ଲଢ଼େଇରୁ ଆହତ ହୋଇଛି । ତେଲେକୋଇ ବନାଞ୍ଚଳରେ ଗତ ତିନି ଦିନ ହେଲା ଛୋଟେଇ ଛୋଟେଇ ଘୂରି ବୁଲୁଛି ଏକ ମାଇ ହାତୀ । ସୋସିଆଲ ମିଡ଼ିଆରେ ଏହି ଭିଡିଓ ଭାଇରଲ ହେଉଛି । ହାତୀର ଏକାଧିକ ସ୍ଥାନରେ ଗୁଳି ବାଜିଥିବା ଅଭିଯୋଗ ହୋଇଥିଲା ।

କୁକୁଡାଖଣ୍ଡି ବ୍ଲକ ରେ ଜମି ମାଫିଆଙ୍କ ଆତଙ୍କ ରାଜ ସର୍ବସାଧାର ଜମିକୁ ଦଖଲ କରି ପ୍ଲଟ କୁ ରାସ୍ତା ନିର୍ମାଣ…

ମନ୍ଦିର କୁ ରାସ୍ତା ବାହାନା ରେ ଜମି ମାଫିଆ ଙ୍କ ଜୁଲମ...! ଗାଁ ଲୋକ ମେଳି ବାନ୍ଧି ପ୍ରଶାସନ ର ଦ୍ୱାରସ୍ତ…..!ବ୍ରହ୍ମପୁର: ଡ଼ବଲ ଇଞ୍ଜିନ ସରକାର ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଜମି ମାଫିଆ ମାନଙ୍କ ଜୋର ଜୁଲୁମ ଦିନକୁ ଦିନ ବୃଦ୍ଧି ପାଉଛି। ତାହାର ନଗ୍ନ ନମୁନା ଏବେ କୁକୁଡାଖଣ୍ଡି

ପୁଣି ଆସୁଛି ଆଉ ଏକ ଲଘୁଚାପ, ଅକ୍ଟୋବର ୧ ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପାର୍ବଣକୁ ଫିକା କରିପାରେ ଲଘୁଚାପ । ପୁଣି ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ୩୦ ରେ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ଅକ୍ଟୋବର ୧ରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦେଇଛି ପାଣିପାଗ

ଜଣଙ୍କ ପରେ ଜଣେ ଟଳୁଛନ୍ତି ଟପ୍ ମାଓ ନେତା

ଭୁବନେଶ୍ୱର : ଛତିଶଗଡ଼ରେ ଭୁଶୁଡ଼ୁଛି ମାଓଦୁର୍ଗ । ଜଣଙ୍କ ପରେ ଜଣେ ଟଳୁଛନ୍ତି ଟପ୍ ମାଓନେତା । ଆଉ ୩ ଜଣ କ୍ୟାଡର ମାଓବାଦୀ ନିହତ । ଛତିଶଗଡ଼ କାଙ୍କେର ଜିଲ୍ଲାରେ ଆଣ୍ଟି ନକ୍ସଲ ଅପରେସନ ବେଳେ ସଫଳତା । ଆଜି ସକାଳୁ ଗୁଳି ବିନିମୟ ହୋଇଥିଲା ।  ତିନି ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । 

ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବର୍ତ୍ତି ଗଲା ବଡ଼ ରେଳ ଦୁର୍ଘଟଣା

ସୋର : ବାହାନଗା ଭଳି ବଡ଼ ଦୁର୍ଘଟଣା ଘଟିଥାନ୍ତା । ଅଳ୍ପକେ ଟଳିଗଲା ଦୁର୍ଘଟଣା । ସୋର ଷ୍ଟେସନରେ ଘଟିଥାନ୍ତା ବାହାନଗା ଭଳି ଦୁର୍ଘଟଣା । ସୂଚନା ମୁତାବକ, ସୋର ରେଳ ଷ୍ଟେସନରେ ହାୱଡା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ ଗତ କାଲି ସଂଧ୍ୟା ୫ଟା ୩୬ ମିନିଟରେ ପହଁଞ୍ଚି ୫ଟା ୪୬

ରାସ୍ତା ଅବରୋଧ ହଟାଇବାକୁ ନେଇ ଯୁକ୍ତତର୍କ, ଆଇଆଇସିଙ୍କୁ ମାଡ଼ ଅଭିଯୋଗ

ସୋର : ଆଇଆଇସିଙ୍କୁ ମାଡ଼ ଅଭିଯୋଗ । ରାସ୍ତାରେ ଭାରତ ପାକିସ୍ତାନ କ୍ରିକେଟ ମ୍ୟାଚ ଦେଖୁଥିବାବେଳେ ବୃଦ୍ଧଙ୍କୁ ମାଡ ଦେଇ ଉଠାଇ ନେଲେ ଆଇଆଇସି । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ବାଲେଶ୍ବର ସୋର କୋର୍ଟ ଛକ ଆଗରେ ଆଇଆଇସିଙ୍କୁ ମାଡ଼ ଅଭିଯୋଗ । ରାସ୍ତା ଅବରୋଧ ହଟାଇବାକୁ ନେଇ

ଡାଡିଆଗୁଡ଼ାରେ ସୁମନି ସୁନାଙ୍କ ଦଶାହକ୍ରିୟା: ଡ଼ମ୍ବ ସମାଜର ପ୍ରମୁଖଙ୍କ ଯୋଗଦାନ ଓ ଏକତାର ବାର୍ତ୍ତା

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ମୁଣ୍ଡିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଡାଡିଆଗୁଡ଼ା ଗ୍ରାମରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ସ୍ୱର୍ଗତା ସୁମନି ସୁନାଙ୍କ ଦଶାହକ୍ରିୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସମାଜସେବୀ ତଥା ଡ଼ମ୍ବ ସମାଜର ସକ୍ରିୟ ସଦସ୍ୟ ହରି ସୁନାଙ୍କ ମାତା

ଅକ୍ଟୋବର ୪ରେ ବିହାର ଗସ୍ତ କରିବେ ଇସି

ନୂଆଦିଲ୍ଲୀ : ଚଳିତବର୍ଷ ଶେଷଆଡକୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ସ୍ଥିତି ସମୀକ୍ଷା କରିବାକୁ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ନେତୃତ୍ବରେ ନିର୍ବାଚନ କମିଶନ (ଇସି) ଟିମ୍‌ ଅକ୍ଟୋବର ୪ରେ ବିହାର ଗସ୍ତ କରିବେ ବୋଲି

ନୟାଗଡ଼ ଜିଲ୍ଲାରେ ଯୌତୁକ ନିଷେଧ ଅଧିନିୟମ ୧୯୬୧ ଉପରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ

ନୟାଗଡ଼: ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ନୟାଗଡ଼ ତରଫରୁ ମିଶନ ଶକ୍ତି ଭବନଠାରେ ଯୌତୁକ ନିଷେଧ ଅଧିନିୟମ ୧୯୬୧ ବିଷୟରେ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଯୌତୁକ ପ୍ରଥାକୁ ଜିଲ୍ଲାରୁ ସମ୍ପୂର୍ଣ୍ଣ ରୂପେ ନିର୍ମୂଳ କରିବା ଏହି ଶିବିରର ମୁଖ୍ୟ ଲକ୍ଷ୍ୟ