Browsing Category

ଓଡିଶା

ଦୁଇ ବାଇକ୍ ମୁହାଁମୁହିଁ: ୩ ମୃତ , ଜଣେ ଗୁରୁତର

ରାୟଗଡା: ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ଏକ ଢ଼ାବା ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ରାୟଗଡା ଜିଲ୍ଲା ମୁଖ୍ୟ

ବାଂଲାଦେଶରେ ନିର୍ଯାତିତା ଓଡ଼ିଆ ଝିଅ, ଉଦ୍ଧାର କରିବାକୁ ସରକାରଙ୍କୁ ପରିବାରର ନିବେଦନ

ପୁରୀ : ପୁରୀରେ ଲଭ୍ ଜିହାଦ। ବାଂଲାଦେଶରେ ନିର୍ଯାତିତା ଓଡ଼ିଆ ଝିଅ । ଶ୍ରୀକ୍ଷେତ୍ରରେ କାନ୍ଦୁଛି ଝିଅର ମାଆ। ଝିଅକୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ପରିବାରର ନିବେଦନ । ବେଙ୍ଗଲି ବୋଲି କହି ଆପ ଜରିଆରେ ଝିଅକୁ ପ୍ରେମରେ ଫସାଇ ଥିଲେ । ପରେ ପଶ୍ଚିମବଙ୍ଗରୁ ବାଙ୍ଗଳାଦେଶରେ

କାଠଯୋଡି ପଠାରେ ପ୍ରଚଣ୍ଡ ଶବ୍ଦ, ଲୋକେ ଛାନିଆଁ

କଟକ : କଟକ ଗୋପାଳପୁର ବଢ଼େଇ ସାହି ନିକଟ କାଠଯୋଡି ନଦୀ ପଠାରେ ଏକ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଛି । ଶବ୍ଦର ତୀବ୍ରତା ଏତେ ଜୋର୍ ଥିଲା ଯେ ଶବ୍ଦ ହେବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଶବ୍ଦ ଶୁଣାଯାଇଥିଲା । ଏପରିକି କିଛି ଲୋକଙ୍କ ଘରର କାଚ ଝରକା ଭାଙ୍ଗି ଯାଇଥିବା ନେଇ ଲୋକେ

ଓଡ଼ିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍

ଭୁବନେଶ୍ୱର : ଓଡ଼ିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ । ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେଇ କେନ୍ଦ୍ର ସରକାର ପୋତ୍ତନୁର ଏବଂ ଧାନବାଦକୁ ସଂଯୋଗ କରିବା ପାଇଁ ନୂତନ ଅମୃତ ଭାରତ ଟ୍ରେନ୍ ସେବା ଆରମ୍ଭ କରିବାକୁ ଅନୁମୋଦନ କରିଛନ୍ତି

ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ପ୍ରଭାବରେ ଇନ୍ଧନ ଗ୍ୟାସର ଅଭାବ, ଆଗକୁ ବନ୍ଦ ହେବ ହୋଟେଲ ଓ ରେଷ୍ଟୁରାଣ୍ଟ !

ଭୁବନେଶ୍ବର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଇନ୍ଧନ ଗ୍ୟାସର ଅଭାବ। ଦୁଇ ଦିନ ମଧ୍ୟରେ ଭୁବନେଶ୍ୱରରେ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ଆରମ୍ଭ ହେବ । ଏଭଳି କିଛି ଆଶଙ୍କା କଲେଣି ଭୁବନେଶ୍ବର ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍ । ବର୍ତ୍ତମାନ ପ୍ରାୟ ୨୦ ପ୍ରତିଶତ କମର୍ସିଆଲ ଗ୍ୟାସ

