
ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ବାଗଦୋର ଗ୍ରାମପଞ୍ଚାୟତ ମାଲପଡାରେ ଅଘଟଣ । ଗାଧୋଇ ଯାଉଥିବା ବେଳେ ବଜ୍ରାଘାତରେ ଦୁଇଜଣ ମୃତ । ମୃତକ ମଧ୍ୟରୁ ଜଣେ ହେଉଛନ୍ତି ବେଲପଡା ଥାନା ମାଲପଡାର ଟିକେଧର ମାଝୀ ଓ ଖପ୍ରାଖୋଲ ଥାନା ସାହାଜପାଣି ଗାଁର ଦିଲ୍ଲୀପ ମାଝୀ । ଦିଲ୍ଲୀପ ସମ୍ପର୍କୀୟଙ୍କ ଘରକୁ ଆସିଥିବା ବେଳେ ସାଙ୍ଗହୋଇ ଗାଧୋଇବାକୁ ଯାଉଥିଲେ । ଏହି ସମୟରେ ପ୍ରବଳ ବର୍ଷା ସହ ଘଡଘଡି ହୋଇଥିଲା । ବର୍ଷାରୁ ରକ୍ଷା ପାଇବା ପାଇଁ ଗଛତଳେ ଠିଆ ହୋଇଥିବା ବେଳେ ବଜ୍ରାଘାତ ହୋଇଥିଲା । ଏଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।