Browsing Category

ଧର୍ମ ସଂସ୍କୃତି

ପୂଜା ପାଉଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମା

ଭୁବନେଶ୍ୱର : ଆଜି ପବିତ୍ର ବିଶ୍ୱକର୍ମା ପୂଜା । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା । ଆଜି ଦେବଶିଳ୍ପୀଙ୍କ ପୂଜାକୁ ନେଇ ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ ହୋଇପଡିଛି । ୨ ବର୍ଷ ଧରି କୋଭିଡ୍ କଟକଣା ଯୋଗୁଁ ଧୁମ୍ ଧାମ୍ ରେ ପୂଜା ହୋଇପାରିନଥିବା ବେଳେ ଏଥର ବେଶ୍

କାର୍ତ୍ତିକ ବ୍ରତ ପାଳନ ପାଇଁ ହବିଷ୍ୟାଳି ଯୋଜନାରେ ଆଜିଠୁ ପଞ୍ଜିକରଣ ଆରମ୍ଭ

ପୁରୀ ୧୩।୦୯ : କାର୍ତ୍ତିକ ମାସରେ ବ୍ରତ ପାଳନ ପାଇଁ ହବିଷ୍ୟାଳି ଯୋଜନାରେ ଆଜିଠୁ ଆରମ୍ଭ ହେବ ପଞ୍ଜିକରଣ । ଚଳିତବର୍ଷ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩ ହଜାରରୁ ଉର୍ଦ୍ଧ୍ଵ ହବିଷ୍ୟାଳିଙ୍କୁ ବ୍ରତ ପାଳନର ସୁଯୋଗ ମିଳିବ । ଏଥିପାଇଁ ବୃନ୍ଦାବତୀ ନିବାସ ସହ ଅନ୍ୟ ତିନୋଟି ସ୍ଥାନରେ ହବିଷ୍ୟାଳି

ଆରମ୍ଭ ହେଲା ପିତୃପକ୍ଷ: ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଓ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ: ରବିବାରଠାରୁ ଆରମ୍ଭ ହୋଇଛି ପିତୃପକ୍ଷ । ଏହା ୧୫ ଦିନ ଅର୍ଥାତ୍ ମହାଳୟା ପର୍ଯ୍ୟନ୍ତ ଚାଲିବ। ପିତୃପକ୍ଷରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଓ ପିଣ୍ଡଦାନ କରାଯାଇଥାଏ । ଏଥିଲାଗି ଶ୍ରୀକ୍ଷେତ୍ରରେ ଅନେକ ଶ୍ରଦ୍ଧାଳୁ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଏବଂ ମହୋଦଧିରେ ତିଳତର୍ପଣ ଏବଂ

ହବିଷ୍ୟାଳିଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା; ୧୩ ତାରିଖରୁ କରିପାରିବେ ପଞ୍ଜିକରଣ

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ପବିତ୍ର ଧର୍ମ ମାସ କାର୍ତ୍ତିକରେ ''ରାଈଦାମୋଦର ବ୍ରତ'' ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ବ୍ୟବସ୍ଥା କରାଯାଉଛି । ତେବେ କରୋନା କଟକଣା ଯୋଗୁଁ ଦୀର୍ଘ ଦୁଇବର୍ଷ ପରେ ପୁନର୍ବାର ଚଳିତ ବର୍ଷ ସ୍ଥାୟୀ ହବିଷ୍ୟାଳି ଶିବିରର ବ୍ୟବସ୍ଥା

୮ ଲକ୍ଷ ୭୦ ହଜାର ଟଙ୍କାରେ ନିଲାମ ହେଲା ଗଣେଶଙ୍କ ଆଜ୍ଞା ଲଡୁ ଓ ମାଳ

ଅନୁଗୋଳ: ଶେଷ ହୋଇଛି କୋଇଲା ନଗରୀ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା । ଆଜି (ଶନିବାର) ଭସାଣି ପାଇଁ ହୋଇଛି ସ୍ବତନ୍ତ୍ର ଆୟୋଜନ । ତାଳଚେର ଗଣେଶ ପୂଜା ଭସାଣିରେ ସବୁଠାରୁ ଆକର୍ଷଣ ହୋଇଥାଏ ଗଣେଶଙ୍କ ଆଜ୍ଞା ଲଡୁ ଓ ମାଳ ନିଲାମ । ତେବେ ଏଥର ୮ ଲକ୍ଷ ୭୦ ହଜାର ଟଙ୍କାରେ ଏକ କ୍ୱିଣ୍ଟାଲ ଲଡୁ ନିଲାମ

