୮୦ ଦଶକ ଟିପ୍ପଣୀ ପାଇଁ ଅଡ଼ୁଆରେ ରାହୁଲ…

add-all

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତାଙ୍କର ଏକ ଟିପ୍ପଣୀ ଦ୍ବାରା ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଥିବା ଚର୍ଚ୍ଚା ହେଉଛି। କାଲିଫର୍ଣ୍ଣିଆରେ ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍‌ବୋଧନ ଦେଇ ରାହୁଲ କହିଛନ୍ତି, ‘୧୯୮୦ ଦଶକରେ ଦେଶରେ ଦଳିତମାନଙ୍କ ସ୍ଥିତି ଯେଭଳି ଦୟନୀୟ ଥିଲା ଏବେ ଦେଶର ମୁଲମାନଙ୍କ ସ୍ଥିତି ଠିକ୍‌ ସେମିତି ରହିଛି। ରାହୁଲ କହିଛନ୍ତି, ଆଜି ଆପଣମାନେ (ମୁସଲମାନ) ଯେଭଳି ଅନୁଭବ କରୁଛନ୍ତି, ୧୯୮୦ ଦଶକରେ ଶିଖ୍‌, ଖ୍ରିଷ୍ଟିଆନ, ଦଳିତ ଏବଂ ଆଦିବାସୀମାନେ ମଧ୍ୟ ଠିକ୍‌ ସେମିତି ଅନୁଭବ କରୁଥିଲେ।
ସୂଚନାଯୋଗ୍ୟ, ୧୯୮୦ ଦଶକରେ ତାଙ୍କ ଜେଜେ ମା’ ଇନ୍ଦିରା ଗାନ୍ଧି ଏବଂ ତାଙ୍କ ବାପା ରାଜୀବ ଗାନ୍ଧି ଦେଶର ପ୍ରଧାନମନ୍ତ୍ରୀ ଥିଲେ। ତେବେ ରାହୁଲ ଏହା ସ୍ମରଣ ରଖିନପାରି ସେହି ସମୟରେ ଦଳିତମାନେ ଏକ ଭୟ, ଅସମ୍ମାନ ଓ ଆତଙ୍କଜନକ ସ୍ଥିତିରେ ଥିବା ଚିତ୍ର ପ୍ରଦାନ କରିବାକୁ ପ୍ରୟାସ କରିଥିଲେ। ରାହୁଲ ମଧ୍ୟ ଆମେରିକାରେ ନୂଆ ସଂସଦ ଭବନକୁ ଉପହାସ କରିଛନ୍ତି। ରାହୁଲ କହିଛନ୍ତି, ନୂଆ ସଂସଦ ଭବନ କିଛି ନୁହେଁ, ଏହା କେବଳ ଏକ ବାହାନା। ବୈଦିକ ରୀତିନୀତି ଅନୁଯାୟୀ ରାଜଦଣ୍ଡ(ସେଙ୍ଗୋଲ) ସ୍ଥାପନକୁ ମଧ୍ୟ ଏକ ପ୍ରହସନ ବୋଲି ରାହୁଲ କହିଛନ୍ତି। ଭାରତ ଯୋଡ଼ୋ ଯାତ୍ରାକୁ ବିଜେପି ପୂରା ବିଫଳ କରିବାକୁ ଚେଷ୍ଟା କରିଥିଲା ବୋଲି ମଧ୍ୟ ରାହୁଲ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.