Browsing Category

ଓଡିଶା

ପୁରୀରେ କାର୍ତ୍ତିକ ବ୍ରତ ପାଇଁ ପ୍ରସ୍ତୁତି ଆରମ୍ଭ, ହବିଷ୍ୟାଳୀଙ୍କ ପାଇଁ ଚଳିତବର୍ଷ ମଧ୍ୟ କରାଯିବ ଅନଲାଇନରେ ପଞ୍ଜୀକରଣ

ପୁରୀ: ପୁରୀରେ କାର୍ତ୍ତିକ ମାସ ପାଇଁ ପ୍ରସ୍ତୁତି ଆରମ୍ଭ । ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ହବିଷ୍ୟାଳୀଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ସୁରକ୍ଷିତ ରହଣି,ସ୍ନାନ, ଶୌଚ, ମହାପ୍ରସାଦ ସେବନ ଆଦି

ସରିଲା ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା, ଚଳିତ ବର୍ଷ ଆସିଛନ୍ତି ୬୭୩ ଅଧିକ ପକ୍ଷୀ

ରାଜନଗର : ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଶେଷ । ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଗତ ବର୍ଷ ଠାରୁ ବୃଦ୍ଧି ପାଇଛି । ଗତବର୍ଷ ଭିତରକନିକାରେ ୧ ଲକ୍ଷ ୩୦ ହଜାର୧୨୩ଟି ଦେଶୀୟ ପକ୍ଷୀ ଗଣନା କରାଯାଇଥିଲା । ଚଳିତ ବର୍ଷ ଏହି ସଂଖ୍ୟା ୧ଲକ୍ଷ ୩୦ ହଜାର ୭୯୬ କୁ

ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା : ପ୍ରଭାତୀ ପରିଡ଼ା

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଅନେକ ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ତାଙ୍କ ପାଇବାରୁ ବଞ୍ଚିତ ହୋଇଛନ୍ତି । ସେମାନେ କାହିଁକି ବଞ୍ଚିତ ହେଲେ, ରାସନ କାର୍ଡ ଅଛିକି ନାହିଁ, kyc upadate ହୋଇଛି କି

କନ୍ଧମାଳରେ ପହିଲି କୁହୁଡି ସ୍ପର୍ଶ, ଶୀତର ଆଗମନକୁ ଇସାରା

କନ୍ଧମାଳ: ଗଛ,ଲତା ଓ ଘାସ ଉପରେ ପଡିଛି କାକର ବିନ୍ଦୁ । ସେହି କାକର ବିନ୍ଦୁ ସୂର୍ଯ୍ୟ କିରଣରେ ଝଲସି ଉଠୁଛି । ଏହା ସହ ମୋତି ମାଣିକ ପରି ଚକ୍‌‍ ଚକ୍‌‍ କରୁଛି କାକର ବିନ୍ଦୁ । କନ୍ଧମାଳର ପାଣିପାଗରେ ଆସିଛି ପରିବର୍ତ୍ତନ । ବର୍ଷା ସରିବା ପରେ ଜିଲ୍ଲାରେ ଦେଖା ଦେଇଛି କୁହୁଡି । ଜିଲ୍ଲାରେ

ହିସାବ ଛିଣ୍ଡିଲେ ବାଲିଘାଟ ଚାଲିବ : ଘାଟକୁ ନେଇ ମନ୍ତ୍ରୀ ଓ ବିଧାୟକ ଘରେ ମାଫିଆ ମାନଙ୍କ ଘନଘନ ବୈଠକ….!

ଗଞ୍ଜାମ ଜିଲ୍ଲାରେ ବାଲି ଘାଟ କୁ ନେଇ ଛକା ପଞ୍ଝା ଲାଗି ରହିଛି ମୁଣ୍ଡ ଗଡ଼ିବା କୁ ନେଇ ସମ୍ଭାବନା...!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଗତ ଏକ ମାସ ହେଲା ଅଧିକାଂଶ ବାଲି ଘାଟ ବନ୍ଦ ରହିଛି।ବାଲି ଘାଟ ବନ୍ଦ ଥିଲେବି ପାହାଡ଼ ପାହାଡ଼ ଭଳି ବାଲିକୁ ଖୋଲା ସ୍ଥାନରେ ମହଜୁଦ କରି ରଖା ଯାଇଥିଲା।

ସର୍ବଭାରତୀୟ ସାମ୍ବାଦିକ ସଂଗଠନ ର ସାଙ୍ଗଠନିକ ସମ୍ପାଦକ ହେଲେ ଡ଼. ପାଢ଼ୀ

ଭୁବନେଶ୍ୱର: ସର୍ବ ଭାରତୀୟ ସାମ୍ବାଦିକ ସଂଗଠନ ନେସନାଲ ୟୁନିଅନ ଅଫ ଜୋର୍ଣ୍ଣାଲିଷ୍ଟସ,ଇଣ୍ଡିଆ ( ଏନୟୁଜେ) ଇଣ୍ଡିଆର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଭାବେ ବରିଷ୍ଠ ସାମ୍ବାଦିକ ଡ଼. ଚିନ୍ତାମଣି ପାଢ଼ଙ୍କୁ ନିଯୁକ୍ତି ମିଳିଛି। ଆନ୍ଧ୍ର ପ୍ରଦେଶର ବିଜୟବାଡ଼ା ସ୍ଥିତ ହୋଟେଲ ଇଲାପୁରାମ ଠାରେ ଏୟୁଜେର

ସର୍ପାଘାତରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ନବରଙ୍ଗପୁର: ଅନ୍ଧବିଶ୍ବାସର କରୁଣ ପରିଣତି । ସାପ କାମୁଡ଼ିବା ପରେ ମେଡିକାଲ ନଯାଇ ଗୁଣିଆ ପାଖକୁ ଗଲେ । ଆଉ ଅକାଳରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ। ଚିକିତ୍ସାରେ ବିଳମ୍ବତା ଯୋଗୁଁ ଚାଲିଗଲା ୨ନୀରିହ ଜୀବନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରାଜପୁର ଗାଁର

ପୁଣି ରାଜ୍ୟକୁ ଫେରିଲା ୨ ଶ୍ରମିକଙ୍କ ମରଶରୀର

ଚିକିଟି:  ପିଛା ଛାଡ଼ୁନି ଦାଦନ ମୃତ୍ୟୁ। ଗଞ୍ଜାମ ଜିଲା ପାତ୍ରପୁର ବ୍ଲକରେ ବାରମ୍ବାର ଦାଦନ ଶ୍ରମିକଙ୍କ ମୃତ୍ୟୁ ସାମ୍ନାକୁ ଆସୁଛି। ଗତ ରବିବାର ଏବଂ ସୋମବାର ଦୁଇ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ବାହାର ରାଜ୍ୟରୁ ଆସି ପହଞ୍ଚିଥିବା ବେଳେ ପୁଣି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ଭିତର କାଠ ପାଖରେ ଛେପ ଖଙ୍କାର ପଡ଼ିବାରୁ ମହାସ୍ନାନ ହେବ। ଅବକାଶ ପୂଜା ସମୟରେ ବଡ଼ ମହାସ୍ନାନ ହେଉଛି। ବଡ଼ ମହାସ୍ନାନ ଯୋଗୁଁ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି। ପାଖାପାଖି ଘଣ୍ଟାଏ ଧରି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ।

ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା: ବାଣୀବିହାର ବନ୍ଦ ଡ଼ାକରା

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଆଜି ବିଶ୍ବବିଦ୍ୟାଳୟ ବନ୍ଦ ଡାକରା ଦେଇଛନ୍ତି ଛାତ୍ର ସଙ୍ଗଠନ। ବାଣୀବିହାରରୁ ବସ୍ତି ହଟାଇବା ବେଳେ ଭଡ଼ାରେ ଲାଗିଥିବା ସରକାରର କ୍ବାଟର୍ସଗୁଡ଼ିକୁ ମୁକ୍ତ