Browsing Category

ଦେଶ

କୋରବା-ବିଶାଖା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଜଳିଗଲା ୩ AC ବଗି

ବିଶାଖାପାଟଣା : ଫ୍ଲାଟଫର୍ମରେ ଠିଆ ହୋଇଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଲାଗିଲା ନିଆଁ। ଦେଖୁ ଦେଖୁ ହୁ ହୁ ଜଳି ଉଠିଲା ଟ୍ରେନ୍‌। ଫଳରେ ଟ୍ରେନ୍‌ର ତିନୋଟି ବଗି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ବିଶାଖାପଟନମ୍‌ ରେଲଓ୍ୱେ ଷ୍ଟେସନରେ ଘଟିଛି ଏଭଳି କିଛି ଅଗ୍ନିକାଣ୍ଡ।

ସିଏମ୍‌ ଅଫିସ୍‌କୁ ବୋମାରେ ଉଡ଼ାଇ ଦେବାକୁ ଧମକ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜୀବନ ପ୍ରତି ରହିଛି ବିପଦ। ପାଟନାରେ ସିଏମ୍‌ ଅଫିସ୍‌କୁ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଛି। ଏହାକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଯାଇଛି। ଖବର ଅନୁଯାୟୀ, ଇମେଲ୍‌ ଜରିଆରେ ଏହି ଧମକ ମିଳିଛି। ଆତଙ୍କବାଦୀ ସଙ୍ଗଠନ ଅଲ୍‌କାଏଦା ନାମକ ଜଣେ

କେଶବ ପ୍ରସାଦ ମୌର୍ଯ୍ୟଙ୍କର ବି ହେଉ ନାର୍କୋ ଟେଷ୍ଟ… ବର୍ଷିଲେ ଶିବପାଲ

ଅଯୋଧ୍ୟାର ଭଦ୍ରାସାରେ ୧୨ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ସମାଜବାଦୀ ପାର୍ଟି ନେତାଙ୍କ ନାଁ ସାମ୍ନାକୁ ଆସିବା ପରେ ରାଜନୀତି ଜୋର୍‌ ଧରିଛି। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶିବପାଲ ଯାଦବ ଏହି ଘଟଣାକୁ ନିନ୍ଦା କରିବା ସହ ଏକ ବଡ଼ ବୟାନ ଦେଇଛନ୍ତି।

NEET ପେପର୍‌ ଲିକ୍‌ ମାମଲା, ବନ୍ଧା ହେଲେ ଆଉ ଜଣେ ଡାକ୍ତରୀ ଛାତ୍ର

ନିଟ୍‌ ପେପର୍‌ ଲିକ୍‌ ମାମଲାରେ ଦିନକୁ ଦିନ ଧରା ପଡୁଛନ୍ତି ଜଣକ ପରେ ଜଣେ ଅଭିଯୁକ୍ତ। ଏହି ମାମଲାରେ ଏବେ ସିବିଆଇ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ସଲଭର୍‌ ତଥା ସମାଧାନକାରୀ ଶନିବାର ସିବିଆଇ ଭିଲଓ୍ୱାଡା ସ୍ଥିତ ମେଡିକାଲ କଲେଜରେ ଏମ୍‌ବିବିଏସ୍‌

କୋର୍ଟରେ IRS ଜ୍ୱାଇଁଙ୍କୁ ଗୁଳି କରି ହତ୍ୟା କଲେ ଶ୍ୱଶୁର

ଚଣ୍ଡୀଗଡ଼ :ସର୍ବସମ୍ମୁଖରେ ଜ୍ୱାଇଁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଶ୍ୱଶୁର। ଚଣ୍ଡିଗଡ଼ ଜିଲ୍ଲା କୋର୍ଟ ପରିସରରେ ଶନିବାର ଅପରାହ୍ନରେ ଏପରି ଘଟଣା ଘଟିଛି। କୃଷି ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ଆଇଆରଏସ ଅଧିକାରୀ ହରପ୍ରୀତ ସିଂହଙ୍କୁ ତାଙ୍କ ଶ୍ୱଶୁର ମାଲୱିନ୍ଦର ସିଂହ ସିଦ୍ଧୁ ଗୁଳି କରି

