Browsing Category

ଓଡିଶା

ବାପାର ଶେଷକୃତ୍ୟ ପାଇଁ ପ୍ରସ୍ତୁତ କରିବା ବେଳେ ପୁଅ ପାଲଟିଗଲା ଶବ…

ଜୟପୁର: ଗୋଟିଏ ଜୁଇରେ ବାପା-ପୁଅଙ୍କ ଶବ ସତ୍କାର। ବାପାଙ୍କ ଶବ ସତ୍କାର ପାଇଁ ପ୍ରସ୍ତୁତ କରିବା ବେଳେ ଶବ ପାଲଟିଗଲା ପୁଅ। ଏହି ହୃଦୟ ବିଦାରକ ଘଟଣା କୋରାପୁଟ କାମତା ଅଞ୍ଚଳରେ ଦେଖିବାକୁ ମିଳିଛି। ଗତ ରାତିରେ ଲକ୍ଷଣ ମଣ୍ଡଳଙ୍କର କୋରାପୁଟରେ ମୃତ୍ୟୁ ହୋଇଥିଲା। ନିଜ ଗାଁ କାମତାକୁ ଶବ ସତ୍କାର…

ଗୃହରକ୍ଷୀ ବାହିନୀର ୬୧ ତମ ପ୍ରତିଷ୍ଠା ଦିବସ ପାଳିତ…

ଛତ୍ରପୁର, : ଗଞ୍ଜାମ ପୁଲିସ ଜିଲ୍ଲା ଛତ୍ରପୁର ପୁଲିସ ପଡିଆ ଠାରେ ଗୃହରକ୍ଷୀ ବାହିନୀର ୬୧ ତମ ପ୍ରତିଷ୍ଠା ଦିବସ ଜିଲ୍ଲା ଗୃହ ବାହିନୀ ସଂସ୍ଥା ପକ୍ଷରୁ ପାଳିତ ହୋଇଯାଇଛି । ଏଥିରେ ଗଂଜାମ ଏସପି ଜଗମୋହନ ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ

ରାଜ୍ୟ କ୍ୟାବିନେଟ ବୈଠକରେ ୧୦ ପ୍ରସ୍ତାବକୁ ମୋହର…

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ସୂଚନା ମିଳିଛି। ଏଥି ସହିତ ଆଜିର କ୍ୟାବିନେଟ୍ ବୈଠକରେ ଗୋପାଳପୁରରେ ଶିଳ୍ପ କରିଡର

ବଲାଙ୍ଗିର ତୁଷୁରା ଏୟାରଷ୍ଟ୍ରୀପ ନବୀକରଣ ପାଇଁ ୬୫ କୋଟି ମଂଜୁର

ଭୁବନେଶ୍ବର : ବଲାଙ୍ଗିର ତୁଷୁରା ଏୟାରଷ୍ଟ୍ରୀପର ହେବ ନବୀକରଣ। ଏହି ଏୟାରଷ୍ଟ୍ରୀପର ଆଧୁନିକୀକରଣ ଯୋଜନାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥି ସହିତ ତୁଷୁରା ଏୟାରଷ୍ଟ୍ରୀପର ନବୀକରଣ ପାଇଁ ୬୫ କୋଟି ଟଙ୍କା ମଧ୍ୟ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆୟ ବର୍ହିଭୁତ ସମ୍ପତ୍ତି ମାମଲା ରୁଜୁରେ ଓଡିଶା ଭିଜିଲାନ୍ସ ଏକ ନମ୍ବର…

ଆୟ ବର୍ହିଭୁତ ସମ୍ପତ୍ତି ମାମଲା ରୁଜୁରେ ଓଡିଶା ଭିଜିଲାନ୍ସ ଏକ ନମ୍ବର। ୨୦୨୨ ମସିହାରେ ଦେଶରେ ସର୍ବାଗ୍ରେ ରହିଛି ଓଡିଶା। ଏନସିଆରବି ତଥ୍ୟ ଅନୁଯାୟୀ ଓଡ଼ିଶାରେ ସର୍ବାଧିକ ମାମଲା ରୁଜ୍ଜୁ ହୋଇଛି। ସାରା ଦେଶରେ ୨୦୨୨ ମସିହାରେ ୩୭୨ଟି ଡିଏ ( ଆୟ ବର୍ହିଭୁତ ସମ୍ପତ୍ତି ଠୁଳ) ମାମଲା ହୋଇଛି।

ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ମିଗଜୋମ୍’, ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା

