ପୁଣି ଆତ୍ମସମର୍ପଣ କଲେ ୨୪ ମାଓବାଦୀ

add-all

ମାଲକାନଗିରି: ଭାଙ୍ଗୁଛି ମାଓଗଡ଼। ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଗେଇ ଆସୁଛନ୍ତି ମାଓବାଦୀ। ଲଗାତାର ଲାଲବାହିନୀ ଆତ୍ମସମର୍ପଣ କରୁଛନ୍ତି। ଏବେ ପୁଣି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ପୋଲିସ ନିକଟରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

ମୋଟ୍‌ ୮୭.୫୦ ଲକ୍ଷ ଟଙ୍କାର ୨୪ ଜଣ ଇନାମି ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀଙ୍କ ମଧ୍ୟରେ ୧୦ ଲକ୍ଷ ଇନାମି ମାଓବାଦୀ ରାକେଶ ଥିବା ସହ ୨୪ ଜଣଙ୍କ ମଧ୍ୟରୁ ୨୦ ଜଣ ମାଓବାଦୀଙ୍କ ନାମରେ ୮୭.୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଯବାନମାନଙ୍କ ମାଓବିରୋଧୀ ଅପରେସନ, ବିଭିନ୍ନ ସ୍ଥାନରେ ଯବାନଙ୍କ କ୍ୟାମ୍ପ ସ୍ଥାପନକୁ ଭୟ ଓ ସରକାରଙ୍କ ବିଭିନ୍ନ ଯୋଜନା ଦ୍ବାରା ଆକୃଷ୍ଟ ହୋଇ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତ।

ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସରକାରଙ୍କ ସମସ୍ତ ସୁବିଧା ମିଳିବା ସହ ସମସ୍ତଙ୍କୁ ୫୦ ହଜାର ଟଙ୍କା ଦିଆହୋଇଛି। ଅନ୍ୟ ମାଓବାଦୀମାନଙ୍କୁ ମଧ୍ୟ ମ୍ୟୁସ୍ରୋତରେ ସାମିଲ ହେବା ପାଇଁ ପୋଲିସ ପକ୍ଷରୁ ଆହ୍ବାନ କରାଯାଇଛି।

ad-week
Leave A Reply

Your email address will not be published.