Browsing Category

ଓଡିଶା

ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା

ଭୁବନେଶ୍ବର : ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା। ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହି ଟଙ୍କା ମିଳିବ। ଏନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତକାଲି ସନ୍ଧ୍ୟାରେ ସୁଭଦ୍ରା

ଏମ୍‌କେସିଜି ମେଡିକାଲ କଲେଜ ରାଗିଂ ଘଟଣା, ୫ ସିନିୟର ଛାତ୍ରଙ୍କୁ ସବୁଦିନ ପାଇଁ ହଷ୍ଟେଲ ମନା

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ୪ର୍ଥ ହଷ୍ଟେଲରେ ରାଗିଂ ଘଟଣାରେ ନିଆଯାଇଛି କଡ଼ା କାର୍ଯ୍ୟାନୁଷ୍ଠାନ। ରାଗିଂ କରିଥିବା ୪ର୍ଥ ହଷ୍ଟେଲର ୫ଜଣ ସିନିୟର ଛାତ୍ରଙ୍କୁ ସବୁଦିନ ପାଇଁ ହଷ୍ଟେଲ ମନା ହୋଇଛି। ଏଥିସହ ସଂପୃକ୍ତ ଛାତ୍ରମାନଙ୍କୁ ମିଳିବନି ମେଧାବୃତ୍ତି, ଫେଲୋସିପ୍ ଓ

ମା’ ରମାଦେବୀଙ୍କ ଦୂରଦୃଷ୍ଟିକୁ ଛାତ୍ରୀମାନେ ନିଜ ଶିକ୍ଷାରେ ପ୍ରତିଫଳିତ କରିବା ଉଚିତ୍

ଭୁବନେଶ୍ବର : ପ୍ରତ୍ୟେକ ଛାତ୍ରୀଙ୍କ ଜୀବନରେ ସ୍ବପ୍ନ ଥାଏ ପୁରସ୍କୃତ ହେବାପାଇଁ, ଏହା କେବଳ ପିତାମାତା ବା ଶିକ୍ଷାନୁଷ୍ଠାନର ଗୌରବ ନୁହେଁ, ସମାଜର ସମ୍ବଳ ଅଟେ। ଏହା ଦ୍ବାରା ନାଗରିକ ସୃଷ୍ଟି କେବଳ ହେବେ ନୁହେଁ, ବରଂ ଜ୍ଞାନକୁ ପରବର୍ତ୍ତୀ ବଂଶଧରଙ୍କୁ ଏହାକୁ ପ୍ରଦାନ କରିବେ। ଏହା ଦ୍ବାରା

ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀ: ୬୨୧ କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ

ବଲାଙ୍ଗୀର : ବଲାଙ୍ଗୀର ଜିଲାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏ ନେଇ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ବିସ୍ତୃତ ବିବରଣୀ ଦେଇଥିଲେ।

ଝୁଲନ୍ତା ଅବସ୍ଥାରେ ଜେଲ୍‌ ୱାର୍ଡରଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡା : ଝୁଲନ୍ତା ଅବସ୍ଥାରେ ମିଳିଲା ଜେଲ୍‌ ୱାର୍ଡରଙ୍କ ମୃତଦେହ। ଜେଲ୍‌ ନିକଟ ବାରାକରୁ ଉଦ୍ଧାର ହୋଇଛି ମୃତଦେହ। ଏପରି ଏକ ଚାଞ୍ଚଲ୍ୟକର ଘଟଣା କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାରିମୂଳରେ ଘଟିଛି। ତେବେ ଏହା ପଛର କାରଣ ଜଣାପଡ଼ିନି।ମୃତକ ହେଲେ ବାରିମୂଳ ଜେଲ୍‌ ୱାର୍ଡର ବିଜୟ

ବାଘୁଣୀ ‘ରୂପା’ ଜନ୍ମ ଦେଲା ୪ ଶାବକ

ଭୁବନେଶ୍ବର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବଢ଼ିଲା ବାଘ ସଂଖ୍ୟା। କାରଣ ଏଠାରେ ଥିବା ଧଳା ବାଘୁଣୀ ରୂପା ଆଜି ୪ ଶାବକଙ୍କୁ ଜନ୍ମ ଦେଇଛି। ସମସ୍ତ ୪ ଶାବକ ସୁସ୍ଥ ଥିବାବେଳେ ରୂପା ସମସ୍ତଙ୍କ ଯତ୍ନ ନେଉଛି। ଛୁଆଗୁଡ଼ିକ ରୂପା ପାଖରେ ଥିବାରୁ ସେମାନଙ୍କ ଲିଙ୍ଗ ଚିହ୍ନଟ କରାଯାଇପାରିନାହିଁ।

ବାଲିଯାତ୍ରାରେ ଗାଡି ପାର୍କିଂକୁ ନେଇ ଜାରି ରହିଛି ଦ୍ଵନ୍ଦ୍ୱ

କଟକ: ଐତିହାସିକ ବାଲିଯାତ୍ରାରେ ଗାଡି ପାର୍କିଂ ପ୍ରସଙ୍ଗକୁ ନେଇ ଜାରି ରହିଛି ଦ୍ଵନ୍ଦ୍ୱ। ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ବାଲିଯାତ୍ରା ମାତ୍ର ଉପର ବାଲିଯାତ୍ରା ପଡିଆରେ ଗାଡି ପାର୍କିଂ ପ୍ରସଙ୍ଗକୁ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ। ଆସନ୍ତା ସୋମବାର ଏନେଇ ବିଧିବଦ୍ଧ ନିଷ୍ପତି ହେବ।

କନ୍ଧମାଳ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା: ଖାଦ୍ୟରେ ବିଷକ୍ରିୟା ଯୋଗୁ ମୃତ୍ୟୁ, ସମସ୍ତେ ନିୟମିତ ଭାବେ ପାଉଛନ୍ତି ଚାଉଳ

ଭୁବନେଶ୍ବର : ଅକ୍ଟୋବର ୩୦ ତାରିଖରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଦୁଇ ଜଣ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟଣା ପରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ପକ୍ଷରୁ ଘଟଣାର କାରଣ ସମ୍ପର୍କରେ ଅନୁସନ୍ଧାନ

ଭୂକମ୍ପ ଝଟକାରେ ଥରିଲା ଝାଡ଼ଖଣ୍ଡ

ରାଞ୍ଚି : ଭୂକମ୍ପ ଝଟକାରେ ଥରିଲା ଝାଡ଼ଖଣ୍ଡ । ଆଜି ଶକାଳେ ଝାଡ଼ଖଣ୍ଡରେ ଅନୁଭୂତ ହୋଇଛି ଭୂମିକମ୍ପ ଝଟକା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଛି।ଆଜି ସକାଳ ପ୍ରାୟ ୯ଟା ୨୦ରେ ପ୍ରଥମେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ଓ ଜମସେଦପୁରରେ ଏହି ଝଟକା

ବରିଷ୍ଠ ବିଜେପି ନେତା ସମୀର ଦେ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

କଟକ : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଅସୁସ୍ଥ। ତାଙ୍କୁ କଟକର ସିଡିଏ ସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ସେ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ସେ ବିଜେପି ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ।