ଆମେରିକା-ପାକିସ୍ତାନ ସମ୍ପର୍କକୁ ଭାରତର ବିରୋଧ

add-all

ନୂଆଦିଲ୍ଲୀ : ପାକିସ୍ତାନକୁ ଆମେରିକା ଯୋଗାଇ ଦେବାକୁ ଥିବା ସାମରିକ ସହାୟତା ପ୍ରସଙ୍ଗରେ ଭାରତ କଡା ପ୍ରତିକ୍ରିୟା ରଖିଛି। ପାକିସ୍ତାନର ଯୁଦ୍ଧ ବିମାନ ଏଫ-୧୬ର ନବୀକରଣ ନିମନ୍ତେ ଆମେରିକା ଆବଶ୍ୟକ ଯନ୍ତ୍ରାଂଶ ଯୋଗାଇ ଦେବାକୁ ଘୋଷଣା କରିଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନକୁ ସାମରିକ ସହାୟତା ବନ୍ଦ କରିଥିବାବେଳେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଏହାକୁ ପୁନର୍ବାର ଆରମ୍ଭ କରିଛନ୍ତି। ବାଇଡେନଙ୍କ ଏପରି ନିଷ୍ପତ୍ତି ଉପରେ ଜବାବ ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଜୟଶଙ୍କର କହିଛନ୍ତି ଯେ ଆମେରିକା ଓ ପାକିସ୍ତାନ ସମ୍ପର୍କ ଦ୍ବାରା କୌଣସି ରାଷ୍ଟ୍ରର ସ୍ବାର୍ଥ ସାଧନ ହେଉ ନାହିଁ। ସାଧାରଣତଃ ଦ୍ବିପାକ୍ଷିକ ସମ୍ପର୍କରେ ଉଭୟ ରାଷ୍ଟ୍ରର ସ୍ବାର୍ଥ ସାଧନ ହୋଇଥାଏ। ମାତ୍ର ଆମେରିକା-ପାକିସ୍ତାନ ସମ୍ପର୍କରେ ଆମେରିକା କିମ୍ବା ପାକିସ୍ତାନ କାହାର ସ୍ବାର୍ଥ ସାଧନ ହେଉ ନାହିଁ। ଆତଙ୍କବାଦ ମୁକାବିଲା ନିମନ୍ତେ ପାକିସ୍ତାନକୁ ଆମେରିକା ଏଫ-୧୬ ଲଢୁଆ ଯୁଦ୍ଧ ବିମାନ ଯୋଗାଇ ଦେଇଥିଲା। ମାତ୍ର ପାକିସ୍ତାନ ଆତଙ୍କବାଦକୁ ଦମନ ପରିବର୍ତ୍ତେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଥିଲା। ଏପରିକି ଆତଙ୍କବାଦ ନାମରେ ଆମେରିକା ଦେଉଥିବା ସହାୟତାକୁ ପାକିସ୍ତାନ ଆମେରିକା ବିରୋଧରେ ପ୍ରୟୋଗ କରିଥିଲା। ଏବେ ପୁନର୍ବାର ଏଫ-୧୬ ଯୁଦ୍ଧବିମାନର ଯନ୍ତ୍ରାଂଶକୁ ଆଧୁନିକୀକରଣ କରିବା ଲାଗି ଆମେରିକା ସହାୟତା ଯୋଗାଇ ଦେବା ଆଶ୍ଚର୍ଯ୍ୟର ବିଷୟ ହୋଇଛି। ଆମେରିକାର ଏହି ସହାୟତା ପରୋକ୍ଷରେ ଭାରତ ପାଇଁ ବିପଦ ସାବ୍ୟସ୍ତ ହେବାକୁ ଯାଉଛି।

ad-week
Leave A Reply

Your email address will not be published.