ଦେଶବ୍ୟାପୀ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି, କେରଳରେ ୨୭୩ ଓ ଦିଲ୍ଲୀରେ ୨୩ ଚିହ୍ନଟ

add-all

ପୁଣି ଥରେ ଲେଉଟୁଛି କରୋନା। ଧୀରେ ଧୀରେ କରୋନା ସଂକ୍ରମଣ ଦେଶବ୍ୟାପୀ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବାରୁ ସରକାରଙ୍କ ପାଇଁ ଏହା ସତର୍କ ଘଣ୍ଟି ସଦୃଶ ହୋଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଆସନ୍ତା ୨୮ ତାରିଖରେ ସରକାର ଏହାର ସମୀକ୍ଷା କରିବେ​ ବୋଲି କହିଛନ୍ତି।

ସିଙ୍ଗାପୁର ଏବଂ ହଂକଂରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପରେ ଭାରତରେ ମଧ୍ୟରେ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି। ଗତ ସପ୍ତାହେ ଦୁଇ ସପ୍ତାହ ମଧ୍ୟରେ ଏକାଧିକ ରାଜ୍ୟରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେରଳରେ ସର୍ବାଧିକ ସଂକ୍ରମିତ ଠାବ ହୋଇଥିବା ଜଣାପଡ଼ିଛି। ଏଠାରେ ୨୭୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୪୫, ଗୁଜରାଟରେ ୩୪ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେହିପରି କର୍ଣ୍ଣାଟକରେ ୩୫, ଦିଲ୍ଲୀରେ ୨୩, ଆନ୍ଧ୍ରପ୍ରଦେଶରେ ୪ ଜଣ ଚିହ୍ନଟ ହୋଇଛନ୍ତି।

ad-week
Leave A Reply

Your email address will not be published.