କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

add-all

ଭୁବନେଶ୍ୱର  : ଏଥର ସଅଳ ଆସିଲା ମୌସୁମୀ । କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି । ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ କେରଳରେ ମୌସୁମୀ ପାଦ ଥାପିଛି । ୨୦୦୯ ପରେ ଏଥର ସଅଳ ମୌସୁମୀ ଛଇଁଛି । ସାଧାରଣତଃ ଜୁନ ଦ୍ବିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁଥାଏ । ତେବେ ଏଥର ସଅଳ ମୌସୁମୀ ଆସିଥିବାରୁ ଜୁନ ପ୍ରଥମ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିପାରେ ବୋଲି ଆକଳନ କରାଯାଇଛି । ମୌସୁମୀକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ପ୍ରାଥମିକ ଆଲୋଚନା କରାଯାଇଥିବା କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଜୁନ ୩ରେ ପଞ୍ଚାୟତିରାଜ, ନଗର ଉନ୍ନୟନ ବିଭାଗ, ଶକ୍ତି ବିଭାଗ ସହିତ ସମନ୍ୱୟ ବୈଠକ କରାଯିବ। ଗ୍ରୀଷ୍ମ ପ୍ରବାହ ବହୁ ପୂର୍ବରୁ ଆସିଲା। ଆମେ ଏହାକୁ ମୁକାବିଲା କଲୁ। ସେହିପରି ବର୍ଷା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରସ୍ତୁତ ଥିବା କହିଛନ୍ତି ମନ୍ତ୍ରୀ ।

ad-week
Leave A Reply

Your email address will not be published.