ଓସିଏ ନିର୍ବାଚନକୁ ନେଇ ହାଇକୋର୍ଟରେ ମାମଲା, ଗ୍ରହଣୀୟତା ଉପରେ ଜାରି ରହିଲା ଶୁଣାଣି

କଟକ ୨୭।୮: ଓଡ଼ିଶା କ୍ରିକେଟ୍ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ ମାମଲା ଉପରେ ଆଜି ବି ପୂର୍ଣ୍ଣାଙ୍ଗ ଶୁଣାଣି ହୋଇପାରିଲା ନାହିଁ । ବରଂ ଦାୟର ମାମଲାର ଗ୍ରହଣୀୟତାକୁ ନେଇ ଶୁଣାଣି ଜାରି ରହିଛି । ଆବେଦନକାରୀ ତଥା ଭେଟେରାନ ରଣଜୀ ପ୍ଲେୟାର ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ହାଇକୋର୍ଟରେ…

ଏସୀୟ କ୍ରୀଡ଼ାରେ ଟ୍ବେଣ୍ଟି୨୦ କ୍ରିକେଟ୍‌ ;ସିଧା କ୍ବାର୍ଟର ଖେଳିବେ ଭାରତୀୟ ପୁରୁଷ, ମହିଳା ଦଳ

ନୂଆଦିଲ୍ଲୀ : ଜାପାନର ଆଇଚି-ନୋଗୋୟାରେ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଏସୀୟ କ୍ରୀଡ଼ା ଖେଳାଯିବ। ଏଥିରେ ଟ୍ବେଣ୍ଟି୨୦ କ୍ରିକେଟ ସ୍ଥାନ ପାଇଛି। ଉଭୟ ପୁରୁଷ ଓ ମହିଳା ବର୍ଗରେ ଟ୍ବେଣ୍ଟି୨୦ କ୍ରିକେଟ ଖେଳାଯିବ। ପ୍ରତିଯୋଗିତା ଆରମ୍ଭର ଦୁଇ ଦିନ ପୂର୍ବରୁ ମହିଳା କ୍ରିକେଟ ଖେଳାଯିବ।…

ବାପାମାଆଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ ; ଜ୍ୱାଇଁ, ବୋହୂଙ୍କର ନୁହେଁ -ହାଇକୋର୍ଟ

ନୂଆଦିଲ୍ଲୀ : ପିତାମାତାଙ୍କ ସେବା କରିବା ପୁଅ ଏବଂ ଝିଅଙ୍କ ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁଙ୍କର ନୁହେଁ। କୌଣସି ପୁରୁଷ ତାଙ୍କ ସ୍ତ୍ରୀଙ୍କୁ ବାଧ୍ୟ କରିପାରିବେ ନାହିଁ କିମ୍ବା ଜଣେ ଝିଅ ତାଙ୍କ ସ୍ୱାମୀଙ୍କୁ ସେମାନଙ୍କ ପିତାମାତାଙ୍କ ସେବା କରିବାକୁ ବାଧ୍ୟ କରିପାରିବେ ନାହିଁ। ପୁରୁଷ ଏବଂ…

ଭାରତ-ଶ୍ରୀଲଙ୍କା ୨ୟ ଟେଷ୍ଟ ଅମୀମାଂସିତ

କଲମ୍ବୋ : ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠାରେ ଚାଲିଥିବା ଭାରତ-ଶ୍ରୀଲଙ୍କା ୨ୟ ଟେଷ୍ଟ ଅମୀମାଂସିତ ଭାବେ ଶେଷ ହୋଇଛି । ଶ୍ରୀଲଙ୍କା ୪୨୯/୯ ରନରେ ଦ୍ୱିତୀୟ ପାଳି ଘୋଷଣା କରିବା ପରେ ଉଭୟ ଦଳର ଅଧିନାୟକଙ୍କ ନିଷ୍ପତି କ୍ରମେ ମ୍ୟାଚ୍‌କୁ ଅମୀମାଂସିତ ଭାବେ ଶେଷ କରାଯାଇଥିଲା । ସୋନାଲ ଦିନୁଶା…

ତେଜରାତି ଦୋକାନରୁ ଚୋରା ମଦ ଜବତ, ୨ ଯୁବକ ଗିରଫ

ରାହାମା: ଜଗତସିଂହପୁରଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଗପାଳ ପଞ୍ଚାୟତ ଓ ଆଦର୍ଶ ବିଦ୍ୟାଳୟ ଅଗପାଳ ନିକଟଲାଗି ଏକ ତେଜରାତି ଦୋକାନରୁ ମଦ ଜବତ ହୋଇଛି। ସକାଳ ୧୧ଟା ସମୟରେ ତିର୍ତୋଲ ଥାନା ଅଧିକାରୀ ବଂଶୀଧର ପ୍ରଧାନ, କୁଜଙ୍ଗ ଥାନାର ଅତରିକ୍ତ ଦାୟିତ୍ୱ ତୁଲାଉ ଥିବାରୁ ଏକ ବିଶେଷ ସୂତ୍ରରୁ…

