କୋଟିପତି କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ ଗିରଫ

youtube

ଭୁବନେଶ୍ୱର : କୁବେର ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ। କୋଟିପତି କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ।। ନୂଆପଡ଼ା ଖରିଆର R &B ଡିଭିଜନର କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚଢାଉ ହୋଇଥିଲା । ପୁରୀ, ଭୁବନେଶ୍ବର ଓ ନୂଆପଡ଼ାରେ ରେଡ୍ କରିଥିଲା ଭିଜିଲାନ୍ସ। ଭୁବନେଶ୍ବରର ୫ଟି ସ୍ଥାନରେ ରେଡ ହୋଇଥିଲା। ରେଡ ବେଳେ ୫୫ ଲକ୍ଷ ଟଙ୍କା, ୧.୪ କେଜି ସୁନା ଠାବ ହୋଇଥିଲା । ଏହାସହ ୩ଟି ବିଲ୍ଡିଂ, ୯ଟି ଦାମୀ ପ୍ଲଟ ଠାବ କରିଥିଲା ଭିଜିଲାନ୍ସ । ଦୁଇଟି ଦାମୀ ୪ ଚକିଆ ଗାଡ଼ି ମଧ୍ୟ ଠାବ ହୋଇଛି ।

Leave A Reply

Your email address will not be published.