Browsing Category

ଖେଳ

ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା: ଶୀର୍ଷ-୧୦ରେ ଈଶାନ; କାର୍ତ୍ତିକ ୧୦୮ ସ୍ଥାନ ଉଠିଲେ

ଦୁବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରେ ଦମ୍‌ଦାର ପ୍ରଦର୍ଶନ ଯୋଗୁଁ ଭାରତୀୟ ବାମହାତୀ ଯୁବ ଓପ୍‌ନର ଈଶାନ କିଶନ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ଶୀର୍ଷ-୧୦ରେ ସ୍ଥାନ ଦୃଢ଼ କରିଛନ୍ତି। ଏହି ଶୃଙ୍ଖଳାରେ ଦୁଇ ଅର୍ଦ୍ଧଶତକ ସାଙ୍ଗକୁ ଭାରତର ଅଗ୍ରଣୀ ସ୍କୋର୍‌ର ଭାବେ ୨୦୬ ରନ୍‌

ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜନ ହେବ ଫେନ୍ସିଂ ଚମ୍ପିୟାନ୍‌ସିପ

କଟକ, : ଆସନ୍ତା ୨୯ ତାରିଖରୁ କଟକରେ ଆରମ୍ଭ ହେବ ୩୦ ତମ ଜାତୀୟ ଜୁନିୟର ଫେନ୍ସିଂ ଚମ୍ପିୟାନ୍‌ସିପ । ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବ ଏହି ମେଗା ଇଭେଣ୍ଟ । ଉଭୟ ରାଜ୍ୟ ସରକାର ଓ ଫେନ୍ସିଂ ରାଜ୍ୟ ସଂଘର ମିଳିତ ଉଦ୍ୟମରେ ଏହି ପ୍ରତିଯୋଗୀତା ଇଣ୍ଡୋର ଷ୍ଟାଡିଅମରେ

ଭାରତୀୟ ଦଳରେ କେବଳ ଦୀପଗ୍ରେସ୍‌

ଭୁବନେଶ୍ବର: ଜୁଲାଇ ପହିଲାରୁ‌ ନେଦରଲାଣ୍ଡ୍ସ ଓ ସ୍ପେନ୍‌ରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ବକପ୍‌ ଲାଗି ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇଥିବା ଦୀପଗ୍ରେସ୍‌ ଏକ୍କାଙ୍କୁ ଉପ ଅଧିନାୟକ ପଦ ଦିଆଯାଇଛି। ଗୋଲରକ୍ଷିକା

ରାଜ୍ୟଗୋଷ୍ଠୀ ହକି ଦଳରେ ଅମିତ ଏକମାତ୍ର ଓଡ଼ିଆ: ମନପ୍ରୀତ ଅଧିନାୟକ, ହର୍ମନପ୍ରୀତ ଉପଅଧିନାୟକ

ନୂଆଦିଲ୍ଲୀ: ଇଂଲଣ୍ଡର ବର୍ମିଂହାମଠାରେ ଜୁଲାଇ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ହକି ଇଣ୍ଡିଆ ସୋମବାର ୧୮ଜଣିଆ ଦଳ ଘୋଷଣା କରିଛି। ଏହି ଦଳରେ ରକ୍ଷଣଭାଗ ଖେଳାଳି ଅମିତ ରୋହିଦାସ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇଛନ୍ତି। ମନପ୍ରୀତ ସିଂହ ଅଧିନାୟକ ପଦକୁ

ଚେସ୍‌ ଅଲିମ୍ପିଆଡ୍‌ ମଶାଲ୍ ରିଲେର ଶୁଭାରମ୍ଭ କ‌ଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ‌ବିଶ୍ବ ଚେସ୍‌ ଅଧ୍ୟାୟରେ ନୂଆ ଫର୍ଦ ଯୋଡ଼ିଛି ଭାରତ। ଚେସ୍‌ ଅଲିମ୍ପିଆଡ୍‌ ଇତିହାସରେ ପ୍ରଥମ ଥର ପାଇଁ ମଶାଲ୍ ରିଲେ ପରମ୍ପରା ଆରମ୍ଭ କରିଛି ଭାରତ। ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ନିକଟସ୍ଥ ମହାବଳିପୁରମ୍‌ରେ ଖେଳାଯିବାକୁ ଥିବା ମର୍ଯ୍ୟାଦାଜନକ

