Browsing Category

ଦେଶ

ଶୁଖିଲା ରୁଟି ଖାଇ ହେଉନାହିଁ, କୁରକୁରେ ଆଉ ବିସ୍କୁଟ ଖାଇବାକୁ ଦିଆଯାଉ: ମୁଖତାର

ଲଖନଉ: ଉତ୍ତରପ୍ରଦେଶର ବାନ୍ଦା ଜେଲରେ ବନ୍ଦୀ ଭାବେ ଥିବା ମାଫିଆ ଡନ୍ ମୁଖତାର ଅନସାରୀ ଖାଦ୍ୟ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଏ ବାବଦରେ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି ବେଳେ ସେ କୋର୍ଟରେ ନିବେଦନ କରିଛି ଯେ ତାଙ୍କୁ ଜେଲରେ କୁରକୁରେ ଏବଂ ବିସ୍କୁଟ ଖାଇବାକୁ ଦିଆଯାଉ |…

ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଭେଟିଲେ ଶରଦ ପାୱାର, ବିଜେପି ଦେଲା ବଡ଼ ବୟାନ

ମୁମ୍ବାଇ : ବିରୋଧୀ ମେଣ୍ଟକୁ ନେଇ ଆଲୋଚନା ଚାଲିଥିବା ବେଳେ ଆଜି ହଠାତ୍‌ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର। ଆଜି ଶ୍ରୀ ପାୱାର ମୁମ୍ବାଇ ସ୍ଥିତ ସିନ୍ଦେଙ୍କ ବାସଭବନରେ ପହଞ୍ଚି ତାଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି।ବୈଠକର…

ଭାରତୀୟ ଆଇ ଡ୍ରପ ପକାଇ ରୋଗୀ କଲବଲ; ଶ୍ରୀଲଙ୍କାର ୩୫ ଜଣଙ୍କ ସଂକ୍ରମଣ ବଢ଼ିଗଲା

କଲମ୍ବୋ :ଆଇ ଡ୍ରପ ପକାଇଲେ ବଢ଼ୁଛି ସଂକ୍ରମଣ। ଆଖି ଭଲ ହେବା ପରିବର୍ତ୍ତେ ଅଧିକ ମାଡ଼ି ଯାଉଛି ବ୍ୟାକ୍ଟେରିଆ। ଫଳରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ । ଭାରତୀୟ ଆଇ ଡ୍ରପ ବିରୋଧରେ ଏପରି ସାଂଘାତିକ ଅଭିଯୋଗ ପଡ଼ୋଶୀ ଦେଶ ଶ୍ରୀଲଙ୍କାରୁ ଆସିଛି।ଭାରତୀୟ ଆଇ ଡ୍ରପ ପକାଇ ଶ୍ରୀଲଙ୍କାର ୩୫…

ଚଳିତ ଆର୍ଥିକ ବର୍ଷରୁ ମହିଳାଙ୍କୁ ମିଳିବ ମୁଣ୍ଡପିଛା ୨ ହଜାର ଟଙ୍କା, ବସ୍‌ ଯାତ୍ରା ମାଗଣା

ବେଙ୍ଗାଲୁରୁ : ଲୋକେ ମତଦାନ କରି କ୍ଷମତାରେ ବସାଇଥିବାରୁ ସମସ୍ତ ୫ ପ୍ରତିଶ୍ରୁତିକୁ ଚଳିତ ଆର୍ଥିକ ବର୍ଷ ହିଁ ପୂରଣ କରିବ କର୍ଣ୍ଣାଟକାରେ କ୍ଷମତାସୀନ କଂଗ୍ରେସ ସରକାର। ଏ ବାବଦରେ କଂଗ୍ରେସ ପକ୍ଷରୁ ସବୁକିଛି ସ୍ପଷ୍ଟ କରାଯାଇଛି। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି, ଲୋକଙ୍କୁ କଂଗ୍ରେସ…

ମଣିପୁର ହିଂସା: ଏଯାଏଁ ଗଲାଣି ୯୮ ଜୀବନ, ୩୦୦ ଆହତ; ଫେରୁଛି ଶାନ୍ତି

ଇମ୍ଫାଲ: ମଣିପୁରରେ ଦେଖାଦେଇଥିବା ଦୁଇଗୋଷ୍ଠୀ ମଧ୍ୟ ସଂଘର୍ଷରେ ଏ ପର୍ଯ୍ୟନ୍ତ ପ୍ରାୟ ୯୮ ଲୋକଙ୍କ ଜୀବନ ଗଲାଣି, ଯେତେବେଳେ କି ୩୦୦ ଆହତ ହୋଇଛନ୍ତି। ୧୦ ଜିଲ୍ଲାର ଏକ ଆଦିବାସୀ ଗୋଷ୍ଠୀ ମେ ୩ ତାରିଖରେ ଅଣଆଦିବାସୀ ଗୋଷ୍ଠୀକୁ ବିରୋଧ କରି ଅନୁସୂଚିତ ଜାତି ଷ୍ଟାଟର୍ସ ଦେବା ପାଇଁ ଦାବି କରିବା…