ବିଶ୍ୱ ଖାଦ୍ୟ ସୁରକ୍ଷାର ସମାଧାନ ଉପରେ କାମ କରୁଛି ଭାରତ – ପ୍ରଧାନମନ୍ତ୍ରୀ ମୋଦୀ

ନୂଅଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ଏବେ ଖାଦ୍ୟ ବଳକା ଦେଶ ଏବଂ ବିଶ୍ୱ ଖାଦ୍ୟ ସୁରକ୍ଷାର ସମାଧାନ ଦିଗରେ କାର୍ଯ୍ୟ କରୁଛି। ଆଜି କୃଷି ଅର୍ଥଶାସ୍ତ୍ରୀଙ୍କ ଅନ୍ତର୍ଜାତୀୟ ସମ୍ମିଳନୀକୁ ସଂବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, କୃଷକଙ୍କ ଜୀବନରେ ସୁଧାର ଆଣିବା

ବିବାଦରେ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଦେଶର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ଜାମିଆ ମିଲିଆ ଇସଲାମିଆକୁ ନେଇ ବିବାଦ ଦେଖାଦେଇଛି । ଏଠାକାର କେତେକ ପ୍ରଫେସର ସେଠାରେ କାମ କରୁଥିବା ବାଲ୍ମିକି ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଇବା ସହ ଜାତିଗତ ନିର୍ଯାତନା ଦେଇଥିବା ଅଭିଯୋଗ

ଶାନ୍ତି ଚୁକ୍ତିର ୨୪ ଘଣ୍ଟା ଭିତରେ ମଣିପୁରରେ ପୁଣି ହିଂସା

ଇମ୍ଫାଲ : ମଣିପୁରରେ ଥମୁନି ହିଂସା। ଶାନ୍ତି ଚୁକ୍ତିର ୨୪ ଘଣ୍ଟା ଭିତରେ ଏଠାରେ ପୁଣି ଥରେ ହିଂସା ଘଟିଛି। ଗୋଟିଏ ପଟେ ମଣିପୁରର ଜିରିବାମରେ ଶାନ୍ତି ବଜାୟ ରଖିବା ପାଇଁ ମୋତେଇ ଏବଂ ହମାର ସମ୍ପ୍ରଦାୟ ମଧ୍ୟରେ ଏକ ଚୁକ୍ତି ହୋଇଥିବା ବେଳେ ଆଉ ଗୋଟିଏ ପଟେ ମୋତେଇ କଲୋନୀରେ ଗୁଳିମାଡ ହୋଇଛି।

୩୫ ଘଣ୍ଟା ଧରି ଟନେଲରେ ଫସି ରହିବା ପରେ ଉଦ୍ଧାର ହେଲେ ୪ ଶ୍ରମିକ, ଏବେ ବି ୪୭ ନିଖୋଜ

ସିମଲା : ଦୀର୍ଘ ୩୫ ଘଣ୍ଟାରୁ ଅଧିକ ସମୟ ଧରି ଜୀବନମରଣ ସହ ଟନେଲ ମଧ୍ୟରେ ସଂଘର୍ଷ କରୁଥିବା ହିମାଚଳ ପ୍ରଦେଶର ମଲାନା ହାଇଡ୍ରୋ ବିଜୁଳି ପ୍ରକଳ୍ପର ୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏମାନେ ଡ୍ୟାମର ଟନେଲ ମଧ୍ୟରେ ଫସି ରହିଥିଲେ।ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ପରେ ସୃଷ୍ଟି

ପରୀକ୍ଷାରେ ଜାଲିଆତି, ଘର ଭଡ଼ା ବୃଦ୍ଧିକୁ ଦାୟୀ କରି ଆତ୍ମହତ୍ୟା କଲେ UPSC ଆଶାୟୀ

ନୂଆଦିଲ୍ଲୀ : ଦିଲ୍ଲୀର ଏକ ଆଇଏଏସ କୋଚିଂ ସେଣ୍ଟରରେ ତିନି ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁର କିଛି ଦିନ ପରେ ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାଜେନ୍ଦ୍ର ନଗର ସ୍ଥିତ ଏକ ହଷ୍ଟେଲରେ ଜଣେ UPSC ଆଶାୟୀ ଆତ୍ମହତ୍ୟା କରିଛନ୍ତି।ସୂଚନା ଅନୁସାରେ, ମୃତ ଛାତ୍ରୀ ଜଣକ ହେଉଛନ୍ତି ମହାରାଷ୍ଟ୍ରର