Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
କାଲି ସନ୍ଧ୍ୟା ବେଳେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ବିପର୍ଯ୍ୟୟ, ୪୫ ହଜାର ଲୋକ ସ୍ଥାନାନ୍ତର
ଅହମ୍ମଦାବାଦ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଆସନ୍ତାକାଲି ସନ୍ଧ୍ୟା ବେଳେ ଗୁଜରାଟର କଚ୍ଛ ଜିଲ୍ଲା ଅନ୍ତର୍ଗତ ଜଖୌ ପୋର୍ଟ ନିକଟରେ ଲ୍ୟାଣ୍ତଫଲ କରିବ। ଲ୍ୟାଣ୍ଡଫଲ ବେଳେ ବିପର୍ଯ୍ୟୟ ଅତି ଭୀଷଣ ବାତ୍ୟାର ରୂପରେ ରହିଥିବ। ତେଣୁ ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୫୦ କିମି!-->…
ଜୁଲାଇ ୪ରେ କୁସ୍ତି ମହାସଂଘର ନିର୍ବାଚନ
ନୂଆଦିଲ୍ଲୀ : ବିବାଦରେ ଥିବା ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ଆସନ୍ତା ଜୁଲାଇ ୪ରେ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନ(ଆଇଓଏ) ପ୍ରକ୍ରିୟା ଆରମ୍ଭ କରିଛି।ନିର୍ବାଚନକୁ ସଂପୂର୍ଣ୍ଣ ନିରପେକ୍ଷ ଓ ସ୍ୱଚ୍ଛତାର ସହ କରିବା ପାଇଁ ଆଇଓଏ ଜମ୍ମୁ-କଶ୍ମୀର ହାଇକୋର୍ଟର ପୂର୍ବତନ!-->…
ମହିଳା ବନ୍ଧୁଙ୍କୁ କକପିଟ୍ରେ ବସାଇଥିଲେ ଦୁଇ ପାଇଲଟ, ହେଲା ବଡ଼ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ : ପୁଣିଥରେ ଦୁଇ ଜଣ ପାଇଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏୟାର ଇଣ୍ଡିଆ। ଏହି ଦୁଇ ପାଇଲଟ ବିମାନ ଚଳାଇବା ବେଳେ ନିଜର ମହିଳା ବନ୍ଧୁଙ୍କୁ ବେଆଇନ ଭାବେ କକପିଟ୍ରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ।ଦିଲ୍ଲୀରୁ ଲେହ ଯିବା ବେଳେ ଏପରି ଘଟଣା ଘଟିଥିଲା। ଏଥିପାଇଁ!-->…
ନୀତୀଶ କୁମାରଙ୍କ କ୍ୟାବିନେଟରୁ ଇସ୍ତଫା ଦେଲେ ସନ୍ତୋଷ କୁମାର ସୁମନ
ପାଟନା : ବିହାର ରାଜନୀତିରେ ସବୁ କିଛି ଠିକ ନାହିଁ। ଶାସକ ମେଣ୍ଟରେ ଫାଟ ସୃଷ୍ଟି ହେବାର ସଙ୍କେତ ମିଳିଛି। ଜେଡିୟୁ ଓ ଆରଜେଡି ସହ ହାତ ମିଳାଇଥିବା ଛୋଟ ଛୋଟ ଦଳ ଗୁଡ଼ିକ ଆଉ ନିଜର ଅସ୍ଥିତ୍ୱ ନେଇ ସୁରକ୍ଷିତ ମଣୁ ନାହାନ୍ତି। ଏଥିପାଇଁ ସେମାନେ ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରୁଛନ୍ତି।!-->…
କ୍ଷମତାରେ ଥିବା ଶିବସେନାଙ୍କୁ ମୋଦି-ଶାହଙ୍କ ଶିବସେନା କହିଲେ ସଂଜୟ
ମୁମ୍ବାଇ : ମହାରାଷ୍ଟ୍ରର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ମଙ୍ଗଳବାର ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଜାରି କରିଛି। ଏହି ବିଜ୍ଞାପନରେ ‘ଭାରତ ପାଇଁ ମୋଦୀ, ମହାରାଷ୍ଟ୍ର ପାଇଁ ସିନ୍ଦେ’ ଶୀର୍ଷକ ଉଲ୍ଲେଖ କରାଯାଇଛି, ଯେଉଁଥିରେ ବିଜେପିର ଦେବେନ୍ଦ୍ର ଫଡନାଭିସଙ୍କ ଅପେକ୍ଷା ଏକନାଥ!-->…
ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ହେଲା କାଳ, ଗାଡ଼ି ତଳେ ଯୁବକଙ୍କୁ ଚାପିଦେଲେ ଚାଳକ
ମିର୍ଜାପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ହେଲା କାଳ। ଗାଡ଼ି ତଳେ ଯୁବକଙ୍କୁ ଚାପିଦେଲେ ଚାଳକ। ମିର୍ଜାପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକଜଣକ ରାଜେଶଧର ଦୁବେ ବୋଲି ଜଣାପଡ଼ିଥିବା ବେଳେ ଘଟଣା ଘଟିବାର ୬ଘଣ୍ଟା ପରେ ପୁଲିସ ଅଭିଯୁକ୍ତ ଗାଡ଼ି ଚାଳକକୁ ଗିରଫ!-->…
ଆଇଏମ୍ଏଫର ଆକଳନ: ଚୀନ୍, ଯୁକ୍ତରାଷ୍ଟ୍ର ଆମେରିକାର ଜିଡିପିକୁ ପଛରେ ପକାଇପାରେ ଭାରତ
ନୂଆଦିଲ୍ଲୀ : ଚୀନ୍, ଯୁକ୍ତରାଷ୍ଟ୍ର ଆମେରିକା ପରି ବିକାଶଶୀଳ ଦେଶଙ୍କ ଜିଡିପି ଅଭିବୃଦ୍ଧିକୁ ପଛରେ ପକାଇପାରେ ଭାରତ। ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି(GDP) ଦେଖାଇପାରେ ଏପରି ଚମତ୍କାର। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF) ଏହାର ଇକୋନୋମିକ୍ ଆଉଟ୍ଲୁକ୍ ରିପୋର୍ଟରେ ଏଭଳି!-->…
ମଣିପୁର ହିଂସା: ଶାନ୍ତି ଆଲୋଚନାକୁ ମୈତୈ ସଂପ୍ରଦାୟର ନା
ଇମ୍ଫାଲ : ଆଦିବାସୀ ଓ ଅଣ ଆଦିବାସୀ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ଉଠିଥିବା ମଣିପୁରରେ ଶାନ୍ତି ଫେରିବାର ଆଶା ପୁଣି ମଉଳି ଯାଇଛି। ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟାକୁ ଆଗକୁ ନେବା ପାଇଁ କେନ୍ଦ୍ର ସରକାର ଗଠନ କରିଥିବା କମିଟିରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ନାଁ!-->…
ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପୋଷ୍ଟ କରିବାରୁ ଗିଲ୍ ଙ୍କୁ ଜୋରିମାନା
ନୂଆଦିଲ୍ଲୀ: ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସର୍ବସାଧାରଣରେ ବିରୋଧ ଓ ସମାଲୋଚନା କରିବା ପଡ଼ିଲା ଭାରୀ। କ୍ରିକେଟର ଶୁଭମନ ଗିଲଙ୍କ ଉପରେ ଲାଗିଲା ଜରିମାନା। ନିକଟରେ ଲଣ୍ଡନର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଖେଳାଯାଇଥିଲା। ଏହାର ଫାଇନାଲରେ!-->…
ଆମାଜନ୍ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୪ଜଣ ପିଲା ମୃତ ମା’ଙ୍କ ବିଷୟରେ କହିଲେ
ନୂଆଦିଲ୍ଲୀ: ମଇ ପହିଲାରେ କଲମ୍ବିଆର ଆମାଜନ୍ ଜଙ୍ଗଲରେ ଏକ କ୍ଷୁଦ୍ର ବିମାନ ଦୁର୍ଘଟଣାଗସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଏଥିରେ ଥିବା ୪ ଜଣ ଶିଶୁ ସୌଭାଗ୍ୟବଶତଃ ବଞ୍ଚିଯାଇଥିଲେ ଓ ସେମାନଙ୍କୁ ଦୁର୍ଘଟଣାର ୪୦ ଦିନ ପରେ ଉଦ୍ଧାର କରାଯାଇଥିଲା। ଏହି!-->…