ପୋଖରୀରେ ବୁଡ଼ି ୨ ଭାଇ ମୃତ

କେନ୍ଦୁଝର : କେନ୍ଦୁଝର ଥାନା ଅଂଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗୋଡ ଖସିଯିବାରୁ ପାଣିରେ ବୁଡି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ପୋଖରୀରେ ଖସିଗଲା ଗୋଡ଼, ଦୁଇ ଭାଇଙ୍କ ସଲିଳ ସମାଧି । କେନ୍ଦୁଝର ସଦର ଥାନା ରାଇସୁଆଁ ପୁରଣା ଥାନା ପାଖ ପୋଖରୀରେ ଗାଧୋଇବା ସମୟରେ

ଜଳିଗଲା ଟ୍ରେଲର, ଅଳ୍ପକେ ବର୍ତ୍ତିଲେ ଚାଳକ

ବାଂଶପାଳ: ହୁ ହୁ ହୋଇ ଜଳିଗଲା ଟ୍ରେଲର । କେନ୍ଦୁଝର ଜିଲ୍ଲା ଜଗମୋହନ୍ ପୁର ୪୯ନଂ ଜାତୀୟ ରାଜପଥ ଜନସନପୁର ଟୋଲ ଗେଟ ଠାରୁ ଗୋଟିଏ କି.ମି. ଦୁରରେ ଏକ ଟ୍ରେଲର ଜଳୁଛି । ଘଟଣାସ୍ଥଳରେ ତେଲକୋଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଅଛି ।

ଗ୍ୟାସ ସିଲିଣ୍ଡର ପାଇଁ ଡିପୋରେ ଲମ୍ବା ଲାଇନ୍

ଭୁବନେଶ୍ବର: ବଢ଼ିଲା ଗ୍ୟାସ ଟେନସନ୍ । ପ୍ରଥମେ ଏଲପିଜି ସିଲିଣ୍ଡର ରେଟ୍ ବଢ଼ିଲା । ଏବେ ମିଳୁନି । ହାଣ୍ଡିଶାଳକୁ ଗ୍ୟାସ ଚଡ଼କ । ସିଲିଣ୍ଡର ପାଇଁ ଲାଗିଛି ଲମ୍ବା ଲାଇନ୍ । ରାଜଧାନୀ ଭୁବନେଶ୍ବରରେ ଏହି ସ୍ଥିତି । ଗତକାଲି ରାତିରୁ ଲାଗି ରହିଛି ଲମ୍ବା

ଖାଦ୍ୟ ପାଇଁ ଗାଁ ମୁହାଁ ଭାଲୁ ପଲ

ଆନନ୍ଦପୁର: ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ଭାଲୁ ପଲ । କିଛି ଦିନର ବ୍ୟବଧାନ ପରେ ପୁଣି ଗାଁ ଅଗଣାରେ ଘୁରି ବୁଲିଲେ ୫ଟି ଜଙ୍ଗଲୀ ଭାଲୁ । ଗତକାଲି ବିଳମ୍ବିତ ରାତିରେ ଖାଦ୍ଯ ଅନ୍ବେଷଣରେ ଗାଁ ମୁହାଁ ହୋଇଛନ୍ତି ହାତୀପଲ। ସ୍ଥାନୀୟ ପୁରୁଣାବାନ୍ଧଗୋଡା ଗ୍ରାମର ପ୍ରକାଶ ନାୟକଙ୍କ ଘର ଅଗଣାରେ ୫ଟି

ଟ୍ରେନରେ କଟି ୨ ମୃତ

ଜଳେଶ୍ବର: ଟ୍ରେନ୍ ରେ କଟି ୨ ମୃତ । ବାଲେଶ୍ବର ଜଳେଶ୍ବର ଅନ୍ତର୍ଗତ ବାଘାବାଳି ରେଳ ଫାଟକ ନିକଟରେ ଧକ୍କା ଦେଲା ଟ୍ରେନ୍ । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଗତକାଲି ରାତିରେ ରେଳ ଧାରଣା ପାର ହେଉଥିବାବେଳେ ଉଭୟଙ୍କୁ ଧକ୍କା ଦେଇଥିଲା ଟ୍ରେନ୍ । ଫଳରେ ଘଟଣାସ୍ଥଳରେ ୨