Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଭାରତ ହେଲା ବିଶ୍ଵର ୪ର୍ଥ ବୃହତ୍ ଅର୍ଥନୀତି
ଜାପାନକୁ ପଛରେ ପକାଇ ଭାରତ ବିଶ୍ଵର ୪ର୍ଥ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି। ଶନିବାର ନୀତି ଆୟୋଗ ସିଇଓ ବି.ବି.ଆର. ସୁବ୍ରମଣ୍ୟମ ଏହି ସୂଚନା ଦେଇଛନ୍ତି। ସେ ନୀତି ଆୟୋଗ ପରିଚାଳନା ପରିଷଦର ୧୦ମ ବୈଠକ ପରେ କହିଥିଲେ ଯେ, ବିଶ୍ଵର ଅର୍ଥନୈତିକ ମାହୋଲ ଭାରତ ପାଇଁ ଅନୁକୂଳ ରହିଛି। ମୁଁ ଏହା!-->…
ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ କୋଭିଡ୍ ସମୀକ୍ଷା ବୈଠକ
ନୂଆଦିଲ୍ଲୀ : ଦେଶରେ ଲଗାତାର କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ଆସନ୍ତା ୨୮ ତାରିଖରେ କୋଭିଡ୍ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିବ । ଏହି ବୈଠକରେ ସମସ୍ତ ରାଜ୍ୟ ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଲୋଚନା କରିବେ ।!-->…
ଦେଶବ୍ୟାପୀ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି, କେରଳରେ ୨୭୩ ଓ ଦିଲ୍ଲୀରେ ୨୩ ଚିହ୍ନଟ
ପୁଣି ଥରେ ଲେଉଟୁଛି କରୋନା। ଧୀରେ ଧୀରେ କରୋନା ସଂକ୍ରମଣ ଦେଶବ୍ୟାପୀ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବାରୁ ସରକାରଙ୍କ ପାଇଁ ଏହା ସତର୍କ ଘଣ୍ଟି ସଦୃଶ ହୋଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।!-->…
କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ଭୁବନେଶ୍ୱର : ଏଥର ସଅଳ ଆସିଲା ମୌସୁମୀ । କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି । ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ କେରଳରେ ମୌସୁମୀ ପାଦ ଥାପିଛି । ୨୦୦୯ ପରେ ଏଥର ସଅଳ ମୌସୁମୀ ଛଇଁଛି । ସାଧାରଣତଃ ଜୁନ ଦ୍ବିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁଥାଏ ।!-->…
୨୦୨୪-୨୫ ପାଇଁ ୮.୨୫%ରେ ଅପରିବର୍ତ୍ତିତ ରହିଲା ଇପିଏଫ ସୁଧହାର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ଉପରେ ୮.୨୫ ପ୍ରତିଶତ ସୁଧ ହାରକୁ ଅନୁମୋଦନ କରିଛନ୍ତି। ଏହା ଫଳରେ, ଇପିଏଫଓ ଏହାର ସାତ କୋଟିରୁ ଅଧିକ ଆକାଉଣ୍ଟଧାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଉପରେ ବାର୍ଷିକ ସୁଧ ଜମା କରିପାରିବ।
!-->!-->!-->…
ଜମ୍ମୁ କଶ୍ମୀରର ପୁଞ୍ଛ ସୀମାନ୍ତରେ କ୍ଷତିଗ୍ରସ୍ତ ପରିବାରକୁ ଭେଟିଲେ ରାହୁଲ ଗାନ୍ଧୀ