ଭୁବନେଶ୍ବର: ଆନ୍ଧ୍ର ଉପକୂଳ ଛୁଇଁଲା ବାତ୍ୟା ‘ମିଗଜୋମ୍’ । ପ୍ରଚଣ୍ଡ ରୂପ ନେଇ ଦକ୍ଷିଣ ଆନ୍ଧ୍ରର ବାପାଟଲା ନିକଟରେ ଲ୍ୟାଣ୍ଡଫଲ୍ କଲା ‘ମିଗଜୋମ୍’ । ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଜାରି ରହିଛି ବର୍ଷା । ‘ମିଗଜୋମ୍’ ଘଣ୍ଟା ପ୍ରତି ବେଗ ୧୨ କିମି ବେଗରେ ଉତ୍ତର

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ…

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ। ଖାରଜ କଲେ କଟକ ବିବାହ ପଞ୍ଜିକରଣ ଅଧିକାରୀ। ବାନ୍ଧବୀ ସୋମାଲିକାଙ୍କ ଅଭିଯୋଗ ଆଧାରରେ ଖାରଜ। ବିବାହ ପାଇଁ ଆବେଦନ କରିଥିବା ଯୁବତୀ ବିବାହିତା। ବିବାହ ପରେ ତାଙ୍କର ଛାଡ଼ପତ୍ର ମଧ୍ୟ ହୋଇଛି। ସେ ନେଇ କାଗଜପତ୍ର ଓ

ଆଜି ସରିବ ବାଲିଯାତ୍ରା, ଚାଲିଥିଲା ୯ ଦିନିଆ ମହାମେଳା…

କଟକ : ୯ ଦିନ ହେଲା ଚାଲିଥିଲା ଯାତ୍ରା । ସନ୍ଧ୍ୟା ହେଲେ ଲାଗୁଥିଲା ଲୋକଙ୍କ ଗହଳି । ହେଲେ ଆସନ୍ତାକାଲି ସେ ଗହଳି ନଥିବ କି ଯାତ୍ରା ବି ନଥିବ । ଆଉ ସେ ସିଲେଷ୍ଟ୍ରି ଆଇସକ୍ରିମ୍ ର ଗୋଟେ ସଙ୍ଗେ ଗୋଟେ ମାଗଣାର ଡାକ ଶୁଭିବନି କି ମସଲାରେ ଜବରଦସ୍ତ ଅଫରର ଡାକ । ପୁରା ଖାଁ ଖାଁ ହୋଇପଡିବ

୧୭ରେ ବାର କାଉନସିଲ ଅଫ ଇଣ୍ଡିଆର ଓଡ଼ିଶା ସଦସ୍ୟ ପଦ ପାଇଁ ନିର୍ବାଚନ

ଆସନ୍ତା ୧୭ ତାରିଖରେ ବାର କାଉନସିଲ ଅଫ ଇଣ୍ଡିଆର ଓଡ଼ିଶା ସଦସ୍ୟ ପଦ ପାଇଁ ନିର୍ବାଚନ। ବିସିଆଇ ସଦସ୍ୟ ପଦ ନିର୍ବାଚନ କରାଇବାକୁ ବାର କାଉନସିଲ ଅଫ ଇଣ୍ଡିଆର ଚିଠି। ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ବିସିଆଇ। ସେହି ନିର୍ବାଚନ ପାଇଁ ଅନିୟମିତତା ଅଭିଯୋଗ

‘ମୋ ପୋଲିସ୍’ ଏବେ ‘ବିଜେଡି ପୋଲିସ’ରେ ପରିଣତ ହୋଇଛି: ଇରାସିସ୍ ଆଚାର୍ଯ୍ୟ

ଭୁବନେଶ୍ୱର: ଶାନ୍ତିପ୍ରିୟ ଓଡିଶା ରାଜ୍ୟରେ ଦିନକୁ ଦିନ ଅପରାଧ ପ୍ରବଣତା ବଢି ଚାଲିଛି । ଅପରାଧିମାନଙ୍କ ଚରା ଭୁଇଁ ପାଲଟିବା ସହିତ ଭିତ୍ତିଭୂମି ସୁଦୃଢ ହେବାରେ ଲାଗିଛି । ସଦ୍ୟ ପ୍ରକାଶିତ ଏନ୍‌ସିଆର୍‌ବି ରିପୋର୍ଟରେ ଓଡିଶାରେ ବଢିଚାଲିଥିବା ଅପରାଧ ସମ୍ପର୍କିତ ତଥ୍ୟ ଚିନ୍ତାର କାରଣ