
କୋରାପୁଟ /କୋଟପାଡ଼ : ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରୁ ମନରେଗା ଯୋଜନାରେ ଗ୍ରାମାଞ୍ଚଳର ଗରିବ ଖଟିଖିଆ ବେରୋଜଗାରଙ୍କୁ ରୋଜଗାର ପ୍ରଦାନ କରିବା ଉଦ୍ଦେଶ୍ୟରେ ତତ୍କାଳୀନ କେନ୍ଦ୍ର ସରକାର 2005 ମସିହାରେ ଏହି ଆଇନ ପ୍ରଣୟନ କରିଥିଲେ l ଯାହାକୁ ବର୍ତମାନର ସରକାର ଚଳିତ ବର୍ଷରୁ ଭି ବି ଜି ରାମ ଜୀ ନାମରେ ନାମିତ କରି ଶହେ ଦିନ ବଦଳରେ ଶହେ ପଚିଶ ଦିନ ରୋଜଗାର ପ୍ରଦାନ କରିଛନ୍ତି l
ଏହି ଯୋଜନାରେ ବିଭିନ୍ନ ପ୍ରକାର ଜନହିତକର କାର୍ଯ୍ୟ କରାଯାଉଥିବା ବେଳେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି,କିଛି ଅସାଧୁ ଶ୍ରେଣୀୟ ଅଧିକାରୀ କର୍ମଚାରୀ/ଯନ୍ତ୍ରୀଙ୍କ ଉଦାସୀନତା ମନୋଭାବ ଏବଂ ସଚେତନତାର ଅଭାବ ଯୋଗୁଁ ତୃଣମୂଳ ସ୍ତରରେ କାର୍ଯ୍ୟର ସଠିକ ଭାବେ ରୂପାୟନ ହୋଇପାରୁନି l
ଅନ୍ୟ ପକ୍ଷରେ, ତୃଣମୂଳ ଲୁକ୍କାୟିତ ବିଭିନ୍ନ ପ୍ରକାର ଖେଳକୁଦ ପ୍ରତିଭାସମ୍ପନ୍ନ ଖେଳାଳିଙ୍କୁ ବୌଦ୍ଧିକ, ମାନସିକ ଏବଂ ଶାରୀରିକ ତାଲିମ୍ ପ୍ରଦାନ କରିବା ଏବଂ ଜ଼ିଲ୍ଲା,ରାଜ୍ୟ ଏବଂ ଜାତୀୟ ସ୍ତରରେ ଖେଳାଳିଙ୍କୁ ଉନ୍ନତ କରିବା ପାଇଁ ଗ୍ରାମୀଣ ସ୍ତରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମୀଣ ଖେଳ ପଡ଼ିଆ ସବୁ ଏମଜିଏନଆରଇଜିଏ (ବର୍ତମାନର ଭିବି ଜୀ ରାମ ଜୀ) ଯୋଜନା ଦ୍ୱାରା ନିର୍ମାଣ କରାଯାଉଛି, ହେଲେ ଏହାର ସୁଫଳ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l
ଏଠାରେ ପ୍ରକାଶ ଯୋଗ୍ୟ ଯେ ,କୋରାପୁଟ ଜ଼ିଲ୍ଲାର କୋଟପାଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି l କୁସୁମି ପଞ୍ଚାୟତ ସଦରରେ ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, କୋରାପୁଟ ଦ୍ୱାରା ସୂଚନାଫଳକ ଅନୁସାରେ 2023-24 ମସିହାରେ 9,50,000 ଟଙ୍କା ବ୍ୟୟକରି ଏକ ଖେଳ ପଡ଼ିଆ ତିଆରି କରାଯାଇଛି l ସେଠାରେ କେବଳ ସୂଚନା ଫଳକ ବ୍ୟତୀତ ଅନାବଶ୍ୟକ ବୃକ୍ଷଲତା ଭରି ହୋଇ ରହିଥିବା ଦେଖିବାକୁ ମିଳିଛି l ହେଲେ ଲକ୍ଷାଧିକ ଟଙ୍କା କେଉଁଥି ପାଇଁ ଖର୍ଚ୍ଚ କରାଯାଇଛି, ଏହାକୁ ନେଇ ଜନସାଧାରଣରେ ସନ୍ଦେହ ଜାତ ହୋଇଛି l ଏହାକୁ ନେଇ ଜ଼ିଲ୍ଲା କର୍ତୃପକ୍ଷ ନିରପେକ୍ଷ ଭାବେ ତଦନ୍ତକଲେ ପ୍ରକ୍ରୁତ ରହସ୍ୟ ଲୋକ ଲୋଚନକୁ ଆସିବ ବୋଲି ବୁଦ୍ଧି ଜୀବି ମହଲ ରେ ଚର୍ଚ୍ଚା କରାଯାଉଛି l