ରେସଲରଙ୍କ ସମର୍ଥନରେ ବାହାରିଲା ୧୯୮୩ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳ

ନୂଆଦିଲ୍ଲୀ :ନ୍ୟାୟ ପାଇଁ ଦିଲ୍ଲୀ ଯନ୍ତରମନ୍ତରରେ ଲଢ଼େଇ କରୁଥିବା ଦେଶର ଷ୍ଟାର ରେସଲରମାନଙ୍କ ସମର୍ଥନରେ ବାହାରିଛି ୧୯୮୩ ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରିକେଟ ଦଳ। ଆନ୍ଦୋଳନ ରତ ରେସଲରମାନଙ୍କୁ ଅସମ୍ମାନ କରାଯିବାକୁ ଟିମ୍‌ ସଦସ୍ୟମାନେ ଘୋର ନିନ୍ଦା କରିଛନ୍ତି। ଦିଲ୍ଲୀ ପୁଲିସ ରେସଲରଙ୍କ…

ଘରେ ପତ୍ନୀଙ୍କୁ ଭେଟିପାରିବେ ମନୀଷ ସିସୋଦିଆ, କୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ :ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ ଆଦ୍‌ମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ଅନ୍ତରୀଣ ଆଶ୍ୱସ୍ତି ମିଳିଛି। ତାଙ୍କୁ ଆସନ୍ତାକାଲି ସକାଳ ୧୦ଟାରୁ ଅପରାହ୍ନ ୫ଟା ଭିତରେ ଘରକୁ ଯାଇ ପତ୍ନୀକୁ ଭେଟି ପାରିବାର ଅନୁମତି ମିଳିଛି। ତେବେ ଏହି ସମୟରେ ସେ ଇଣ୍ଟରନେଟ୍ ବ୍ୟବହାର…

ନିଜ ଅପରେଟରଙ୍କୁ ମାରିଦେଲା କୃତ୍ରିମ ବୁଦ୍ଧି ପରିଚାଳିତ ଡ୍ରୋନ !

ନୂଆଦିଲ୍ଲୀ : କୃତ୍ରିମ ବୁଦ୍ଧି ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଣିଷ ସଭ୍ୟତା ପାଇଁ ଆଣବିକ ଯୁଦ୍ଧ ପରି ବିପଜ୍ଜନକ ବୋଲି ବିଶେଷଜ୍ଞମାନେ ଯାହା କହିଛନ୍ତି ତାହା ଭୁଲ ନୁହେଁ। ଏବେ ଏପରି ଏକ ଘଟଣା ଘଟିଛି। କୃତ୍ରିମ ବୁଦ୍ଧି ପରିଚାଳିତ ଏକ ଡ୍ରୋନ ତାହାର ପରୀକ୍ଷଣ ବେଳେ ନିଜ ଅପରେଟରଙ୍କୁ…

ଘରକୁ ଫେରିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ନୂଆଦିଲ୍ଲୀ : ଦିଲ୍ଲୀରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ଗିରଫ ଦାବିରେ ଆନ୍ଦୋଳନ ଚଲାଇଥିବା କୁସ୍ତିଯୋଦ୍ଧାମାନେ ଶେଷରେ ଘରକୁ ଫେରିଛନ୍ତି। କେବଳ ସାକ୍ଷୀ ମଲ୍ଲିକ ଏକମାତ୍ର ଆନ୍ଦୋଳନକାରୀ ଭାବେ ଦିଲ୍ଲୀରେ ରହିଛନ୍ତି।…

୮୦ ଦଶକ ଟିପ୍ପଣୀ ପାଇଁ ଅଡ଼ୁଆରେ ରାହୁଲ…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତାଙ୍କର ଏକ ଟିପ୍ପଣୀ ଦ୍ବାରା ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଥିବା ଚର୍ଚ୍ଚା ହେଉଛି। କାଲିଫର୍ଣ୍ଣିଆରେ ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍‌ବୋଧନ ଦେଇ ରାହୁଲ କହିଛନ୍ତି, ‘୧୯୮୦ ଦଶକରେ ଦେଶରେ ଦଳିତମାନଙ୍କ ସ୍ଥିତି ଯେଭଳି ଦୟନୀୟ ଥିଲା ଏବେ…