ୟୁକ୍ରେନ୍‌ର ସ୍କୁଲ ଉପରେ ରୁଷର ବୋମା ମାଡ଼: ୬୦ ମୃତ

add-all

କିଭ୍‌: ୟୁକ୍ରେନ୍ ଉପରେ ଆକ୍ରମଣକୁ ଅଧିକ ଯୋରଦାର କରିଛି ରୁଷ। ପୂର୍ବ ୟୁକ୍ରେନ୍‌ର ଲୁହାନ୍ସକ୍‌ରେ ଏକ ସ୍କୁଲ ଉପରେ ବୋମା ମାଡ଼ କରିବାରୁ ୬୦ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ସ୍ଥାନୀୟ ରାଜ୍ୟପାଳ ଏହା କହିଛନ୍ତି। ରାଜ୍ୟପାଳ ସେରହିୟ ଗାଇଡାଇ କହିଛନ୍ତି ଯେ, ରୁଷର ସୈନ୍ୟମାନେ ଶନିବାର ଅପରାହ୍ନରେ ବିଲୋହରିବକ‌ାରେ ଥିବା ଏକ ସ୍କୁଲରେ ବୋମା ମାଡ଼ କରିଛନ୍ତି। ଯେଉଁଠି ୯୦ ଜଣ ଲୋକେ ଆଶ୍ରୟ ନେଇଥିଲେ। ଏହି ବୋମା ମାଡ଼ରେ ସ୍କୁଲ ବିଲଡିଂ ନଷ୍ଟ ହେବା ସହ ୬୦ ଜଣଙ୍କର ମୃତ୍ୟୁ ଘଟିଛି। ୪ ଘଣ୍ଟା ଧରି ଏହି ବିଲଡିଂଟି ଜଳିଥିଲା। ଅନ୍ୟମାନ ଜୀବନ୍ତ ଦଗ୍ଦ ହୋଇ ଥିବା ବେଳେ କେବଳ ୨ ଜଣଙ୍କ ମୃତ ଦେହ ମିଳିଛି । ଉକ୍ତ ସ୍କୁଲ ବିଲଡିଂରୁ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି।
ନ୍ୟୁଜ୍ ଏଜେନ୍ସି ଏଏଫପି ଅନୁଯାୟୀ, ଏହି ବିସ୍ଫୋରଣରେ ୬୦ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଗଭର୍ଣ୍ଣର ଆଶଙ୍କା କରିଛନ୍ତି। ସୂଚନାନୁସାରେ, ପୂର୍ବ ୟୁକ୍ରେନର ଲୁହାନ୍ସକ୍‌ ଅଞ୍ଚଳର ବିଲୋହରିବକ‌ା ଗାଁରେ ଥିବା ରୁଷର ସେନା ବୋମା ବିସ୍ଫୋରଣ କରିଥିଲେ। ରୁଷର ଏହି ଭୟଙ୍କର ବିସ୍ଫୋରଣରେ ୬୦ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଅନ୍ୟପକ୍ଷେ ୟୁକ୍ରେନ୍‌ର ଉପକୂଳ ସହର ଓଡ଼େଶାରେ ରୁଷ୍‌ ଆଜି ୪ଟି କ୍ରୁଜ୍‌ ମିସାଇଲ୍‌ ମାଡ଼ କରିଛି। ଖାରକିଭରେ ରୁଷ୍‌ ପୁଣି ବୋମାମାଡ଼ ଆରମ୍ଭ କରିଦେଇଛି।
ଖାରକିଭରେ ରୁଷ୍‌ ପଶ୍ଚିମ ରାଷ୍ଟ୍ରମାନେ ପଠାଇଥିବା ଅସ୍ତ୍ର ଧ୍ୱଂସ କରିଥିବା ଦାବି କରିଛି। ଗତ ୨୪ ଘଣ୍ଟାରେ ରୁଷ୍‌ ଖାରକିଭରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଖାରକିଭରେ ଜଣେ ପ୍ରଖ୍ୟାତ ୟୁକ୍ରେନ୍‌ ଦାର୍ଶନିକଙ୍କ ସ୍ମୃତିରେ ଥିବା ମ୍ୟୁଜିୟମ୍‌କୁ ରୁଷ୍‌ ବୋମାମାଡ଼ କରି ଧ୍ୱଂସ କରିଦେଇଛି। ଏହା ସହ ମାରିୟୁପୋଲ୍‌ର ଆଜବଷ୍ଟଲ୍‌ ଷ୍ଟିଲ୍‌ ପ୍ଲାଣ୍ଟରୁ ଆଜି ପୁଣି ୫୦ ଜଣ ଉଦ୍ଧାର ହୋଇଛନ୍ତି। ଆଗାମୀ ୯ ତାରିଖରେ ରୁଷ୍‌ରେ ବିଜୟ ଦିବସ ଥିବାବେଳେ ଏହା ପୂର୍ବରୁ ରୁଷ୍‌ ମାରିୟୁପୋଲ୍‌ ସଂପୂର୍ଣ୍ଣ ଅକ୍ତିଆର କରିବାକୁ ଚାହିଛି। କେବଳ ଆଜବଷ୍ଟଲ୍‌କୁ ଛାଡ଼ିଦେଲେ ରୁଷ୍‌ ମାରିୟୁପୋଲ୍‌ର ଅନ୍ୟ ସବୁ ଅଞ୍ଚଳକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିସାରିଛି।

ad-week
Leave A Reply

Your email address will not be published.