
ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ଜିଲ୍ଲା ଭାଜପା ଓବିସି ମୋର୍ଚ୍ଚା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟରେ ପ୍ରଥମଥର ପାଇଁ ପଛୁଆବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପ୍ରଦାନ କରି ଐତିହାସିକ ନିଷ୍ପତ୍ତି ନେଇଥିବାରୁ ଜିଲ୍ଲା ଓବିସି ମୋର୍ଚ୍ଚା ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ, ରାଜ୍ୟ ସଭାପତି ମନମୋହନ ସାମଲ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପଛୁଆବର୍ଗଙ୍କୁ ସଂରକ୍ଷଣ କ୍ଷେତ୍ରରେ ଅଣଦେଖା କରାଯାଉଥିଲା ।
ବିଗତ ସରକାର ସମୟରେ ବାରମ୍ବାର ଦାବି କରିବା ସତ୍ତ୍ୱେ ଏଥିପ୍ରତି କେହି କର୍ଣ୍ଣପାତ କରୁ ନଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ଓବିସି ମୋର୍ଚ୍ଚା ତରଫରୁ ଚିଠି ମାଧ୍ୟମରେ ଅନୁରୋଧ ପରେ ଏକ ଓବିସି କମିଶନ ଗଠନ ହୋଇଥିଲା କିନ୍ତୁ ତତ୍କାଳୀନ ସରକାରଙ୍କ ସମୟରେ କୌଣସି କାର୍ଯ୍ୟ ହୋଇପାରିଲା ନାହିଁ । ଉକ୍ତ କାର୍ଯ୍ୟକ୍ରମରେ ଭାଜପା ଜିଲ୍ଲା ସଭାପତି ପଣ୍ଡିତ କୁମାର ବିଶ ମାଝୀ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଲେଙ୍କା, ଜିଲ୍ଲା ସାଧାରଣ ସଂପାଦକ ମାନଗୋବିନ୍ଦ ପ୍ରଧାନ, ଓବିସି ମୋର୍ଚ୍ଚା ସଂପାଦକ ସୁକାନ୍ତ କୁମାର ସାହୁ, ରାଇକିଆ ମଣ୍ଡଳ ସଭାପତି ସନ୍ତୋଷ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ରାଇକିଆ ମଣ୍ଡଳ ସଧାରଣ ସମ୍ପାଦକ ସନକ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ ।