Browsing Category

ଓଡିଶା

ଚୋରି ହୋଇନି ମହାପ୍ରଭୁଙ୍କ ମୋଦକ, ଅଭିଯୋଗକୁ ଖଣ୍ଡନ କଲେ ଆଇନ ମନ୍ତ୍ରୀ

ପୁରୀ : ଚୋରି ହୋଇନି ମହାପ୍ରଭୁଙ୍କ ମୋଦକ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମୋଦକ ଚୋରି ହୋଇଥିବା ନେଇ ବଡଠାକୁରଙ୍କ ବାଡଗ୍ରାହୀ ଦଳଧର ଦାସ ମହାପାତ୍ର କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଏଭଳି ବିଭ୍ରାନ୍ତ ଗ୍ରହଣୀୟ ନୁହେଁ ।

ରାଜ୍ୟରେ ଖୋଲିବ ଆଉ ୯ଟି ନୂଆ ମେଡିକାଲ କଲେଜ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ନୂଆ ମେଡିକାଲ କଲେଜ । ୨୦୨୫-୨୬ ବର୍ଷରେ ହିଁ ଆଉ ୯ଟି ମେଡିକାଲ କଲେଜ ଖୋଲିବ । ଏନେଇ ଆଜି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଜଗତସିଂପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ ୪ଟି MBBS କଲେଜ ଖୋଲିବ । ସେହିପରି ସମ୍ବଲପୁରର

ଦଳିତ ଯୁବକଙ୍କୁ ଲଣ୍ଡା କରି ମାଡ଼ ମାରିଥିବା ଘଟଣାରେ ୯ ଗିରଫ, ଚିକିତ୍ସା ପାଇଁ ପ୍ରତି ପରିବାରକୁ ମିଳିଲା ୧୦…

ବ୍ରହ୍ମପୁର: ଗାଁ ଦାଣ୍ଡରେ ଯୁବକଙ୍କୁ ଅଧା ଲଣ୍ଡା କଲେ, ଆଣ୍ଠେଇ ଆଣ୍ଠେଇ ବୁଲାଇଲେ । ସେତିକିରେ ମନ ଭରିଲାନି ଯେ ପୁଣି ଘାସ ଖୁଆଇ ନର୍ଦ୍ଦମା ପାଣି ମଧ୍ୟ ପିଆଇଲେ । ଗାଁ ଦାଣ୍ଡରେ ଏଭଳି କଙ୍ଗାରୁ କୋର୍ଟ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହାକୁ ନେଇ ଦଳିତମାନେ ମେଳି କରିଛନ୍ତି ।

ସରକାରୀ କ୍ୱାର୍ଟର୍ସରୁ ଚୋରି; ଲକ୍ଷାଧିକ ମୂଲ୍ୟର ଅଳଙ୍କାର ସହ ବିପୁଳ ନଗଦ ଟଙ୍କା ଲୁଟ୍ 

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୩ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସରେ ପଶି ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର ଏବଂ ବିପୁଳ ପରିମାଣର ନଗଦ ଲୁଟି ନେଇଛନ୍ତି ଦୁର୍ବୁତ୍ତ। ସୂଚନା ଅନୁଯାୟୀ, ସୋମବାର ରାତିରେ ଘରର ଲୋକମାନେ ପ୍ରାୟ ଦୁଇ ଘଣ୍ଟା ପାଇଁ ବାହାରକୁ ଯାଇଥିବା ବେଳେ ଏହି ଘଟଣା

ମୋଦକ ଚୋରି ଘଟଣା: ପ୍ରାରମ୍ଭିକ ତଦନ୍ତରୁ ଅଭିଯୋଗର ସତ୍ୟତା ନଥିବା କହିଲେ ଶ୍ରୀମନ୍ଦିର ପ୍ରଶାସକ

ପୁରୀ : ମହାପ୍ରଭୁଙ୍କ ମୋଦକ ଚୋରି ପ୍ରସଙ୍ଗରେ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ପ୍ରାରମ୍ଭିକ ତଦନ୍ତରୁ ଘଟଣାର ସତ୍ୟତା

