Browsing Category

ଓଡିଶା

ନାବାଳିକା ଯୌନ ଶୋଷଣ ଅପରାଧିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଭଦ୍ରକ: ନାବାଳିକା ଯୌନ ଶୋଷଣ ଅପରାଧିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଭଦ୍ରକ ପୋକ୍ସ କୋର୍ଟ । ନାବାଳିକା ଯୌନ ଶୋଷଣ ମାମାଲାର ବିଚାର କରି ନାୟକାଣି ଡ଼ିହି ଥାନା ତମ୍ବାଖଣ୍ଡି ଗାଁର ରାଜନୀକାନ୍ତ ନାୟକଙ୍କ ପୁଅ ଜଗା ଓରଫ ରତିକାନ୍ତ ନାୟକ (୩୩) ଙ୍କୁ ଭାରତୀୟ ପିଙ୍ଗଳ କୋଡ଼ର ୩୭୬ (୨)

ଅଞ୍ଜନ ବେହେରା ହତ୍ୟାକାଣ୍ଡ ଘଟଣା, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ବହୁଚର୍ଚ୍ଚିତ ଲକ୍ଷ୍ମୀସାଗର ଚମ୍ପାପୋଖରୀ ଅଞ୍ଜନ ବେହେରା ହତ୍ୟା ଘଟଣା । ଆଉ ୪ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ପୋଲିସ । ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପିଙ୍କୁ ଓ ନିହାରିକାଙ୍କୁ ଗିରଫ କରିଥିଲା ପୋଲିସ । ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଏହି ହତ୍ୟାକାଣ୍ଡ

ଧରାପଡ଼ିଲେ ନକଲି ଆର୍‌ଟିଓ ଓ ଏମ୍‌ଭିଆଇ: ଓଡ଼ିଶା ସୀମାନ୍ତରେ ଖୋଲିଥିଲେ ଜାଲି ଅଫିସ

ବାଲେଶ୍ୱର: ନକଲି ଆରଟିଓ ଓ ମୋଟର ଯାନ ନିରୀକ୍ଷକ (ଏମ୍‌ଭିଆଇ) ସାଜି ଜାତୀୟ ରାଜପଥରେ ଗାଡ଼ି ଯାଞ୍ଚ ଆଳରେ ଟଙ୍କା ଆଦାୟ କରୁଥିବା ୨ ଜଣ ଧୂର୍ତ୍ତ ଯୁବକଙ୍କୁ ଆଜି ବାଲେଶ୍ୱର ପୁଲିସ ବାନ୍ଧିଛି। ୨ ଅଭିଯୁକ୍ତଙ୍କ ମଧ୍ୟରୁ ଆରଟିଓ ସାଜିଥିବା ଯୁବକ ଜଣକ ଜଳେଶ୍ବର ଥାନା ଅଞ୍ଚଳର ତୁଷାର ରଞ୍ଜନ

ଦାମୋଦର ରାଉତଙ୍କୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଶଙ୍ଖ ଭବନରେ ରହିଛି ଦାମୋଦର ରାଉତଙ୍କ ପାର୍ଥୀବ ଶରୀର । ସେଠାରେ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ , ବିଧାୟକ ଓ ବରିଷ୍ଠ ନେତା ମାନେ ମଧ୍ୟ ତାଙ୍କର ଶେଷ ଦର୍ଶନ

ଝାରପଡ଼ା ଜେଲ୍‌ରେ ପିଟାପିଟି ଘଟଣା: ୱାର୍ଡର ସସ୍‌ପେଣ୍ଡ

ଭୁବନେଶ୍ଵର; ଝାରପଡା ଜେଲ୍ ଭିତରେ ଗୋଷ୍ଠୀ ସଂଘର୍ଷ ଘଟଣା । ଜଣଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଭାଗ । କାର୍ଯ୍ୟରେ ଅବହେଳା କାରଣ ଦର୍ଶାଇ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଭାଗ । ଦୁଇ କର୍ମଚାରୀ ହେଉଛନ୍ତି ଜେଲର

ଟ୍ରକକୁ ପିଟିଲା ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ

ନୂଆପଡ଼ା: ନୂଆପଡ଼ା ସିନାପାଲି ଥାନା ଅଧୀନ ବିଜୁ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପଛରୁ ଧକ୍କା ଦେଲା ଆଉ ଏକ ଟ୍ରକ୍ । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗୋଟିଏ ଟ୍ରକରେ ନିଆଁ ଲାଗିଯାଇଥିଲା । ଫଳରେ ଗୋଟିଏ ଟ୍ରକର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଖବର

ନିର୍ବାଚନ ସମ୍ବନ୍ଧୀୟ ଖବର ଉପରେ ନଜର ରଖିବ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ସେଲ୍

ଭୁବନେଶ୍ୱର: ଏବେ ନିର୍ବାଚନୀ ଖବର ଉପରେ ପୋଲିସର ରହିବ କଡା ନଜର । ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୁକ୍ତଙ୍କୁ ଆଉ ମିଳିବନି ତ୍ରାହି । ଏଥର ସୋସିଆଲ ମିଡିଆ ମନିଟର କରିବ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ସେଲ୍ । ଏନେଇ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ କେଙ୍କୁ ଦାୟିତ୍ବ ମିଳିଛି ।

ଦାମୋଦର ରାଉତଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର ; ଓଡ଼ିଶା ରାଜନୀତିରେ ଗୋଟିଏ ଯୁଗର ଅବସାନ ଘଟିଛି। ଆଉ ନାହାଁନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଆଜି ସକାଳ ୫ଟା ୨୩ ମିନିଟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ୮୩ ବର୍ଷ ବୟସରେ

ଆଜିଠୁ ଯୁକ୍ତ ୨ ଖାତା ଦେଖା, ଉଭୟ ଅନଲାଇନ ଓ ଅଫଲାଇନରେ ହେବ ମୂଲ୍ୟାୟନ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ୨ ଖାତାଦେଖା ଆରମ୍ଭ । ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ । ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଉଭୟ ଅଫ୍‌ ଲାଇନ୍‌ ଓ ଅନଲାଇନରେ ମୂଲ୍ୟାୟନ ହେବ । ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଆଜିଠୁ ଅର୍ଥାତ୍ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏଁ ଚାଲିବ ।

ଦାମୋଦର ରାଉତ ଗୁରୁତର, ହୃଦଘାତ ପରେ ଗୁରୁତର ହୋଇଥିବାର ସୂଚନା ଦେଲେ ପୁଅ

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟ ଗୁରୁତର ରହିଛି | ଦାମୋଦରଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ ଏହି ସୂଚନା ଦେଇଛନ୍ତି | ଗତ ୧୮ ତାରିଖରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବାର ସମ୍ବିତ ସୂଚନା ଦେଇଛନ୍ତି | ହୃଦଘାତ ପରେ ଦାମୋଦର ଗୁରୁତର ହୋଇପଡିଛନ୍ତି