Browsing Category

ଦେଶ

ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି ହେଲା ଭଳି ଖବର ପରିବେଷଣ କରି ଅଡ଼ୁଆରେ ସାମ୍ବାଦିକ ଅମନ ଚୋପ୍ରା

ଜୟପୁର: ଗିରଫ ହେବେ ସାମ୍ବାଦିକ ଅମନ ଚୋପ୍ରା। ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି ହେଲା ଭଳି ଖବର ପରିବେଷଣ କରି ଅଡ଼ୁଆରେ ଜାତୀୟ ଗଣମାଧ୍ୟମର ଚର୍ଚ୍ଚିତ ସାମ୍ବାଦିକ ଅମନ ଚୋପ୍ରା। ଅମନଙ୍କକୁ ଗିରଫ କରିବା ପାଇଁ ନୋଏଡାରେ ଡେରା ପକାଇଛି ରାଜସ୍ଥାନ ପୁଲିସ। ସାମ୍ପ୍ରଦାୟିକ ଶତ୍ରୁତା ସୃଷ୍ଟି ପାଇଁ…

ହିମାଚଳ ପ୍ରଦେଶ ବିଧାନସଭା ଗେଟ୍‌ ଓ ପାଚେରୀରେ ଉଡ଼ିଲା ଖଲିସ୍ତାନୀ ପତାକା

ଧର୍ମଶାଳା: ହିମାଚଳ ପ୍ରଦେଶ ବିଧାନସଭାର ମୁଖ୍ୟ ଫାଟକ ଓ ପାଚେରୀରେ ଆଜି ଖଲିସ୍ତାନୀ ପତାକା ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା। ଏହା ସହିତ ପାଚେରୀରେ ଖଲିସ୍ତାନ ସମର୍ଥରେ ସ୍ଲୋଗାନ ଲେଖାଯାଇଥିଲା। ପତାକା ଗୁଡ଼ିକୁ ପୁଲିସ୍ ଖୋଲି ଦେଇଥିବା ବେଳେ ସ୍ଲୋଗାନ ଗୁଡ଼ିକୁ ଲିଭାଇ ଦିଆଯାଇଛି।ପୁଲିସ…

ରାଣା ଦମ୍ପତିଙ୍କ ପାଇଁ ପୁଣି ବଢ଼ିଲା ଅଡ଼ୁଆ

ମୁମ୍ବାଇ: ହନୁମାନ ଚାଳିଶା ପାଠ ମାମଲାକୁ ଜାମିନରେ ଆସିଥିବା ରାଣା ଦମ୍ପତିଙ୍କ ପାଇଁ ପୁଣି ବଢ଼ିଲା ଅଡ଼ୁଆ। ମହାରାଷ୍ଟ୍ର ସରକାର ଏମପି ନବନୀତି ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିପାରନ୍ତି। ଦେଶଦ୍ରୋହ ମାମଲାରେ ଗିରଫ ହୋଇ ନିକଟରେ…

ୟୁକ୍ରେନ୍‌ର ସ୍କୁଲ ଉପରେ ରୁଷର ବୋମା ମାଡ଼: ୬୦ ମୃତ

କିଭ୍‌: ୟୁକ୍ରେନ୍ ଉପରେ ଆକ୍ରମଣକୁ ଅଧିକ ଯୋରଦାର କରିଛି ରୁଷ। ପୂର୍ବ ୟୁକ୍ରେନ୍‌ର ଲୁହାନ୍ସକ୍‌ରେ ଏକ ସ୍କୁଲ ଉପରେ ବୋମା ମାଡ଼ କରିବାରୁ ୬୦ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ସ୍ଥାନୀୟ ରାଜ୍ୟପାଳ ଏହା କହିଛନ୍ତି। ରାଜ୍ୟପାଳ ସେରହିୟ ଗାଇଡାଇ କହିଛନ୍ତି ଯେ, ରୁଷର ସୈନ୍ୟମାନେ ଶନିବାର…

୨ ବର୍ଷ ପରେ ଭକ୍ତଙ୍କ ଲାଗି ଖୋଲିଲା ବଦ୍ରିନାଥ ମନ୍ଦିର

ବଦ୍ରିନାଥ: ବଦ୍ରିନାଥ ଦର୍ଶନ ଲାଗି ଖୋଲିଲା ମନ୍ଦିରର ଦ୍ୱାର। ୨ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ବଦ୍ରିନାଥରେ ପ୍ରଭୁଙ୍କୁ ଦର୍ଶନ ଲାଗି ଭକ୍ତଙ୍କ ପାଇଁ ମନ୍ଦିରର ଦ୍ୱାର ଖୋଲାଯାଇଛି । ଆଜି ଗଙ୍ଗା ସପ୍ତମୀ ଅବସରରରେ ସକାଳ ୬ଟା ୧୫ମିନିଟ୍ ରେ ପୂଜାର୍ଚ୍ଚନା ଓ ମନ୍ତ୍ରପାଠ ସହ ମନ୍ଦିରର…

ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲା: ମମତା ବାନାର୍ଜୀଙ୍କ ପୁତୁରାବୋହୂଙ୍କ ନାଁରେ ଗିରଫ ପର୍‌ୱାନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ କ‌ୋଇଲା ଚୋରା ଚାଲାଣ ମାମଲାରେ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରାବୋହୂ ରୁଜିରା ବାନାର୍ଜୀଙ୍କ ନାଁରେ ଦିଲ୍ଲୀର ଏକ ଅଦାଲତ ଆଜି ଗିରଫ ପର୍‌ୱାନା ଜାରି କରିଛନ୍ତି। ଅବଶ୍ୟ ଏହି ଗିରଫ…

ଉନ୍ନତ ଭିତ୍ତିଭୂମି ଯୋଗୁଁ ଚୀନ ସେନା ସହଜରେ ଆମ ସୀମାରେ ପହଞ୍ଚିପାରୁଛି : ରାଜନାଥ

ନୂଆଦିଲ୍ଲୀ : ଉତ୍ତରାଞ୍ଚଳ ସେକ୍ଟରରେ ଚୀନ ସେନାର ଉପସ୍ଥିତି ସମ୍ପର୍କରେ ଭାରତ ଅବଗତ ଅଛି । ଉନ୍ନତ ନିର୍ମାଣ ପ୍ରଯୁକ୍ତି ବ୍ୟବହାର କରି ସେମାନଙ୍କ ପଟେ ହୋଇଥିବା ଭିତ୍ତିଭୂମି ବିକାଶ ଯୋଗୁଁ ସେମାନେ ସହଜରେ ହିମାଳୟ ପାର୍ବତ୍ୟାଞ୍ଚଳରେ ପହଞ୍ଚିପାରୁଛନ୍ତି ।ଆମ ପଟେ ମଧ୍ୟ ଉନ୍ନତ ଟେକନଲୋଜୀ…

ଦିଲ୍ଲୀ ଦଙ୍ଗା ମାମଲାରେ ଆପର ପୂର୍ବତନ କାଉନସିଲର ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ତାହିର ହୁସେନ ଦିଲ୍ଲୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ। ଦିଲ୍ଲୀର ଏକ କୋର୍ଟ ଗତକାଲି ଶୁଣାଣି କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ଅନ୍ୟ ୫ ଜଣ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀ ଦଙ୍ଗା ହଠାତ୍ ହୋଇନଥିଲା ବରଂ ଏହା ଏକ ସୁନିୟୋଜିତ ଷଡଯନ୍ତ୍ର…

କେରଳ ଏବେ ଇସଲାମିକ ଆତଙ୍କବାଦର ଏନ୍ତୁଡିଶାଳ: ଜେପି ନଡ୍ଡା

କୋଝିକୋଡ଼: କେରଳରେ କ୍ଷମତାସୀନ ବାମପନ୍ଥୀ ସରକାର ଇସଲାମିକ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅଭିଯୋଗ କରିଛନ୍ତି। ଏଥିସହ କେରଳ ବାମପନ୍ଥୀ ସରକାରଙ୍କ ଶାସନ କାଳରେ ଇସଲାମିକ ଆତଙ୍କବାଦର ଏନ୍ତୁଡିଶାଳ ହୋଇଗଲାଣି ବୋଲି ସେ କହିଛନ୍ତି।କେରଳର…

ଶ୍ରୀଲଙ୍କାରେ ପୁଣି ଜରୁରୀ ପରିସ୍ଥିତି ଘୋଷଣା

କଲମ୍ବୋ: ଶ୍ରୀଲଙ୍କାରେ ପୁଣି ଘୋଷଣା ହେଲା ଏମରଜେନ୍ସି। ସରକାର ବିରୋଧୀ ବିରୋଧର ମୁକାବିଲା ପାଇଁ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଶୁକ୍ରବାର ଦିନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପାଞ୍ଚ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପୁଲିସ ଓ ସୁରକ୍ଷାବାହିନୀକୁ ସ୍ୱତନ୍ତ୍ର…