ଶ୍ରୀନଗର: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଜମ୍ମୁ କଶ୍ମୀରର ପୁଞ୍ଛ ଗସ୍ତ କରିଛନ୍ତି। ସେ ସୀମାନ୍ତରେ ପାକିସ୍ତାନର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଭେଟିଛନ୍ତି। ଅପେରସନ ସିନ୍ଦୂର ପରେ ପାକିସ୍ତାନର ଗୁଳିବର୍ଷା ଯୋଗୁଁ ପୁଞ୍ଛ ଏବଂ ରାଜୌରୀ ଜିଲ୍ଲାରେ ବ୍ୟାପକ!-->…
ଟିମ୍ ଇଣ୍ଡିଆ ଭାବେ କାର୍ଯ୍ୟ କରିପାରିଲେ, ତେବେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ – ପ୍ରଧାନମନ୍ତ୍ରୀ
ରାଜ୍ୟଗୁଡିକ ଅନ୍ୟୁନ ଗୋଟିଏ ପର୍ଯ୍ୟଟନସ୍ଥଳୀକୁ ବିଶ୍ଵସ୍ଥରୀୟ ମାନର ବିକଶିତ କରିବା ଏବଂ ସମସ୍ତ ସୁବିଧା ଓ ଭିତ୍ତିଭୂମି ଯୋଗାଇ ଦେବାକୁ କହିଛନ୍ତି। ଆଜି ନୂଆଦିଲ୍ଲୀରେ ନୀତି ଆୟୋଗର ପରିଚାଳନା ପରିଷଦର ଦଶମ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ‘ଗୋଟିଏ ରାଜ୍ୟ, ଗୋଟିଏ ବିଶ୍ଵସ୍ଥରୀୟ!-->…
ଗିରଫ ହେଲେ ଆମ ଆଦମୀ ପାର୍ଟିର ବିଧାୟକ ରମନ ଅରୋଡା
ପଞ୍ଜାବ: ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ଆମ ଆଦମୀ ପାର୍ଟି (ଆପ)ର ବିଧାୟକଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଛି। ଗିରଫ ଆପ ବିଧାୟକଙ୍କ ନାମ ରମନ ଅରୋଡା ବୟସ ୫୪ବର୍ଷ।
ଭିଜିଲାନ୍ସ ସୂତ୍ରରୁ ପ୍ରକାଶ, ରମନ ଅରୋଡାଙ୍କ ବିରୋଧରେ ଅଭିଯୋଗ ହୋଇଛି କି ସେ କିଛି ଅଧିକାରୀଙ୍କ ସହମତିରେ ସାଧାରଣଲୋକଙ୍କ!-->!-->!-->…
ଡ୍ରୋନ୍ ଆକ୍ରମଣ ପରେ ମସ୍କୋ ମଝି ଆକାଶରେ ଭାରତୀୟ ପ୍ରତିନିଧି ଦଳର ବିମାନ
ଡିଏମକେ ନେତ୍ରୀ କାନିମୋଝିଙ୍କ ନେତୃତ୍ୱରେ ଭାରତୀୟ ସାଂସଦଙ୍କ ଏକ ପ୍ରତିନିଧି ଦଳକୁ ନେଇ ମସ୍କୋ ଯାଉଥିବା ବିମାନଟି ଡ୍ରୋନ୍ ଆକ୍ରମଣ କାରଣରୁ କିଛି ସମୟ ପାଇଁ ମଝି ଆକାଶରେ ଉଡ଼ାଣ କରିଥିଲା, କିନ୍ତୁ ପରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା।
ପାକିସ୍ତାନ ଏବଂ ପାକ ଅଧିକୃତ!-->!-->!-->…
ଭାରତ ପାଣି ବନ୍ଦ କଲେ, ଆମେ ନିଶ୍ୱାସ ବନ୍ଦ କରିଦେବୁ; ଏମିତି ଧମକ ଦେଲା ପାକିସ୍ତାନ
ପାକିସ୍ତାନ ସେନା ମୁଖପାତ୍ର ଅହମଦ ସରିଫ୍ ଚୌଧୁରୀ ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି । ସରିଫ ଚୌଧୁରୀ କହିଛନ୍ତି ଯେ ଯଦି ଭାରତ ଆମର ପାଣି ବନ୍ଦ କରିଦିଏ, ତେବେ ଆମେ ତା’ର ନିଶ୍ୱାସ ବନ୍ଦ କରିଦେବୁ । ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସମୟରେ ସରିଫ ଏଭଳି ମନ୍ତବ୍ୟ ଦେଇଛନ୍ତି । ଯାହାକି!-->…