ଧାରଣାରେ ବ୍ୟବସାୟୀ; ୪ ଦିନ ଯାଏଁ ବନ୍ଦ ରହିବ ଭୁବନେଶ୍ବର ୧ ନମ୍ବର ହାଟ…

add-all

z

ଭୁ‌ବନେଶ୍ବର: ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଙ୍ଘ ଭୁବନେଶ୍ୱରର ସବୁଠୁ ବଡ଼ ହାଟ ‘ଏକ ନମ୍ବର ହାଟ’କୁ ମଙ୍ଗଳବାର ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପାର୍କିଂ ସହିତ ଅନ୍ୟାନ୍ୟ ସମସ୍ୟାକୁ ନେଇ ହାଟ ବ୍ୟବସାୟୀମାନେ ଧାରଣାରେ ବସିଛନ୍ତି। ସେମାନେ ଦାବି କରିଛନ୍ତି ଯେ, ଯେ ପର୍ଯ୍ୟନ୍ତ ପାର୍କିଂ ସମସ୍ୟାର ସମାଧାନ ହୋଇନାହିଁ ସେପର୍ଯ୍ୟନ୍ତ ହାଟ ବନ୍ଦ ରହିବ।

ତେବେ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ସହ ଏହି ସମସ୍ୟା ନେଇ ଆଲୋଚନା ହୋଇଥିଲେ ମଧ୍ୟ ଏଥିରୁ କୌଣସି ସୁଫଳ ମିଳିପାରି ନାହିଁ। ଫଳରେ ବ୍ୟବସାୟୀ ସଂଘ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ମାଗିଥିବା କଥା କହିଛନ୍ତି। ତେଣୁ ମଙ୍ଗଳବାର ପର୍ଯ୍ୟନ୍ତ ହାଟ ବନ୍ଦ ରଖିବାକୁ  ସଙ୍ଘ ନିଷ୍ପତ୍ତି ନେଇଛି।

ad-week
Leave A Reply

Your email address will not be published.