Browsing Category

ବିଦେଶ

ଟରଣ୍ଟୋ ହିନ୍ଦୁ ମନ୍ଦିରରେ ଭାରତ ବିରୋଧୀ ଲେଖା: କାନଡା ସରକାରଙ୍କ ନିକଟରେ ଅଭିଯୋଗ କଲା ଭାରତ

ଟରଣ୍ଟୋ: ‌ଟ‌ରଣ୍ଟୋସ୍ଥିତ ‘ବିଏପିଏସ୍‌ ସ୍ବାମୀନାରାୟଣ ମନ୍ଦିର‌’ରେ ଲିଖିତ ଭାରତ ବିରୋଧୀ ସ୍ଲୋଗାନ୍‌କୁ ଆଜି ଭାରତ ତୀବ୍ର ନିନ୍ଦା କରିବା ସହ ଘଟଣାର ତଦନ୍ତ କରିବା ଲାଗି କାନଡୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି। ଅପରାଧୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା

ମାସୁଦ ଆଝାରକୁ ନେଇ ପାକିସ୍ତାନ ମିଡିଆର ମିଛ ଧରାଇଲା ତାଲିବାନ

କାବୁଲ: କୁଖ୍ୟାତ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ ନେଇ ପାକିସ୍ତାନକୁ ଟାର୍ଗେଟ କରିଛି ତାଲିବାନ। ଏଫଏଟିଏଫରର ଛାଟରୁ ବର୍ତ୍ତିବା ପାଇଁ ପାକିସ୍ତାନ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଦ୍ୱାରା ମାସୁଦ ଆଝାର ଆଫଗାନିସ୍ତାନରେ ରହିଥିବା ଖବର ପ୍ରକାଶ କରିଥିଲା। ଏପରି

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କାର ଦୁର୍ଘଟଣାଗ୍ରସ୍ତ

ୟୁକ୍ରେନ ୧୫/୦୯: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କାର ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଜେଲେନସ୍କି ସାମାନ୍ୟ ଆହତ ହୋଇଛନ୍ତି । ରାଜଧାନୀ କିଭ୍ ନିକଟରେ ଦୁର୍ଘଟଣା ଘଟିଛି । ୟୁକ୍ରେନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏକ ପାସେଞ୍ଜର କାର ଜେଲେନସ୍କିଙ୍କ ଏସକର୍ଟ ସହ ତାଙ୍କ କାରକୁ

ରାଣୀ ଏଲିଜାବେଥଙ୍କ ପାଇଁ ରବିବାର ରାଷ୍ଟ୍ରୀୟ ଶୋକ ପାଳିବ ଭାରତ

ନୂଆଦିଲ୍ଲୀ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପାଇଁ ଭାରତରେ ପାଳନ ହେବ ଦିନିକିଆ ରାଷ୍ଟ୍ରୀୟ ଶୋକ। ଗତକାଲି ବିଳମ୍ବିତ ରାତିରେ ୯୬ ବର୍ଷୀୟ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ ସ୍କଟଲ୍ୟାଣ୍ଡରେ ହୋଇଥିଲା। ଏବେ ତାଙ୍କ ସମ୍ମାନାର୍ଥେ ଭାରତ ସରକାର ଆସନ୍ତା ୧୧ ତାରିଖରେ ରାଷ୍ଟ୍ରୀୟ

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସିରିଆ ଉପରେ ଋଷର ଆକ୍ରମଣ, ୧୨୦ ମୃତ

ଗୋଟିଏ ପଟେ ୟୁକ୍ରେନ ଉପରେ ଋଷ ଆକ୍ରମଣ ଜାରି ରଖିଥିବା ବେଳେ ଏବେ ଋଷ ପୁଣି ମଧ୍ୟପୂର୍ବ ଏସିଆର ସିରିଆ ଉପରେ ଆକାଶମାର୍ଗରୁ ଆକ୍ରମଣ ଆରମ୍ଭ କରିଦେଇଛି । ଏହି ଆକ୍ରମଣ ଫଳରେ ସିରିଆର ୧୨୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । କହିରଖୁ କି, ପଶ୍ଚିମ ସିରିଆରେ ଅଲ କାଏଦା ସହିତ ଜଡିତ ଏଏଲ-

