Browsing Category

ବିଦେଶ

ଆଗାମୀ ୯୦ ଦିନ ମଧ୍ୟରେ ଚୀନ୍‌ର ୬୦ ପ୍ରତିଶତ ହେବେ ସଂକ୍ରମିତ : ବିଶେଷଜ୍ଞ

ବେଜିଂ: ଚୀନରେ କରୋନା ମହାମାରୀ ଏବେ ହୁ ହୁ ହୋଇ ବଢିବାକୁ ଆରମ୍ଭ କରିଛି । କଠୋର କୋଭିଡ୍ ପ୍ରତିବନ୍ଧକକୁ ହଟାଇ ଦେବା ପରେ ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବ୍ୟାପକ ଭାବେ ବଢ଼ିବାରେ ଲାଗିଛି। ଏହା ସହିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଆଶାତୀତ ବୃଦ୍ଧି ଘଟିଛି। ବିଶେଷଜ୍ଞଙ୍କ ମତ ଅନୁଯାୟୀ,

ଥମୁନି ହିଜାବ ନିଆଁ, ଓସ୍କାର ବିଜୟୀ ଅଭିନେତ୍ରୀ ଗିରଫ

ତେହରାନ: ଇରାନ୍‌ରେ ଜାରି ରହିଛି ହିଜାବ ବିରୋଧୀ ପ୍ରଦର୍ଶନ। ହଜାର ହଜାର ଲୋକେ ହିଜାବ ଓ ସରକାରଙ୍କ ଡ୍ରେସ୍ କୋଡ୍ ନୀତିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ବହୁଦିନ ଧରି ଏହି ପ୍ରଦର୍ଶନ ଜାରି ରହିଛି। ତେବେ ଏହି ବିକ୍ଷୋଭ ପ୍ରଦର୍ଶନକୁ ଜଣେ ଓସ୍କାର ବିଜୟୀ ଅଭିନେତ୍ରୀ ସମର୍ଥନ କରିବା

ଚୀନର ବେଜିଂ ରେ ଦ୍ରୁତଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ

ବେଜିଂ : କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଚୀନର ବେଜିଂ ଏବେ ଏକ ଭୂତ ସହରରେ ପରିଣତ ହୋଇଛି। ଚୀନର ରାଜଧାନୀ ବେଜିଂର ଲୋକସଂଖ୍ୟା ୨.୨ କୋଟି ହେବ। ଏଠାରେ ଦୋକାନବଜାର ବନ୍ଦ ଥିବାବେଳେ ରେସ୍ତୋରାଁଗୁଡ଼ିକ ଜନଶୂନ୍ୟ ହୋଇଯାଇଛି। ଫଳରେ ଚୀନ ବସ୍ତୁତଃ ଏକ ଭୂତ ସହର ଭଳି ଲାଗୁଛି।

୨୦୨୫ ପରେ ଟୋକିଓରେ ନିର୍ମିତ ଘରେ ସୌରଶକ୍ତି ବାଧ୍ୟତାମୂଳକ

ଟୋକିଓ: ଜାପାନ ରାଜଧାନୀ ଟୋକିଓରେ ଗୃହ ନିର୍ମାତାମାନଙ୍କ ପାଇଁ ସମସ୍ୟା ବଢ଼ିଲା। ୨୦୨୫ ଏପ୍ରିଲ ପରେ ଏଠାରେ ରିଅଲ ଇଷ୍ଟେଟ ସଂସ୍ଥାଗୁଡ଼ିକ ଯେଉଁ ଘର ନିର୍ମାଣ କରିବେ ସେଥିରେ ସୌର ପ୍ୟାନେଲ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଘରୁ ନିର୍ଗତ ହେଉଥିବା ଅଙ୍ଗାରକ ନିର୍ଗମନକୁ ହ୍ରାସ କରିବା ପାଇଁ

ଗୋଟିଏ ଦିନରେ ୭୦ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ

କିଭ: ଯୁଦ୍ଧ ପରଠାରୁ ରୁଷ ଶୁକ୍ରବାର ୟୁକ୍ରେନ ଉପରେ ବଡ଼ଧରଣର ଆକ୍ରମଣ କରିଛି। ଗୋଟିଏ ଦିନରେ ୭୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ରୁଷ ସେନା। ୟୁକ୍ରେନ୍‌ର ଦ୍ୱିତୀୟ ବୃହତମ ସହର କିଭ୍‌କୁ ଧ୍ୱସ୍ତବିଧ୍ୱସ୍ତ କରିଛି ଶତ୍ରୁ ରାଷ୍ଟ୍ର । ପ୍ରତିପପକ୍ଷ ସେନାର ଘନ ଘନ ମିଶାଇଲ ମାଡ଼