ଆଜି ଅନନ୍ତ ବ୍ରତ

ଆଜି ଦିନରେ ଅନନ୍ତ ବ୍ରତ ପାଳନ କରାଯାଉଛି । ଏହିଦିନ ଭଗବାନ ଶ୍ରୀହରିଙ୍କ ପୂଜା କରାଯାଇଥାଏ । ଏବଂ ପୂଜା ପରେ ଅନନ୍ତ ବ୍ରତ ଧାରଣ କରାଯାଇଥାଏ । ଏହା ଏକ ବ୍ୟକ୍ତିଗତ ପୂଜା ଅଟେ । ଏହାର କୌଣସି ସାମାଜିକ କିମ୍ବା ଧାର୍ମିକ ଉତ୍ସବ ନଥାଏ । ଅଗ୍ନି ପୁରାଣରେ ଏହାର ବର୍ଣ୍ଣନା କରାଯାଇଛି ।

କୋଣାର୍କ ସୂର୍ଯ୍ୟ ମନ୍ଦିର ରୁ ବାଲିକଢା କାମର ଶୁଭାରମ୍ଭ

କୋଣାର୍କ: ବହୁ ପ୍ରତିକ୍ଷା ପରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ବା ବ୍ଲାକ ପାଗୋଡାରୁ ଆଜି ବାଲିକଢା କାମର ଶୁଭାରମ୍ଭ ହୋଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍ଆଇ ପକ୍ଷରୁ ଏଥିନିମନ୍ତେ ଭୂମି ପୂଜନ କରାଯାଇଛି। ଉନ୍ନତ ବୈଷୟିକ ଜ୍ଞାନକୌଶଳର ବିନିଯୋଗ କରି

ମହାଲକ୍ଷ୍ମୀଙ୍କ ପୂଜା ପାଇଁ ମାଟି ଅନୁକୂଳ

କାମାକ୍ଷାନଗର: ସୁନିଆଁ ବାମନ ଜନ୍ମତିଥି ଥିବାରୁ ଢ଼େଙ୍କାନାଳ ବସ ଷ୍ଟାଣ୍ଡ ମହାଲକ୍ଷ୍ମୀ କମିଟି ତରଫରୁ ପୂଜା ପାଇଁ ମାଟି ଅନୁକୂଳ କରାଯାଇଛି । ସ୍ଥାନୀୟ କମଗରା ଘାଟରୁ ପୂଜାର୍ଚ୍ଚନା କରାଯାଇ ମାଟି ଅନୁକୂଳ ହୋଇଛି । ଏହି ମାଟିରେ ମହାଲକ୍ଷ୍ମୀଙ୍କ ମୂର୍ତ୍ତି ଗଢାଯିବ । ପୂଜକ ଗତିକୃଷ୍ଣ

ପ୍ରଶସ୍ତ ହେବ ପୁରୀ ବଡ଼ଦାଣ୍ଡ, ରାସ୍ତାର ଉଭୟ ପାର୍ଶ୍ୱରେ ୨୦ ଫୁଟ୍ ବୃଦ୍ଧି କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: ପ୍ରଶସ୍ତ ହେବ ପୁରୀ ବଡ଼ଦାଣ୍ଡ । ଉଭୟ ପଟେ ୨୦ ଫୁଟ୍ ଲେଖାଏଁ ବୃଦ୍ଧି କରିବାକୁ ଯୋଜନା । ଯେଉଁଠି ଜବର ଦଖଲ ହୋଇଛି ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଉଚ୍ଛେଦ କରାଯିବ । ଆଉ ଅନ୍ୟ ସଙ୍କୁଚିତ ସ୍ଥାନରେ ଜମି ଅଧିଗ୍ରହଣ କରାଯାଇ ଆଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ । ବଡ଼ଦାଣ୍ଡ

ଶ୍ରୀଲିଙ୍ଗରାଜଙ୍କ ନୂଆ ଆର୍ଥିକ ବର୍ଷ ଖାତା ପୂଜା, ୧୪୩୦ ସାଲ ୬୫ ଅଙ୍କ ଆରମ୍ଭ

ଭୁବନେଶ୍ୱର: ପାଞ୍ଜି ଗଣନା ଅନୁଯାୟୀ ବୁଧବାରଠାରୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ୧୪୩୦ ସାଲ ୬୫ ଅଙ୍କ ଆରମ୍ଭ ହୋଇଛି । ଏହି ଅବସରରେ ବୁଧବାର ସକାଳେ ମନ୍ଦିର କାର୍ଯ୍ୟାଳୟ ପରିସରରେ ପାଳନ କରାଯାଇଥିଲା ସୁନିଆ ପୁଜା । ଉତ୍ସବ ପାଳନ ନିମନ୍ତେ ମନ୍ଦିର କର୍ମଚାରୀମାନେ ବ୍ୟାପକ ବ୍ୟବସ୍ଥା