ଛୋଟ ସ୍ୱେଚ୍ଛାସେବୀ ଦଳ ସହ ବନ୍ୟାକ୍ଷତିଗ୍ରସ୍ତ ଗିରୋଙ୍ଗ୍‌ ଯିବାକୁ ସଦ୍‌ଗୁରୁଙ୍କ ଆବେଦନ

ନୂଆଦିଲ୍ଲୀ: ନେପାଳ-ତିବ୍ଦତ ସୀମାବର୍ତ୍ତୀ ଅଞ୍ଚଳରେ ଭୟଙ୍କର ଆକସ୍ମିକ ବନ୍ୟା ପରେ ତିବ୍ଦତର ଗିରୋଙ୍ଗ୍‌ ସହରରେ ନିଖୋଜ ହୋଇଥିବା ୮୦ ଜଣ କୈଳାସ ତୀର୍ଥଯାତ୍ରୀଙ୍କ ସନ୍ଧାନ ପାଇଁ ସଦ୍‌ଗୁରୁ ଜଗ୍ଗୀ ବାସୁଦେବ ଚୀନ୍‌ କର୍ତ୍ତୃପକ୍ଷଙ୍କୁ ଆବେଦନ କରିଛନ୍ତି। ଗୁରୁବାର ସେ କହିଛନ୍ତି ଯେ, ତାଙ୍କ…

ଟ୍ୱିନ୍ ସିଟିରେ ସ୍ୱତନ୍ତ୍ର ପ୍ରବର୍ତ୍ତନ ଅଭିଯାନ: ମୋଟ ୩୩୬ ଜଣ କ୍ୟାଡେଟ୍‌ ସବ୍‌-ଇନ୍ସପେକ୍ଟର ନିୟୋଜିତ

ଭୁବନେଶ୍ୱର: ଓଡ଼ିଶା ପୁଲିସ ମହିଳାଙ୍କ ସୁରକ୍ଷା, ମହିଳାଙ୍କ ବିରୋଧରେ ଅପରାଧ ରୋକିବା ପାଇଁ ସଂଗଠିତ ଅପରାଧର ସିଣ୍ଡିକେଟ୍‌କୁ ଭାଙ୍ଗିବା ସହ ନିଶାଦ୍ରବ୍ୟ ଓ ବେଆଇନ ମଦ ବିରୋଧରେ ନିରନ୍ତର ଅଭିଯାନ ଜାରି ରଖିଛି।ସୂଚନାଯୋଗ୍ୟ, ଓଡ଼ିଶା ପୁଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଅଗଷ୍ଟ ୨୬ ରାତିରେ…

ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ୍‌ର ବରିଷ୍ଠ ସାଧାରଣ ସମ୍ପାଦକ ହେଲେ ଜାଲିନା

ଘୁ.ଉଦୟଗିରି : ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ପୁନର୍ଗଠନ କରିବା ପରେ କନ୍ଧମାଳ ଜିଲ୍ଲାର ଆଗ ଧାଡ଼ିର ସଂଖ୍ୟାଲଘୁ ସମ୍ପ୍ରଦାୟର ନାରୀ ନେତ୍ରୀ ଜାଲିନା ପ୍ରିୟଦର୍ଶିନୀଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ରାଜ୍ୟ ବିଜେଡି ସଭାପତି ନିଯୁକ୍ତ କରିବା ପରେ କନ୍ଧମାଳ ଜିଲ୍ଲା ବିଜେଡି ପକ୍ଷରୁ…

 ପୁଣି ବସିପାରେ ସଂସଦ, ସରକାରଙ୍କ ସମ୍ଭାବ୍ୟ ନିଷ୍ପତ୍ତି ନେଇ ଇଙ୍ଗିତ ଦେଲେ ରିଜିଜୁ

ନୂଆଦିଲ୍ଲୀ: ସଂସଦ ଅଧିବେଶନ ପୁଣି ଡକାଯିବାର ସମ୍ଭାବନାକୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବୁଧବାର ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିନାହାନ୍ତି। ବର୍ଷାକାଳୀନ ଅଧିବେଶନ ଏପର୍ଯ୍ୟନ୍ତ ଔପଚାରିକ ଭାବେ ସମାପ୍ତ ଘୋଷିତ ହୋଇନଥିବାରୁ ପୁଣି ସଂସଦର ବୈଠକ ଡକାଯାଇପାରିବ ବୋଲି ସେ…

ନେପାଳ ବିପର୍ଯ୍ୟୟ ପରେ ଚୀନ୍‌ର ମେଗା ଡ୍ୟାମ୍‌କୁ ନେଇ ଭାରତ ପାଇଁ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ନେପାଳ-ତିବ୍ଦତ ସୀମାରେ ଭୟଙ୍କର ବନ୍ୟା ଓ ବିପୁଳ ଧନଜୀବନ କ୍ଷୟକ୍ଷତି ପରେ ଭାରତ ସୀମା ନିକଟରେ ଚୀନ୍‌ ନିର୍ମାଣ କରୁଥିବା ବିଶାଳ ମେଡୋଗ୍‌ ଜଳବିଦ୍ୟୁତ୍ ପ୍ରକଳ୍ପକୁ ନେଇ ନୂଆ ଆଶଙ୍କା ସୃଷ୍ଟି ହୋଇଛି। ଭୂକମ୍ପପ୍ରବଣ ହିମାଳୟ ଅଞ୍ଚଳରେ ଏତେ ବଡ଼ ଡ୍ୟାମ୍‌ ନିର୍ମାଣ ଭାରତର…