ରାଜ୍ୟଗୋଷ୍ଠୀ ଦଳରେ ଦୂତି, ଶ୍ରାବଣୀ: ୧୦୦ ମିଟରରେ ଧନଲକ୍ଷ୍ମୀଙ୍କୁ ସୁଯୋଗ, ଦୂତିଙ୍କୁ ଉପେକ୍ଷା

ଭୁବନେଶ୍ବର: ଇଂଲଣ୍ଡର ବର୍ମିଂହାମଠାରେ ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ) ଗୁରୁବାର ୩୭ ଜଣିଆ ଦଳ ଘୋଷଣା କରିଛି। ଏଥିରେ ଓଡ଼ିଶାର ଦୁଇ ଦୌଡ଼ରାଣୀ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ସ୍ଥାନ

ଭାଇରାଲ୍ ହୋଇଥିବା ପାସ୍ ଓ ପରିଚୟ ପତ୍ର OCA ପକ୍ଷରୁ ଦିଆଯାଇ ନାହିଁ : OCA CEO

କଟକ : ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଥିବା ପାସ୍ ଓ ପରିଚୟ ପତ୍ର ଓଡ଼ିଶା କ୍ରିକେଟ୍ ଆସୋସିଏସନ ପକ୍ଷରୁ ପ୍ରଦାନ କରାଯାଇ ନାହିଁ। କୌଣସି ରାଜନୈତିକ ଦଳ ବା ବିଧାୟକଙ୍କ କ୍ରୁ ନାଁରେ ପରିଚୟ ପତ୍ର ବା ପାସ୍ ପ୍ରଦାନ କରାଯିବାର କୌଣସି ବ୍ୟବସ୍ଥା ନାହିଁ ବୋଲି ଓସିଏର ସିଇଓ ସୁବ୍ରତ କୁମାର

ଟି-୨୦ ସିରିଜ୍‌: ହାର୍ଦ୍ଦିକ କ୍ୟାପ୍ଟେନ, ରାହୁଲ ତ୍ରିପାଠୀଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ତାଙ୍କ ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି ଭୁବନେଶ୍ୱର କୁମାର। ସେହିପରି କ୍ରମାଗତ ଭାବେ ଆଇପିଏଲରେ ସମସ୍ତଙ୍କୁ ପ୍ରଭାବିତ କରି ଆସୁଥିବା ରାହୁଲ ତ୍ରିପାଠୀଙ୍କୁ

କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫିଫା ମହିଳା ବିଶ୍ୱକପ୍

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବ ଫିଫା ବିଶ୍ୱକପ୍ ମ୍ୟାଚ । କଳିଙ୍ଗରେ ଖେଳାଯିବ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ମ୍ୟାଚ । ଭାରତର ମ୍ୟାଚଗୁଡ଼ିକୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ । ଆସନ୍ତା ଅକ୍ଟୋବର ୧୧, ୧୪ ଓ ୧୭ରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ ।

ଆଇପିଏଲ୍ ପ୍ରସାରଣ ମୂଲ୍ୟ ୪୮,୯୩୦ କୋଟି: ବିଶ୍ବର ଦ୍ବିତୀୟ ସର୍ବାଧିକ ମୂଲ୍ୟବାନ କ୍ରୀଡ଼ା ଲିଗ୍‌

ମୁମ୍ବାଇ: ୨୦୨୩ରୁ ୨୦୨୭ ମସିହା ପର୍ଯ୍ୟନ୍ତ ୫ ବର୍ଷୀୟା ଚକ୍ର ଲାଗି ଆଇପିଏଲ୍ ପ୍ରସାରଣ ଅଧିକାର ଅବିଶ୍ବସନୀୟ ଭାବେ ୪୮,୯୩୦ କୋଟି ଟଙ୍କାରେ ବିକ୍ରି ହୋଇଛି। ପୂର୍ବ ପ୍ରସାରଣ ଅଧିକାର (୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ) ଦର (୧୬୩୪୭.୫୦ କୋଟି)ର ଏହା ପାଖାପାଖି ୩ ଗୁଣ। କୌଣସି କ୍ରି‌କେଟ୍