Browsing Category

ଓଡିଶା

୧୧୫ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଭ୍ରାମ୍ୟମାଣ ଅବକାରୀ ଟିମ୍‌ ପକ୍ଷରୁ ଚଢ଼ଉ କରାଯାଇ ଶୁକ୍ରବାର ସକାଳୁ ଖୋର୍ଦ୍ଧା ପୌରାଂଚଳର ଠେଙ୍ଗାହାଟ ଛକ ନିକଟରୁ ଜଣେ ମହିଳାଙ୍କ ଠାରୁ ୧୧୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଗିରଫ ହୋଇଥିବା ମହିଳା ଜଣକ ଠେଙ୍ଗାହାଟ ନିକଟବର୍ତୀ ସ୍ବପ୍ନେଶ୍ବର ସାହିର ଦମୟନ୍ତୀ

ପୁଣି ବିଜେବି କଲେଜରେ ଅଶାନ୍ତି: ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରସ୍ଥିତ ବକ୍ସି ଜଗବନ୍ଧୁ ବିନାୟକ (ବିଜେବି) ସ୍ବୟଂଶାସିତ ମହାବିଦ୍ୟାଳୟରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଶୁକ୍ରବାର ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। କମେଣ୍ଟମରାକୁ କେନ୍ଦ୍ର କରି ଦୁଇ ଛାତ୍ରଙ୍କୁ ଆକ୍ରମଣ ହୋଇଛି।

ପାଣିରେ ଭାସିଗଲେ ଯୁବକ: ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ନୌରଙ୍ଗପୁର ଗ୍ରାମର ଅରୁଣ ରାଉତଙ୍କ ପୁଅ ନିରୋଜ ନିକଟ ମାଳଦା ବଜାରକୁ ସଉଦା ଆଣିବାକୁ ଯାଉଥିବା ବେଳେ ପାଣି ସୁଅରେ ଭାସିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପ୍ରାୟ ୫୦ ମିଟର ଦୂର ମଧ୍ୟରୁ ଉଦ୍ଧାର କରି ଯାଜପୁର ମେଡିକାଲକୁ

ଦଶମନ୍ତପୁର ଥାନା ଅଧିକାରୀଙ୍କୁ ନିଲମ୍ବନ କଲେ ପୁଲିସ ଡିଜି

ଭୁବନେଶ୍ୱର: ଏକ ମାମଲାର ରଫାଦଫା କରିବାକୁ ୮ ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଦଶମନ୍ତପୁର ଥାନା ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତିଙ୍କୁ ଆଜି ପୁଲିସ ଡିଜି ନିଲମ୍ବନ କରିଛନ୍ତି | ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ଆଜି ପୁଲିସ ଡିଜି ଏହି କାର୍ଯ୍ୟାନୁଷ୍ଠାନ

ଏଏସଓ ପରୀକ୍ଷାରେ ଅନିୟମିତତା: ୬ ସପ୍ତାହରେ ଚୟନ ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ୬ ସପ୍ତାହ ମଧ୍ୟରେ ପୂର୍ବରୁ ପ୍ରକାଶ ପାଇଥିବା ମେଧା ତାଲିକାକୁ ରଦ୍ଦ କରି ନୂଆ ମେଧା ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ନିଦ୍ଦେର୍ଶ ଦେଇଛନ୍ତି ହାଇକୋର୍ଟ । ମେ ୧୯ ତାରିଖରେ

ଓଡ଼ିଶାର ୨୫ଟି ରେଲୱେ ଷ୍ଟେସନର ନବୀକରଣ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଦେଶର ୫୦୮ଟି ରେଲୱେ ଷ୍ଟେସନର ନବୀକରଣ ପାଇଁ ଅଗଷ୍ଟ ୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଶିଳାନ୍ୟାସ କରିବେ । ଭିଡିଓ କନଫରେନ୍ସିଂ ଯୋଗେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୨୫ ରେଲୱେ ଷ୍ଟେସନର ନବୀକରଣ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ ।

ବନ୍ୟା ଓ ପରବର୍ତ୍ତୀ ସ୍ଥିତି ନେଇ ଆଲର୍ଟ ରହିବାକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ହୀରାକୁଦ ବନ୍ୟା ଜଳ ଛାଡ଼ିବା ପରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ । ଏହି ସମୟରେ ଅନେକ ଜଳବାହିତ ରୋଗ ଦେଖା ଦେଇଥାଏ । ଯାହାକୁ ନେଇ କ୍ଷେତ୍ର ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଆଲର୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ଜନସ୍ୱାସ୍ଥ୍ୟ

ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ସୁପାରିସ୍

ପୁରୀ: ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କୁ ସୁପାରିସ୍ କରାଯାଇଛି । ଆଗାମୀ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସୁପାରିସ୍ କରିଥିବା ବୈଠକ ପରେ

ଉପବାଚସ୍ପତିଙ୍କ ଘରେ ସାପ; ଜାଲି କାଟି ବାହାର କଲା ସ୍ନେକ ହେଲ୍ପ ଲାଇନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା  ଉପ ବାଚସ୍ପତି ରଜନୀ କାନ୍ତ ସିଂହଙ୍କ ଭୁବନେଶ୍ୱର ୟୁନିଟ ୧  ସ୍ଥିତ ସରକାରୀ ବାସ ଭବନରେ ସାପ । ଉପବାଚସ୍ପତିଙ୍କ   VIIC 9 ର କାର୍ଯ୍ୟାଳୟ ଭିତରେ ଥିବା ଏକ ବାଥରୁମ ଭିତର ଜାଲିରେ ଏଇ କଉଡ଼ିଆ ସାପ (Common Wolf Snake) ଫସି ଯାଇଥିଲା । ସାପଟି ଜାଲିର କଣା

୬ରୁ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ସୁଦୃଶ ଲଘୁଚାପ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଅନ୍ୟପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ସକ୍ରିୟ ରହିଛି । ଆଜି ଓ ଆସନ୍ତକାଲି ଓଡ଼ିଶାରେ ବର୍ଷା ଘଡ଼ଘଡ଼ି ନେଇ କୌଣସି ଚେତାବନୀ ଦେଇ