କିବ୍‌ ଆକ୍ରମଣ ଲାଗି ରୁଷ୍‌ ୨ ଲକ୍ଷ ନୂଆ ସୈନିକ ପ୍ରସ୍ତୁତି କରୁଛି: ୟୁକ୍ରେନ୍‌

କିବ୍‌: ୨୦୨୩ ଆଦ୍ୟ ମାସଗୁଡ଼ିକରେ କିବ୍‌ ଉପରେ ରୁଷ୍‌ ପୁଣି ଥରେ ଆକ୍ରମଣ କରିପାରେ ବୋଲି ୟୁକ୍ରେନ୍‌ ସଶସ୍ତ୍ର ବାହିନୀର ମୁଖ୍ୟ କମାଣ୍ଡର୍‌ ଅନୁମାନ କରୁଥିବା କଥା ଗୁରୁବାର ଦିନ ‘ଦି ଇକୋନୋମିଷ୍ଟ୍‌’ ପ୍ରକାଶ କରିଥିବା ସାକ୍ଷାତ୍‌କାରରୁ ଜଣାପଡ଼ିଛି। ଏବେ ବେଶୀ ଅଂଶ ୟୁକ୍ରେନ୍‌ର ପୂର୍ବ

ଚିଲିର ଲାସ୍କାର୍‌ ଆଗ୍ନେୟଗିରିରେ ଘଟିଲା ଉଦ୍‌ଗୀରଣ; ୨୦,୦୦୦ ଫୁଟ୍‌ ଉଚ୍ଚକୁ ଉଠିଳା ଧୂଆଁ ଓ ପାଉଁଶ

ସାଣ୍ଟିଆଗୋ: ଶନିବାର ରାତିରେ ଚିଲିର ଉତ୍ତରାଞ୍ଚଳରେ ଥିବା ଆଣ୍ଡିଜ୍‌ ପର୍ବତମାଳାରେ ଆଗ୍ନେୟଗିରି ଉଦ୍‌ଗୀରଣ ଘଟିବାରୁ ସାମାନ୍ୟ ଭୂକମ୍ପନ ଘଟିବା ସହିତ ନିର୍ମଳ ଆକାଶର ୨୦,୦୦୦ ଫୁଟ୍‌ ଉପରକୁ ଧୂଆଁ ଓ ପାଉଁଶର ବାଦଲ ଉଠିଥିଲା। ଚିଲିର ‘ନ୍ୟାସ୍‌ନାଲ୍‌ ଜିଓଲୋଜି ଓ ମାଇନିଙ୍ଗ୍‌ ସର୍ଭିସ୍‌’

ସାଉଦି ପ୍ରିନ୍ସଙ୍କ ବିରୋଧରେ ମାମଲା ଖାରଜ କଲା ଆମେରିକା କୋର୍ଟ

ୱାସିଂଟନ : ଆମେରିକାର ‌ଜନୈକ ଫେଡ଼େରାଲ ଜଜ୍ ମଙ୍ଗଳବାର ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ବିରୋଧରେ ଆମେରିକୀୟ ସାମ୍ବାଦିକ ଜମଲ ଖାସୋଗିଙ୍କ ହତ୍ୟା ଅଭିଯୋଗରେ ରୁଜୁ କରାଯାଇଥିବା ମାମଲାକୁ ଖାରଜ କରିଦେଇଛନ୍ତି। ଜୋ ବାଇଡେନ ପ୍ରଶାସନ ଯୁବରାଜ ନିର୍ଦ୍ଦୋଷ ବୋଲି କହିବା ପରେ କୋର୍ଟ ଏହି

ଜାପାନ ନିକଟ ଦ୍ବୀପରେ ଭ୍ରାମ୍ୟମାଣ ‘ଡିଫେନ୍‌ସ୍‌ ମିସାଇଲ୍‌ ସିଷ୍ଟମ୍’ ମୁତୟନ କଲା ରୁଷ୍‌

ମସ୍କୋ: ଉତ୍ତରାଞ୍ଚଳ କୁରିଲ୍‌ ଦ୍ବୀପରେ ଭ୍ରାମ୍ୟମାଣ ‘ଡିଫେନ୍‌ସ୍‌ ମିସାଇଲ୍‌ ସିଷ୍ଟମ୍’ ମୁତୟନ କରିଥିବା କଥା ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।ସୂଚନାଯୋଗ୍ୟ, ଯୁଦ୍ଧ ପାଇଁ ଗୁରୁତ୍ବପୂର୍ଣ୍ଣ ଜାପାନ ଓ ରୁଷୀୟ କାମଚାତ୍‌କା ଉପଦ୍ବୀପ ମଧ୍ୟରେ ଥିବା ଦ୍ବୀପମାଳାରୁ କୁରିଲ୍‌ ଅନ୍ୟତମ।

ବିକ୍ଷୋଭ ରୋକିବାକୁ ଷଡ଼ଯନ୍ତ୍ର, ୧୨୦୦ ଛାତ୍ରଛାତ୍ରୀଙ୍କ ଖାଦ୍ୟରେ ବିଷ

ତେହରାନ: ଇରାନ୍‌ରେ ଜାରି ରହିଛି ହିଜାବ ବିରୋଧୀ ଲଢ଼େଇ। ଇରାନ୍ ସରକାରଙ୍କ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ବିକ୍ଷୋଭକାରୀଙ୍କ ମଧ୍ୟରେ ଅଛନ୍ତି ଅଧିକ ଛାତ୍ରଛାତ୍ରୀ। ତେବେ ଏହି ବିରୋଧ ପ୍ରଦର୍ଶନକୁ ରୋକିବା ପାଇଁ ଇରାନ୍ ସରକାର କରିଛି ହୀନ ପ୍ରୟାସ। ବିକ୍ଷୋଭ ବନ୍ଦ