ଆମେରିକାରେ ଆଖିବୁଜା ଗୁଳିଚାଳନା କରି ଲାଇଭଷ୍ଟ୍ରିମିଂ କରୁଥିଲେ ଯୁବକ, ୨ ମୃତ

ଆମେରିକାର ଟେନେସୀ ପ୍ରାନ୍ତର ମେମ୍ଫିସ୍‌ରେ ଆଖିବୁଜା ଗୁଳିଚାଳନା କରିଥିଲା ଜଣେ ଯୁବକ। ଏହି ଘଟଣାରେ ୨ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଘଟଣା ଘଟାଇବା ପରେ ଉକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି। କିନ୍ତୁ ଯୁବକ ଜଣକ ଏମିତି କାଣ୍ଡ କାହିଁକି କରିଥିଲେ, ତାହା

ଲିଜ୍‌ ଟ୍ରସଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କଲେ ରାଣୀ ଏଲିଜାବେଥ

ଲଣ୍ଡନ: କଞ୍ଜରଭେଟିଭ ପାର୍ଟିର ମୁଖିଆ ପଦ ପାଇଁ ହୋଇଥିବା ନିର୍ବାଚନ ବାଜିମାତ କରିଥିବା ଲିଜ୍‌ ଟ୍ରସଙ୍କୁ ଆଜି ରାଣୀ ଏଲିଜାବେଥ ୨ ବିଧିବଦ୍ଧ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଓ ଫାଷ୍ଟ ଲର୍ଡ ଅଫ ଟ୍ରେଜେରୀ ଭାବେ ନିଯୁକ୍ତି କରିଛନ୍ତି। ଟ୍ରସ ଆଜି ରାଣୀ ଏଲିଜାବେଥଙ୍କୁ ଭେଟିବା ପରେ ଏପରି

ଭାରତ ସପକ୍ଷବାଦୀ ଭାବେ ଜଣାଶୁଣା ଲିଜ୍ ଟ୍ରସ୍

ଲଣ୍ଡନ : ଲିଜ୍ ଟ୍ରସ୍ ବ୍ରିଟେନରେ ନୂଆ ପ୍ରଧାନମନ୍ତ୍ରୀ ହେବେ । ସେ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପରାସ୍ତ କରି କଂଜରଭେଟିଭ ଦଳର ନେତା ନିର୍ବାଚିତ ହୋଇଛନ୍ତି । ଋଷି ସୁନକ ପରାଜିତ ହେବା ଭାରତୀୟଙ୍କୁ ନିରାଶ କରିଛି । ତେବେ ଶୁଭ ସୂଚନା ହେଉଛି ଲିଜ୍ ଟ୍ରସ ହେଉଛନ୍ତି ଜଣେ ଭାରତ

କର୍ମଚାରୀଙ୍କୁ ଛଟେଇ କରି ୧୮ ମହଲାରୁ ଡେଇଁ ପଡିଲେ ସିଏଫ୍‌ଓ

ନୂଆଦିଲ୍ଲୀ: କର୍ମଚାରୀଙ୍କୁ ଛଟେଇ କରିବା କୌଣସି କମ୍ପାନୀ ପାଇଁ ନୂଆ କଥା ନୁହେଁ। ପ୍ରତି ବର୍ଷ ହଜାର ହଜାର କର୍ମଚାରୀଙ୍କୁ ନିଜ ଚାକିରି ହରାଇବାକୁ ପଡେ। କ୍ଷତି ସହିବା ପରେ କମ୍ପାନୀ କର୍ତ୍ତୃପକ୍ଷ ଛଟେଇ କରିବାକୁ ବାଧ୍ୟ ହୁଅନ୍ତି। ନିକଟରେ ‘ବେଡ୍‌ ବାଥ ଆଣ୍ଡ ବିୟଣ୍ଡ’ କମ୍ପାନୀ ମଧ୍ୟ

ଭୂମିକମ୍ପରେ ଥରିଲା ଚୀନ୍‌, ୨୧ ମୃତ

ବେଜିଂ: ଥରିଲା ଚୀନ୍‌। ସିଚୁଆନ୍‌ ଅଞ୍ଚଳରେ ଭୟଙ୍କର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୬.୮ ରେକର୍ଡ କରାଯାଇଛି। ଭୂକମ୍ପ ଯୋଗୁ ବିଭିନ୍ନ ସ୍ଥାନରେ ୨୧ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଭୂମିକମ୍ପର କେନ୍ଦ୍ର ଲିଡୁଙ୍ଗ କାଉଣ୍ଟି