ଯାଜପୁରରେ ଆଉ ୪ କଲେରା ରୋଗୀ ଚିହ୍ନଟ, ପଜିଟିଭ ସଂଖ୍ୟା ୩୧କୁ ବୃଦ୍ଧି

ଯାଜପୁର: ଯାଜପୁର ଜିଲ୍ଲାରେ ଆଉ ୪ ଜଣ କଲେରା ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ କଲେରା ପଜିଟିଭ ସଂଖ୍ୟା ଏବେ ୩୧କୁ ବୃଦ୍ଧି ଘଟିଛି । ସୂଚନା ଯୋଗ୍ୟଯେ, ଆକ୍ରାନ୍ତ ରୋଗୀଙ୍କର ମୋଟ ୨୦୮ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ତନ୍ମଧ୍ୟରୁ ୧୨୯ଟି ନମୁନାର ପରୀକ୍ଷା ରିପୋର୍ଟ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ, ଛୁରା ଓ ଗୁଳି ମାଡ଼ ହୋଇଥିବା ଅଭିଯୋଗ

ମୟୁରଭଞ୍ଜ : ପୂର୍ବ ଶତ୍ରୁତା ଓ ଛେଳି ଚୋରିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ । ଆକ୍ରମଣ ବେଳେ ଛୁରାମାଡ଼ ଓ ଗୁଳି ମାଡ଼ ହୋଇଥିବା ଜଣାଯାଇଛି । ଜଣେ ମହିଳା ସମେତ ୩ ଜଣ ଗୁରୁତର ହୋଇଛନ୍ତି । ବାରିପଦା ଟାଉନ ଥାନା ଅନ୍ତର୍ଗତ କଳିକାପୁର ଅଞ୍ଚଳରୁ ଆସିଛି ଏମିତି

ଓଡ଼ିଶାର ଟେକ୍ନୋଲୋଜି ଅଭିବୃଦ୍ଧିରେ ଯୋଡ଼ିହେଲା ଲଜାଇଲର ବିଶ୍ୱସ୍ତରୀୟ ନବସୃଜନ କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ଟେକ୍ନୋଲୋଜି ହବରେ ପରିଣତ କରିବାପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ଅତ୍ୟାଧୁନିକ କର୍ମଶକ୍ତି ପରିଚାଳନା, ସାମର୍ଥ୍ୟର ଅପ୍ଟିମାଇଜେସନ୍ ଏବଂ ନବସୃଜନ ତଥା ଉତ୍କର୍ଷ ପ୍ରତି ପ୍ରତିବଦ୍ଧତା ରଖି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା

ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ମାମଲା, ଗିରଫ ଭୟରେ ଜୀବନ ହାରିବା ଉଦ୍ୟମ କରୁଥିଲେ ଅଭିଯୁକ୍ତ

ଯାଜପୁର : ଗିରଫ ଭୟରେ ବିଷ ପିଇଦେଲେ । ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ମାମଲାରେ ବିଷ ପିଇ ଯୁବକଙ୍କ ଜୀବନ ହାରିବା ଉଦ୍ୟମ । ମାନସିକ ଭାରସାମ୍ୟ ହରାଇ ବିଷ ପିଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଅଭିଯୁକ୍ତଙ୍କୁ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ

ଆଠଗଡରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ

କଟକ: ପଞ୍ଚାୟତ ବୈଠକ ପୂର୍ବରୁ ଆଠଗଡ଼ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା । ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଢେଲାପଥର ମାଡ ହୋଇଛି। ଏଥିରେ ଅନେକ ପୋଲିସ୍ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ସମେତ ଜଣେ ଅତିରିକ୍ତ ଏସପି, ୨ ଡିଏସପି