
ରାଜ୍ୟଗୁଡିକ ଅନ୍ୟୁନ ଗୋଟିଏ ପର୍ଯ୍ୟଟନସ୍ଥଳୀକୁ ବିଶ୍ଵସ୍ଥରୀୟ ମାନର ବିକଶିତ କରିବା ଏବଂ ସମସ୍ତ ସୁବିଧା ଓ ଭିତ୍ତିଭୂମି ଯୋଗାଇ ଦେବାକୁ କହିଛନ୍ତି। ଆଜି ନୂଆଦିଲ୍ଲୀରେ ନୀତି ଆୟୋଗର ପରିଚାଳନା ପରିଷଦର ଦଶମ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ‘ଗୋଟିଏ ରାଜ୍ୟ, ଗୋଟିଏ ବିଶ୍ଵସ୍ଥରୀୟ ଲକ୍ଷ୍ୟ’ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏହାଦ୍ୱାରା ପଡ଼ୋଶୀ ସହରଗୁଡ଼ିକ ପର୍ଯ୍ୟଟନଳୀ ଭାବେ ବିକଶିତ ହୋଇପାରିବ। ଭବିଷ୍ୟତ ପାଇଁ ପ୍ରସ୍ତୁତ ସହର ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଦ୍ରୁତ ଗତିରେ ସହରୀକରଣ ହେଉଛି। ସେ କହିଛନ୍ତି ଯେ ଅଭିବୃଦ୍ଧି, ନବସୃଜନ ଏବଂ ସ୍ଥିରତା ସହରଗୁଡ଼ିକର ବିକାଶର ଇଞ୍ଜିନ ହେବା ଉଚିତ। ବିକାଶର ଗତି ବୃଦ୍ଧି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ଏକାଠି ହୋଇ ଟିମ୍ ଇଣ୍ଡିଆ ଭାବେ କାର୍ଯ୍ୟ କରିବେ, ତେବେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ।
ଶ୍ରୀ ମୋଦୀ କହିଛନ୍ତି, ବିକାଶ ଭାରତ ହେଉଛି ପ୍ରତ୍ୟେକ ଭାରତୀୟଙ୍କ ଲକ୍ଷ୍ୟ, ଯେତେବେଳେ ଯେତେବେଳେ ପ୍ରତ୍ୟେକ ରାଜ୍ୟର ବିକାଶ ହେବ, ସେତେବେଳେ ଭାରତର ବିକାଶ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ହେଉଛି ୧୪୦ ନିୟୁତ ନାଗରିକଙ୍କ ଅଭିଳାଷ। ଶ୍ରମଶକ୍ତିରେ ମହିଳାମାନଙ୍କୁ ସାମିଲ କରିବା ଦିଗରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଆଇନ ଏବଂ ନୀତି ପ୍ରଣଯ଼ନ କରାଯିବା ଆବଶ୍ୟକ, ଯାହାଦ୍ୱାରା ମହିଳାମାନେ ସମ୍ମାନର ସହ ଶ୍ରମଶକ୍ତିରେ ସାମିଲ ହୋଇପାରିବେ।
ବୈଠକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ସାଇ ଦେଓ, କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଉପରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀଗଣ ଓ ନୀତି ଆୟୋଗର ଉପାଧ୍ୟକ୍ଷ ଓ ମୁଖ୍ୟ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ।