Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବନ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ, ଉପକୂଳବର୍ତ୍ତୀ ଅଞ୍ଚଳରେ ୪୪ ଟିମ ମୁତୟନ
କଟକ: ରାଜ୍ୟରେ ଲାଗିରହିଥିବା ବନ୍ୟା ପରିସ୍ଥିତିର ଜୋରଦାର ମୁକାବିଲା କରୁଛି ଅଗ୍ନିଶମ ବିଭାଗ । ବନ୍ୟା ପ୍ରଭାବିତ ଉପକୂଳବର୍ତ୍ତୀ ଅଞ୍ଚଳରେ ମୁକାବିଲା ପାଇଁ ସ୍ବତନ୍ତ୍ର ଭାବରେ ଅଗ୍ନିଶମ ବିଭାଗର ୪୪ ଟିମ ମୁତୟନ କରାଯାଇଛି । ତେବେ ଜନସାଧାରଣଙ୍କୁ ସହଯୋଗ ପାଇଁ ଅନୁରୋଧ କରିବା ସହ ଅଗ୍ନିଶମ!-->…
ବିପଦ ସଂକେତ ଉପରେ ଦୟା ଓ ଭାର୍ଗବୀ
ପିପିଲି: ହୀରାକୁଦରୁ ବନ୍ୟାଜଳ ନିର୍ଗତ ଫଳରେ ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ପ୍ରବଳ ମାତ୍ରାରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ନଦୀ ଉପକୂଳବର୍ତ୍ତି ଅଞ୍ଚଳବାସୀ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଆତଙ୍କିତ ହୋଇପଡିଛନ୍ତି। ଦୟାନଦୀର ମାଧିପୁର ଓ କଣ୍ଟି କାଜରୁ ନିର୍ଗତ!-->…
କଟକ ମୁଣ୍ଡଳିରେ ୧୨ଲକ୍ଷ କ୍ୟୁସେକ ଟପିଲା ଜଳ ପ୍ରବାହ
କଟକ: କଟକ ମୁଣ୍ଡଳିରେ ୧୨ଲକ୍ଷ କ୍ୟୁସେକ ଟପିଲା ଜଳ ପ୍ରବାହ ହେଉଛି। କଟକ ମୁଣ୍ଡଳିରେ ଏବେ ୧୨ଲକ୍ଷ ୧ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି। ମୁଣ୍ଡଳିର ବିପଦ ସଙ୍କେତ ଉପରେ ଚାଲିଛି ମହାନଦୀ। ବିପଦ ସଙ୍କେତ ୯୭.୨୫ଫୁଟ ଏବଂ ଜଳସ୍ତର ୯୭.୮୦ ଫୁଟ ବୋଲି ସୂଚନା ମିଳିଛି। ଫଳରେ ତଳିଆ!-->…
ଦିନ ଦ୍ୱିପ୍ରହରରେ ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ୱର: ରାଜଧାନୀରେ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ନୟାପଲ୍ଲୀ ଅଞ୍ଚଳରେ ବ୍ରାଉନ୍ସୁଗାର କାରବାରକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଥିବା ଅଭିଯୋଗ ହୋଇଛି । ବ୍ରାଉନସୁଗାର ବେପାରକୁ ବିରୋଧ କରିବାରୁ ଏହି ଆକ୍ରମଣ କରାଯାଇଥିବା!-->…
ଜ୍ୱାଇଁର ଆକ୍ରମଣରେ ଶ୍ୱଶୁର ମୃତ, ମା-ଝିଅ ଗୁରୁତର
ବାଲେଶ୍ୱର: ଶ୍ୱଶୁର ଘରେ ଜ୍ୱାଇଁର ଉନ୍ମତ୍ତ କାଣ୍ଡ । ଭୁଜାଲିରେ ଶାଶୁ, ଶ୍ୱଶୁର ଓ ଶାଳିକୁ ଗୋଡାଇ ଗୋଡାଇ ହାଣିଛି ଜ୍ୱାଇଁ । ଫଳରେ ଶ୍ୱଶୁରଙ୍କର ମୃତ୍ୟୁ ହୋଇଛି । ଶାଳି ଓ ଶାଶୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା!-->…
ଫୁଲୁଛି ମହାନଦୀ, ଲୋକେ ଜଳବନ୍ଦୀ
ବଢୁଛି ହୀରାକୁଦ ଜଳସ୍ତର। ଫୁଲୁଛି ମହାନଦୀ । ମହାନଦୀର ବନ୍ୟା ପାଣି ଘେରରେ କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳ । ବହୁ ଗାଁ ଜଳବନ୍ଦୀ । ଲୋକଙ୍କ ଘରଦ୍ୱାର ବୁଡିଛି । ଯାଆସ ପାଇଁ ରାସ୍ତାଘାଟ ନାହିଁ । ରାସ୍ତାରେ ଲହଡ଼ି ଭାଙ୍ଗୁଛି ବନ୍ୟା ପାଣି । କଟକ-ବାଙ୍କୀ ରାସ୍ତା ବୁଡ଼ିଛି । କଇଁମୁଣ୍ଡିଠାରେ!-->…
ବନ୍ୟା ପାଇଁ ଜଗତସିଂହପୁର-ନୟାଗଡରେ ଦୁଇ ଦିନ ସ୍କୁଲ ବନ୍ଦ ନିର୍ଦ୍ଦେଶ
ଭୁବନେଶ୍ବର: ଲଗାଣ ବର୍ଷା କାରଣରୁ ମହାନଦୀର ଜଳ ସ୍ତର ବୃଦ୍ଧି ପାଇ ଓଡିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିଛି । ବିଭିନ୍ନ ଅଞ୍ଚଳରେ ଅତ୍ୟାଧିକ ବନ୍ୟା ପାଣି ପ୍ରବାହିତ ହେବାରୁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଉପର ଅଞ୍ଚଳଠାରୁ ତଳି ଅଞ୍ଚଳରେ ଲୋକେ ବନ୍ୟା!-->…
ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା : ସବୁ ଜୀବନ ମୂଲ୍ୟବାନ, ୧୦ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : ସବୁ ପ୍ରକାର ବିପର୍ଯ୍ୟୟରେ ଆମର ନୀତି ହେଉଛି 'ସବୁ ଜୀବନ ମୂଲ୍ୟବାନ'। ତେଣୁ ଯେପରି କୌଣସି ଗୋଟିଏ ବି ଜୀବନ ହାନୀ ନ ହୁଏ, ଏବଂ ସାଧାରଣ ଜୀବନଯାତ୍ରାରେ କୌଣସି ବ୍ୟାପକ ଅସୁବିଧା ସୃଷ୍ଟି ନ ହୁଏ, ତାକୁ ସୁନିଶ୍ଚିତ କର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର!-->…
ଫୁଲୁଛି ଦେବୀ ନଦୀ, ବଡ଼ବାଲିକଣିରେ ବିରାଟ ଘାଇ
ଜଗତସିଂହପୁର: ଲଗାଣ ବର୍ଷା ପରେ ହୀରାକୁଦରୁ ନିଷ୍କାସିତ ବନ୍ୟା ଜଳ ଚିନ୍ତା ବଢ଼ାଇଛି । ବିଭିନ୍ନ ଜିଲ୍ଲାରେ ପ୍ରବାହିତ ନଦୀରେ ବନ୍ୟା ଜଳ ଆସିବା ପରେ ବଢ଼ୁଛି ଜଳସ୍ତର । ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ମହାନଦୀ, ଦେବୀ ନଦୀ ସହ ପାଇକା ବିଲୁଆଖାଇ ଆଦି ନଦୀର ଜଳସ୍ତର ବୃଦ୍ଧି ପାଇଛି ।!-->…
ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ: ସ୍ୱତନ୍ତ୍ର ରିଲିଫ କମିଶନର
ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏନେଇ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ । ସେହିପରି ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ବିଶେଷ!-->…