ରାଜଧାନୀରେ ବେଆଇନ କଫ୍ ସିରଫ୍ କାରବାର୍, ୭୧ ପେଟି ଜବତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବେଆଇନ କଫ ସିରଫ କାରବାରର ପର୍ଦ୍ଦାଫାସ । ଭୁବନେଶ୍ବର ଦେଇ ବାଲେଶ୍ବର ଚାଲାଣ ବେଳେ ଜବତ ହେଲା କଫସିରପ ବୋଝେଇ କଣ୍ଟେନର । ନଖରା ସ୍ଥିତ ଭିଆରଏଲ୍ ଲଜିଷ୍ଟିକ ଷ୍ଟକ୍ ହାଉସରେ ଏସଟିଏଫ ଓ ଡ୍ରଗ କଣ୍ଟ୍ରୋଲର ମିଳିତ ଚଢାଉ ବେଳେ ଜବତ ହୋଇଛି ୭୧ ପେଟି କଫ…

ଆହୁରି ତାତିବ ଓଡ଼ିଶା, ଆଗାମୀ ୨୪ ଘଣ୍ଟାରେ ୨-୩ ଡିଗ୍ରୀ ବୃଦ୍ଧି ହେବ ତାପମାତ୍ରା

ଭୁବନେଶ୍ୱର : ସାବଧାନ ! ଆହୁରି ତାତିବ ଓଡ଼ିଶା । ରାଜ୍ୟରେ ବଢ଼ିବ ଖରା । ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୨-୩ ଡିଗ୍ରୀ ବୃଦ୍ଧି ସମ୍ଭାବନା । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା ପ୍ରାୟ ୨ ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିପାରେ । ୨୪ ଘଣ୍ଟା ପରେ…

ଡବଲ ଇଞ୍ଜିନର ଅଜବନୀତି ବ୍ରହ୍ମପୁର ଏସପି ଙ୍କୁ ତିନି ଦାୟିତ୍ୱ : ମୁରବି ବିହିନ ଏବେ ଦୁଇ ଜିଲ୍ଲା……!, ଦିନକୁ ଦିନ…

ଅପହରଣ କୁ ୨ ଦିନ ବିତିଲା ତଥାପି ପୋଲିସ ହାତ ଖାଲି..! ଏପଟେ ଅଶାନ୍ତ ବଡବଜାର ଥାନା...ମୁରବୀ ନଥିବାରୁ ଖୋଲାରେ ଖାଇ ମେଲାରେ ସୋଇଛି ପୋଲିସ..! ବ୍ରହ୍ମପୁର : ରାଜ୍ୟ ସରକାର ଅଜବନୀତି ଯୋଗୁଁ ଦୁଇ ଜିଲ୍ଲାରେ ଆଇନ ଶୃଙ୍ଖଳା ଏବେ ସମ୍ପୂର୍ଣ ବିପର୍ଯ୍ୟସ୍ତ।ବ୍ରହ୍ମପୁର କ୍ରାଇମ…

ଗଂଜାମ ଜିଲା ର ଲାଇଫ ଲାଇନ ଋଷିକୂଲ୍ୟା ନଦୀ ରେ ଧାରେ ପାଣି। ଏତିକି ରେ ଶୋଷ ମେଣ୍ଟିବା କଷ୍ଟ: ଜଳସ୍ତର ହ୍ରାସ ଜନଜୀବନ…

ପାନୀୟ ଜଳ ପ୍ରକଳ୍ପ ରୁ ସହର ବାସୀ ବଞ୍ଚିତ ପାଣି ପାଇଁ ଲୋକେ ହନ୍ତସନ୍ତ….! ବ୍ରହ୍ମପୁର : ଆସିକା ବ୍ଳକ ପାଇଁ ଏବେ ପାନୀୟ ଜଳ ସଙ୍କଟ ଆରମ୍ଭ ହୋଇଛି। ଦୁଇ ନଦୀ ଋଷିକୂଲ୍ୟା ଓ ବଡ଼ ନଦୀ ର ମଧ୍ୟରେ ଥିବା ଆସିକା ବ୍ଳକ ଓ ଆସିକା ଏନ ଏ ସି  ବର୍ଷ ବର୍ଷ ଧରି ଦୁଇ ନଦୀ ର ପାଣି ଧାର ଉପରେ…

ଭୋଟ୍‌କୁ ବାଧ୍ୟତାମୂଳକ କରିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଏକ ଆକର୍ଷଣୀୟ ଆବେଦନର ଶୁଣାଣି ହୋଇଛି। ଆବେଦନରେ ଦାବି କରାଯାଇଥିଲା ଯେ, ଭୋଟ୍‌କୁ ବାଧ୍ୟତାମୂଳକ କରାଯାଉ। ଯେଉଁମାନେ ଜାଣିଶୁଣି ଭୋଟ୍ ଦେଉ ନାହାନ୍ତି ସେମାନଙ୍କ ଉପରେ ଦଣ୍ଡ ବ୍ୟବସ୍ଥା ଲାଗୁ କରାଯାଉ। ଏପରି ବ୍ୟକ୍ତିମାନଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ…

ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ଭାବେ ଷଷ୍ଠ ଥର ମନୋନୀତ ହେଲେ ଡ. ସସ୍ମିତ ପାତ୍ର

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ଭାବେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ଷଷ୍ଠ ଥର ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ସି ପି ରାଧାକ୍ରିଷ୍ଣନ ଗୃହ କାର୍ଯ୍ୟ ପରିଚାଳନା ପାଇଁ ଡ. ପାତ୍ରଙ୍କ ସମେତ ସାଂସଦ ଡ. ଦିନେଶ ଶର୍ମା, ଏସ ଫାଗନନ କୋନ୍ୟାକ, ଏମ…

ରନୱେରେ ଧକ୍କା ହେଲା ଦୁଇ ବିମାନ, କ୍ରୁ ସଦସ୍ୟ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ : ଦିଲ୍ଲୀ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । ସାଇସ୍ପଜେଟ B737-700 ବିମାନ ଏୟାରପୋର୍ଟରେ ଟ୍ୟାକ୍ସିଂ କରୁଥିବା ବେଳେ ଅନ୍ୟ ଏକ ଆକାସା ଏୟାର ବିମାନକୁ ରନୱେରେ ଧକ୍କା ଦେଇଥିଲା । ଏହି ଧକ୍କା ଫଳରେ ସ୍ପାଇସଜେଟ ବିମାନର ଡାହାଣ…

ଲସ୍କର-ଇ-ତୋଏବାର କୁଖ୍ୟାତ ଆତଙ୍କୀ ଆମିର ହମଜା ଉପରେ ଆଖିବୁଜା ଗୁଳିମାଡ଼

ଲାହୋର: ପାକିସ୍ତାନର ଲାହୋରରେ ଲସ୍କର-ଇ-ତୋଇବାର ଫାଉଣ୍ଡର ସଦସ୍ୟ ଓ କୁଖ୍ୟାତ ଆତଙ୍କୀ ଆମିର ହମଜା ଉପରେ ଆଖିବୁଜା ଗୁଳିମାଡ଼ । ମିଳିଥିବା ସୂଚନା ଅନୁସାରେ, ହମଜା ଲାହୋରରେ ଥିବା ଏକ ନ୍ୟୁଜ ଚ୍ୟାନେଲ ଅଫିସରୁ ଏକ କାର୍ଯ୍ୟକ୍ରମ ସାରିବା ପରେ ଘରକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି । ଏହି…

ପାକିସ୍ତାନ ସରକାରୀ ଡାକ୍ତରଖାନାରେ ୩୦୦ରୁ ଅଧିକ ପିଲା HIV ପଜିଟିଭ୍

ନୂଆଦିଲ୍ଲୀ : ପାକିସ୍ତାନ ସରକାରୀ ଡାକ୍ତରଖାନାରେ ଏବେ ଗୁରୁତର ଅବହେଳା ଅଭିଯୋଗ । ପାକିସ୍ତାନର ପଞ୍ଜାବ ପ୍ରଦେଶର ଟାଉନସା ସହରରେ ୩୩୧ ଜଣ ପିଲାଙ୍କୁ HIV ପଜିଟିଭ୍ । ଏହି ମାମଲାଗୁଡ଼ିକ ନଭେମ୍ବର ୨୦୨୪ରୁ ଅକ୍ଟୋବର ୨୦୨୫ ମଧ୍ୟରେ ରିପୋର୍ଟ କରାଯାଇଥିଲା । THQ ଟାଉନସା ହସ୍ପିଟାଲରେ…

ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ଆଗତ, ଆସନ୍ତାକାଲି ଭୋଟିଂ

ନୂଆଦିଲ୍ଲୀ : ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ଆଗତ । ୧୩୧ତମ ସଂଶୋଧନ ବିଲ୍ କୁ ଉପସ୍ଥାପନ କରିବା ପାଇଁ ଲୋକସଭାରେ ଭୋଟ୍ ଗ୍ରହଣ କରାଯାଇଥିଲା । ଏହି ବିଲ୍ ସପକ୍ଷରେ ୨୦୭ ଜଣ ସାଂସଦ ଭୋଟ୍ ଦେଇଥିବାବେଳେ, ୧୨୬ ଜଣ ଏହାକୁ ବିରୋଧ କରିଛନ୍ତି । ବିରୋଧୀ ଦଳର ସଦସ୍ୟମାନେ ଏହି ବିଲ୍ ଆଗତ…