ରାଣା ଦମ୍ପତିଙ୍କ ପାଇଁ ପୁଣି ବଢ଼ିଲା ଅଡ଼ୁଆ

add-all

ମୁମ୍ବାଇ: ହନୁମାନ ଚାଳିଶା ପାଠ ମାମଲାକୁ ଜାମିନରେ ଆସିଥିବା ରାଣା ଦମ୍ପତିଙ୍କ ପାଇଁ ପୁଣି ବଢ଼ିଲା ଅଡ଼ୁଆ। ମହାରାଷ୍ଟ୍ର ସରକାର ଏମପି ନବନୀତି ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିପାରନ୍ତି। ଦେଶଦ୍ରୋହ ମାମଲାରେ ଗିରଫ ହୋଇ ନିକଟରେ ଜାମିନରେ ଆସିଛନ୍ତି ଏହି ଦମ୍ପତି। ହେଲେ ଉଭୟଆ କୋର୍ଟଙ୍କ ଜାମିନ ସର୍ତ୍ତକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ରାଣା ଦମ୍ପିତିଙ୍କ ବିରୋଧରେ ସରକାରୀ ଓକିଲ ଅଦାଳତ ଅବମାନରା ମାମଲା ରୁଜୁ କରିପାରନ୍ତି। ସେ କହିଛନ୍ତି ଯେ, ଅଭିଯୁକ୍ତ ହନୁମାନ ଚାଳିଶା ମାମଲାକୁ ନେଇ ପ୍ରେସରେ ବିବୃତ୍ତି ବାବଦରେ କୋର୍ଟ ବାରଣ କରିଥିଲେ। କୋର୍ଟଙ୍କ ସର୍ତ୍ତ ସତ୍ତ୍ୱେ ଏମପି ନବନୀତ ରାଣା ଗଣମାଧ୍ୟମକୁ ବିବୃତ୍ତି ଦେଇଥିଲେ। ନବନୀତି ରାଣା ଉଦ୍ଧବ ଠାକରେଙ୍କୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ, ଯେକୌଣସି ବିଧାନସଭାକ୍ଷେତ୍ରରୁ ଉଦ୍ଧବଠାକରେଙ୍କୁ ପ୍ରତିଦ୍ୱନ୍ଦିତା କରିବାକୁ ମୁଁ ଚାଲେଞ୍ଚ କରୁଛି। ମୁଁ ଆପଣଙ୍କ ବିରୋଧରେ ଛିଡ଼ା ହେବି। ଆପଣ ଦେଖିବେ ମହିଳାଙ୍କ ଶକ୍ତି କେତେ ? ମୁଁ ଠାକରେ ସରକାରଙ୍କୁ ପଚାରିବାକୁ ଚାହୁଁଛି, ମୁଁ କଣ ଭୁଲି କରଥିଲି। ଯେଉଁଥି ପାଇଁ ମୁଁ ଦଣ୍ଡ ପାଇଲି। ହୁମାନ ଚାଳିଶା ପାଠ କରିବା କଣ ଅପରାଧକି ? ଯଦି ହଁ ତେବେ ମୁଁ ଜେଲ ଯିବାକୁ ପ୍ରସ୍ତୁତ ଅଛି। କେବଳ ୧୪ ଦିନ ନୁହେଁ ୧୪ ବର୍ଷ ଜେଲ ଯିବାକୁ ପ୍ରସ୍ତୁତ ଅଛି। ବାଇକୁଲା ଜେଲରୁ ଜାମିନରେ ମୁକ୍ତି ହେବା ପରେ ନବନୀତି ଲୀଳାବତି ହସପିଟାଲରେ ଭର୍ତ୍ତି ହୋଇଥିଲେ।
ଜେଲରେ ଥିଲା ବେଳେ ଉଚ୍ଚ ରକ୍ତଚାପ, ଛାତି ଯନ୍ତ୍ରଣାଓ ଦେହ ଯନ୍ତଣା ନେଇ ଅଭିଯୋଗ କରିଥିଲେ ନବନୀତି। ଜେଲେରେ ଥିବା ବେଳେ ତାଙ୍କୁ ଡାକ୍ତରୀ ଚିକିତ୍ସାରେ ଅବହେଳା କରାଯାଇଥିବା ସେ ଅଭିଯୋଗ କରିଥିଲେ। । ଯଦି ନବନୀତିଙ୍କର କିଛି ହୋଇଯାଏ ତେବେ ରାଜ୍ୟ ସରକାର ଦାୟୀ ରହିବେ ବୋଲି ତାଙ୍କ ଓକିଲ କହିଥିଲେ।
ସୂଚନା ଅନୁଯାୟୀ, ଗିରଫର ୧୧ ଦିନ ପରେ ମହାରାଷ୍ଟ୍ରର ସାଂସଦ-ବିଧାୟକ ଦମ୍ପତି ନବନୀତ ଓ ରବି ରାଣାଙ୍କୁ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ନବନୀତ ଭାୟଖଲା ମହିଳା ଜେଲରୁ ମୁକୁଳି ଥିବା ବେଳେ ରବି ରାଣା ତଲୋଜା ଜେଲରୁ ମୁକୁଳିଛନ୍ତି। ତେବେ ଜାମିନ ନିମନ୍ତେ ଅଦାଲତ ରଖିଥିବା ସର୍ତ୍ତାବଳିଗୁଡ଼ିକ ହେଉଛି: ଦମ୍ପତି ତଦନ୍ତକ୍ରିୟାରେ ବାଧା ଦେବେ ନାହିଁ କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ।
ସେମିତି ହେଲେ ମଞ୍ଜୁର ‌ହୋଇଥିବା ଜାମିନ ଖାରଜ ହୋଇଯିବ। ପ୍ରତ୍ୟେକ ୫୦,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକା ଦାଖଲ କରିବେ। ଏହା ବ୍ୟତିରେକେ, ସେମାନେ ଗଣମାଧ୍ୟମକୁ କ‌ୌଣସି କଥା କହିବାରୁ ନିବୃତ୍ତ ରହିବେ। ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଏପ୍ରିଲ୍‌ ୨୩ ତାରିଖ ଦିନ ଖାର୍‌ ଥାନା ପୁଲିସ ଗିରଫ କରିଥି‌ଲା। ସେମାନେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବ୍ୟକ୍ତିଗତ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବେ ବୋଲି ଘୋଷଣା କରିଥିଲେ। ଏଥିଯୋଗୁଁ ସଦ୍‌ଭାବନା ଉଲ୍ଲଂଘନ ହେବା ଓ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ପୁଲିସ ଏଭଳି ପଦକ୍ଷେପ ଗ୍ରହଣ କରିଥିଲା।

ad-week
Leave A Reply

Your email address will not be published.