Browsing Category

ଦେଶ

‘ହିନ୍ଦୀ ଭାଷା ଲୋକେ ଗୁପଚୁପ ବିକନ୍ତି’- ନିଜ ମନ୍ତବ୍ୟ ନେଇ ସ୍ପଷ୍ଟ କଲେ ତାମିଲନାଡ଼ୁ ମନ୍ତ୍ରୀ

ଚେନ୍ନାଇ: ପୁଣି ଥରେ ତେଜିଲା ଭାଷା ବିବାଦ। ମୁହାଁମୁହିଁ ହେଲା ଉତ୍ତର ଓ ଦକ୍ଷିଣ ଭାରତ। ତାମିଲନାଡ଼ୁ ଉଚ୍ଚ ଶିକ୍ଷା ମନ୍ତ୍ରୀ କେ ପୋନମୁଡି ହିନ୍ଦୀ ଭାଷା ଉପରେ ଦେଇଥିବା ବୟାନ ବିବାଦୀୟ ମୋଡ଼ ନେବା ପରେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ହିନ୍ଦୀ ଭାଷା କହୁଥିବା ଲୋକେ ଗୁପଚୁପ୍‌ ବିକୁଥିବା…

କଂଗ୍ରେସ ଛାଡ଼ିଲେ ସୁନୀଲ ଝାକର

ଚଣ୍ଡିଗଡ଼: ରାଜସ୍ଥାନର ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର ଚାଲିଥିବା ବେଳେ ପଞ୍ଜାବରେ ଦଳକୁ ଲାଗିଛି ଝଟକା । ହାତ ଛାଡ଼ିଛନ୍ତି ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଝାକର । ଏନେଇ ସେ ନିଜେ ଘୋଷଣା କରିବା ସହ ପାର୍ଟିକୁ ଗୁଡ୍‌ ଲକ୍‌ ଓ ଗୁଡ୍‌ ବାଏ କହିଛନ୍ତି। ଫେସବୁକ୍‌ର ଏକ ଲାଇଭ…

ପ୍ରଧାନମନ୍ତ୍ରୀ ମୋଦୀ ନିଜ ଲାଭ ପାଇଁ କଶ୍ମୀରୀ ପଣ୍ଡିତମାନଙ୍କୁ ବ୍ୟବହାର କରୁଛନ୍ତି: ମୃତ କଶ୍ମୀରୀ ପଣ୍ଡିତଙ୍କ ପତ୍ନୀ

ଶ୍ରୀନଗର: ଗତକାଲି ଆତଙ୍କବାଦୀମାନେ ବଡ଼ଗାମ୍‌ ଜିଲ୍ଲା ଅନ୍ତର୍ଗତ ଚାଦୂରା ଗ୍ରାମରେ ଥିବା ତହସିଲ୍‌ଦାର୍‌ଙ୍କ ଅଫିସ୍‌ରେ ବଳପୂର୍ବକ ପ୍ରବେଶ କରି କଶ୍ମୀରୀ ପଣ୍ଡିତ ରାହୁଲ୍‌ ଭଟଙ୍କୁ ହତ୍ୟା କରିଥିଲେ। କଶ୍ମୀରୀ ପଣ୍ଡିତଙ୍କ ଥଇଥାନ ନେଇ ଦାବି କରାଯାଉଥିବା ବେଳେ ଏଭଳି କଶ୍ମୀରୀ ପଣ୍ଡିତଙ୍କୁ…

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ ସଚଳ କରିବାକୁ ଚାହାନ୍ତି ନୂଆ ମାଲିକ ଏଲନ ମସ୍କ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ ବ୍ୟାନ୍‌ ହୋଇ ସାରିଥିବା ବେଳେ ଏହାକୁ ରିଷ୍ଟୋର୍‌(ପୁଣି ଥରେ ଚଳାଇବାକୁ) ଇଚ୍ଛା ପ୍ରକାଶ କରିଛନ୍ତି ଟ୍ବିଟର୍‌ର ନୂଆ ମାଲିକ ଏଲନ୍‌ ମସ୍କ। କମ୍ପାନିର କିଛି ନୀତି ଉଲ୍ଲଂଘନ କରିବା ପରେ…

କଶ୍ମୀରରେ ୩ ସରକାରୀ କର୍ମଚାରୀ ବହିଷ୍କୃତ : ସରକାରଙ୍କଠାରୁ ଦରମା ନେଉଥିଲେ କିନ୍ତୁ ଆତଙ୍କବାଦୀଙ୍କ ପାଇଁ କାମ କରୁଥିଲେ

ଶ୍ରୀନଗର : ଆତଙ୍କବାଦୀଙ୍କୁ ସହାୟତା କରୁଥିବା ଅଭିଯୋଗରେ ତିନିଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ଜମ୍ମୁ ଓ କଶ୍ମୀର ସରକାର । ସେମାନେ ହେଲେ ଅଲତାଫ୍ ହୁସେନ ପଣ୍ଡିତ୍, ମହମ୍ମଦ ମକବୁଲ ହଜାମ ଓ ଗୁଲାମ ରସୁଲ ।ପଣ୍ଡିତ୍ କଶ୍ମୀର ବିଶ୍ବ ବିଦ୍ୟାଳୟରେ କେମିଷ୍ଟ୍ରି…

୨ ବରିଷ୍ଠ ଅଧିକାରୀଙ୍କୁ ବିଦା କଲେ ଟ୍ୱିଟର ସିଇଓ

ନ୍ୟୁୟର୍କ: ପୂର୍ବ ଆକଳନ ସତ ହେଲା । ୨ ବରିଷ୍ଠ ଅଧିକାରୀଙ୍କୁ ବାହାର ରାସ୍ତା ଦେଖାଇଲା ଟ୍ୱିଟର । ଏଲନ ମସ୍କ ଟ୍ୱିଟରର ନୂଆ ମାଲିକ ହେବା ପରେ ସେ ବହୁ କର୍ମଚାରୀଙ୍କୁ ବାହାର ରାସ୍ତା ଦେଖାଇବେ ବୋଲି ପୂର୍ବାନୁମାନ କରୁଥିଲେ ବିଶେଷଜ୍ଞ। ଏହା ଏବେ ସତରେ ପରିଣତ ହୋଇଛି। ବିଦା ହୋଇଥିବା ୨…

ଦାୟିତ୍ୱ ନେବା ମାତ୍ରେ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ

କଲମ୍ବୋ: ଆର୍ଥିକ ସଙ୍କଟ ଓ ଅସ୍ଥିରତା ମଧ୍ୟରେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଦାୟିତ୍ୱ ନେବା ମାତ୍ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ତାଙ୍କ କାର୍ଯ୍ୟକାଳ ସମୟରେ ସେ ଭାରତ ଓ ଶ୍ରୀଲଙ୍କା…

ଦାଉଦ ଗ୍ୟାଙ୍ଗ ଉପରେ ଏନଆଇଏର ଷ୍ଟ୍ରାଇକ, ଛୋଟା ଶକିଲର ଦୁଇ ସହଯୋଗୀ ଗିରଫ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ୍‌ର ସହଯୋଗୀଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)ର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହିକ୍ରମରେ ଦାଉଦ ଗ୍ୟାଙ୍ଗରେ ସାମିଲ ଥିବା ଛୋଟା ଶକିଲର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ଏନଆଇଏ। ଗିରଫ ଦୁଇ ଅଭିଯୁକ୍ତ ହେଲେ ଆରିଫ ଅବୁବକର ଶେଖ(୫୯)…

ନିଟ ପିଜି ପରୀକ୍ଷା ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୋଷ୍ଟଗ୍ରାଜ୍ୟୁଏଟ ମେଡିକାଲ ପ୍ରବେଶିକା ପରୀକ୍ଷା ବା ନିଟ୍‌ ପିଜି ପରୀକ୍ଷା ୨୦୨୨କୁ ସ୍ଥଗିତ ରଖିବା ପାଇଁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହି ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ବିଭିନ୍ନ ସଂଗଠନ ଆନ୍ଦୋଳନ କରିଥିଲେ। ତେବେ ପରୀକ୍ଷା ପାଇଁ…

ଆପ୍ ବିଧାୟକଙ୍କ ଗିରଫଦାରୀ ବିରୋଧରେ ଦୋକାନ ବଜାର ବନ୍ଦ

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌)ର ବିଧାୟକ ଅମାନତୁଲ୍ଲା ଖାନଙ୍କ ଗିରଫଦାରୀ ପ୍ରତିବାଦରେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଆଜି ଦୋକାନ ବଜାର ବନ୍ଦ କରାଯାଇଛି। ଅମାନତୁଲ୍ଲାଙ୍କ ପତ୍ନୀ ଶାଫିଆ ଖାନ ଓଖଲାର ବ୍ୟବସାୟୀମାନଙ୍କୁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ଦୋକାନ ନ…